ବଜାର ଖୋଲା, ବେପାର ମାନ୍ଦା

ପରିକ୍ଷିତ ସାହୁ, ବଇଣ୍ଡା,୭ା୧୦ – ମାସ ମାସର ଲକ୍‌ଡାଉନ, ଶଟ୍‌ଡାଉନ ପରେ ବଜାରକୁ ଖୋଲିଦିଆଯାଇଛି। ବେପାର କରିବାରେ ଆଉ ସେପରି କିଛି କଡ଼ା କଟକଣା ନାହିଁ। କେବଳ ସାମାଜିକ ଦୂରତ୍ୱ ଓ ମାସ୍କ ପରିଧାନ ନିୟମ ପାଳନ କରିବାର ନିର୍ଦ୍ଦେଶ ରହିଛି। କିନ୍ତୁ ସଂକ୍ରମଣ ବଢ଼ି ଚାଲିଥିବାରୁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ବଜାର ଆସିବାକୁ ଲୋକେ ଭୟ କରୁଛନ୍ତି। ବିଶେଷକରି ଗ୍ରାମାଞ୍ଚଳର ଗ୍ରାହକମାନେ ବଜାରରୁ ଦୂରେଇ ଯାଉଛନ୍ତି। ସେମାନେ ଘରପାଖ ଦୋକାନ ଉପରେ ବେଶି ନିର୍ଭର କରୁଥିବାରୁ ଖୋଲା ଯାଇଥିବା ବଜାରରେ ବ୍ୟବସାୟ ମାନ୍ଦାବସ୍ଥାରେ ରହିଛି। ଫଳରେ ଅଧିକାଂଶ ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତି ସଂକଟ ଆଡ଼କୁ ଗତି କରୁଛି। ଏପରି କେତେଜଣ ବ୍ୟବସାୟୀଙ୍କ ମତାମତକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

କ୍ଷତିରେ ଚାଲିଛି ପରିବା ବେପାର
କରୋନା କାରଣରୁ ପରିବା ଚାଷୀ ଓ ବେପାରୀ ବହୁ କ୍ଷତି ସହୁଛନ୍ତି। ପୂର୍ବରୁ ଲକ୍‌ଡାଉନ ବେଳେ ଖୁବ୍‌ କମ୍‌ ସମୟ ଦୋକାନ ବଜାର ଖୋଲା ରହୁଥିବାରୁ ବ୍ୟବସାୟ ବାଧାପ୍ରାପ୍ତ ହୋଇଥିଲା। କଟକଣାକୁ ଡରି ଚାଷୀମାନେ ବିଲରୁ ପରିବା ବଜାରକୁ ଆଣୁ ନ ଥିବାବେଳେ ଦୋକାନରେ ଥିବା ପରିବା ମଧ୍ୟ ପଚି ଯାଇଥିଲା। ଏବେ ବର୍ଷା ଯୋଗୁ ରୁ ଦର ବୃଦ୍ଧି ଘଟିଛି। ବାହାର ରାଜ୍ୟରୁ ଆସୁଥିବା ଆଳୁ, ପିଆଜ ମଧ୍ୟ କିଲୋ ପ୍ରତି ୪୦ ଟଙ୍କା ଉପରେ ରହୁଛି। ଏଣୁ ଚଢ଼ା ଦରରେ କିଣିବାକୁ ଖାଉଟି ପସନ୍ଦ କରୁନାହାନ୍ତି।
-ସର୍ବେଶ୍ୱର ମହାପାତ୍ର, ପରିବା ବେପାରୀ, ବଇଣ୍ଡା
ଲୁଗା ବ୍ୟବସାୟ ୬୦ ପ୍ରତିଶତ ହ୍ରାସ
ଲକ୍‌ଡାଉନ ଯୋଗୁ ୪ ମାସ ଧରି ଦୋକାନ ବନ୍ଦ ଥିଲା। ଫଳରେ ବାହାଘର ଋତୁରେ ବ୍ୟବସାୟରେ ବ୍ୟାପକ କ୍ଷତି ସହିବାକୁ ପଡ଼ିଲା। ବଜାର ସମ୍ପୂର୍ଣ୍ଣ ଖୋଲିଥିଲେ ବି ବସ୍‌ ଚଳାଚଳ ପୂର୍ବପରି ହେଉ ନ ଥିବାରୁ ଠିକ୍‌ ଭାବେ ମାଲ୍‌ ଆସିପାରୁ ନାହିଁ। ସ୍ବତନ୍ତ୍ର ଗାଡ଼ି କରି ଜିଲା ବାହାରୁ ଆଣିବାକୁ ପଡ଼ୁଥିବାରୁ ଭଡ଼ା ଅଧିକ ପଡ଼ୁଛି। ସେହିପରି ମାଙ୍ଗଳିକ ଓ ଧାର୍ମିକ କାର୍ଯ୍ୟ ପୂର୍ବପରି ଆଡମ୍ବରରେ ହୋଇପାରୁନାହିଁ। ସେଥିପାଇଁ ପୋଷାକ ବ୍ୟବସାୟ ୬୦ ପ୍ରତିଶତ ହ୍ରାସ ପାଇଛି।
– ସଂଗ୍ରାମ ସାହୁ, ଲୁଗା ବ୍ୟବସାୟୀ, ବଇଣ୍ଡା
ଅଧିକ କ୍ଷତି ସହିଛନ୍ତି ସିଜନ ବେପାରୀ
କରୋନା କଟକଣା ଯୋଗୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ସିଜନ ବେପାରୀ। ଏଯାଏ ଧର୍ମାନୁଷ୍ଠାନ ଖୋଲାଯାଇ ନାହିଁ କି ପର୍ବପର୍ବାଣି ଧୁମ୍‌ଧାମରେ ପାଳନ କରାଯିବାର ସୁଯୋଗ ମିଳିନାହିଁ। ତେଣୁ ରାଖୀ ପୂର୍ଣ୍ଣମୀଠାରୁ ଆରମ୍ଭ କରି ଖୁଦୁରୁକୁଣୀ, ଗଣେଶ, ବିଶ୍ୱକର୍ମା ପୂଜାରେ ଏହି ବେପାରୀମାନଙ୍କ ଆୟ ସେପରି ହୋଇନାହିଁ। ଆସୁଥିବା ଦୁର୍ଗାପୂଜାରେ ବେପାରର ଯେଉଁ ଆଶା ଥିଲା ତାହା ମଧ୍ୟ କଟକଣା ଯୋଗୁ ମଉଳି ଯିବାକୁ ବସିଛି।
– ରାଜେନ୍ଦ୍ର ସାହୁ,
ପୂଜା ସାମଗ୍ରୀ ବ୍ୟବସାୟୀ, ବଇଣ୍ଡା
ହୋଟେଲରେ ବଳକା ରହୁଛି ମିଲ୍‌
କରୋନା ପାଇଁ ଅନେକ ବ୍ୟବସାୟୀ ଦୟନୀୟ ଅବସ୍ଥାରେ ପହଞ୍ଚି ଯାଇଛନ୍ତି। ମାସ ମାସ ଧରି ବେପାର ବନ୍ଦ ସହ ଏବେକାର ମାନ୍ଦାବସ୍ଥା ସେମାନଙ୍କ ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଇଛି। ଏଣେ ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ ସରକାରୀ କଟକଣା ଅଧିକରୁ ଅଧିକ ଲୋକଙ୍କୁ ବଜାରକୁ ଆସିବାକୁ ଦେଉନାହିଁ। ବସ୍‌ ଚଳାଚଳ ମଧ୍ୟ ପୂର୍ବପରି ହେଉନାହିଁ। ଫଳରେ ହୋଟେଲ ଗୁଡ଼ିକରେ ମିଲ୍‌ ବଳକା ରହିଯାଉଛି।
– ବସନ୍ତ କୁମାର ସାହୁ,
ହୋଟେଲ ବ୍ୟବସାୟୀ, ବଇଣ୍ଡା
ଦୋକାନ ଭଡ଼ା ଉଠୁନାହିଁ
ବ୍ୟବସାୟ କରିବା ଦିନଠାରୁ ବଜାରର ଏପରି ଭୟଙ୍କର ସ୍ଥିତି କେବେ ଦେଖିବାକୁ ମିଳି ନ ଥିଲା। କଟକଣା କୋହଳ ପରେ ବଜାର ୧୨ ଘଣ୍ଟାରୁ ଅଧିକ ଖୋଲା ରହୁଥିଲେ ବି ବେପାର ସେପରି ହେଉନାହିଁ। ବଜାରକୁ ଖୁବ୍‌ କମ୍‌ ଲୋକ ଆସୁଥିବା ବେଳେ ଆବଶ୍ୟକଠାରୁ ଅଧିକ ସାମଗ୍ରୀ ନେବାକୁ ସେମାନେ ଆଦୌ ଚାହଁୁନାହାନ୍ତି। ଧାର୍ମିକ ଓ ସାମାଜିକ ଉତ୍ସବ ପାଳନ ଉପରେ କଟକଣା ମଧ୍ୟ ବେପାର ନ ହେବାର ଅନ୍ୟ ଏକ କାରଣ। ତେଣୁ ଦୋକାନ ଭଡ଼ା ଦେବାକୁ ସଂଘର୍ଷ କରିବାକୁ ପଡ଼ୁଛି।
-ସତ୍ୟନାରାୟଣ ପଟ୍ଟନାୟକ, ହୋଲ୍‌ସେଲର, ବଇଣ୍ଡା
ବେପାର ବଦଳାଇ ଦେଇଛି
ବଜାରରେ ଥିବା ଚା’ ଓ ପାନ ଦୋକାନ ଭଲ ଚାଲିଥିଲା। ସକାଳୁ ସନ୍ଧ୍ୟା ଯାଏ ଗହଳି ହେଉଥିଲା। ହେଲେ କରୋନା ପାଇଁ ଲକ୍‌ଡାଉନ୍‌ ଓ ପରେ ଚା’ ପାନ ଦୋକାନ ଖୋଲା ଉପରେ ସରକାର କଟକଣା ଲଗାଇ ଦେଲେ। ଫଳରେ ପରିବାର ପ୍ରତିପୋଷଣ ପାଇଁ ବେପାର ବଦଳାଇବାକୁ ପଡ଼ିଲା। ଅଧିକ ଅର୍ଥ ନ ଥିବାରୁ ପରିବା ବ୍ୟବସାୟ କରି ଚଳିଯିବି ବୋଲି ଆଶା ବାନ୍ଧିଥିଲି। ହେଲେ ବର୍ତ୍ତମାନର ଚଢ଼ା ଦର ବ୍ୟବସାୟରେ ଆଗକୁ ବଢ଼ିବାକୁ ଦେଉନାହିଁ।
-ମନୋରଞ୍ଜନ ପ୍ରଧାନ, ଚା’ ଦୋକାନୀ, ବଇଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri