ଘଣ୍ଟ ପିଟିଲେ ନିଦ ଭାଙ୍ଗିବ

ବଅଁରପାଳ, ୭ା୧୦(ଉପେନ୍ଦ୍ର ରାଉତ) – ୭ ମାସ ହେଲା ମନ୍ଦିରରେ ଦିଅଁ ଦର୍ଶନରୁ ଭକ୍ତଙ୍କୁ ବଞ୍ଚିତ କରାଯାଇଛି। କେତେ ଓଷା, ବାର, ପୂର୍ଣ୍ଣମୀ, ସଂକ୍ରାନ୍ତି ଗଲାଣି। ଦେବାଳୟ ଆସିବାକୁ ଶ୍ରଦ୍ଧାଳୁ ମଧ୍ୟ ବ୍ୟସ୍ତ ହେଲେଣି। ସଂକ୍ରମଣ ରୋକିହେଉ ନ ଥିଲେ ବି ସରକାର କଟକଣା କୋହଳ କରି ବଜାରକୁ ସମ୍ପୂର୍ଣ୍ଣ ଖୋଲି ଦେଇଛନ୍ତି। କିନ୍ତୁ ଭକ୍ତଙ୍କ ପାଇଁ ମନ୍ଦିରରୁ ତାଲା ଫିଟାଇବାକୁ ଅନୁମତି ଦେଉନାହାନ୍ତି। ଦାନ, ଦକ୍ଷିଣା ବିନା ପୂଜକ, ସେବାୟତ ପରିବାର କିପରି ଚଳୁଛନ୍ତି ତାହା ମଧ୍ୟ ବୁଝୁନାହାନ୍ତି। ବାରମ୍ବାର ଅନୁରୋଧ ପରେ ପଦକ୍ଷେପ ନିଆଯାଉ ନ ଥିବାରୁ ଏବେ ମନ୍ଦିର ସମ୍ମୁଖରେ ଘଣ୍ଟ ବାଡ଼େଇ ଆନ୍ଦୋଳନ କରିବାକୁ ଓଡ଼ିଶା ମନ୍ଦିର ସେବାୟତ ସଂଘ ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ସମର୍ଥନ କରୁଛୁ। ଘଣ୍ଟ ପିଟି ସରକାରଙ୍କ ନିଦ ଭାଙ୍ଗିବୁ ବୋଲି ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅଞ୍ଚଳର କେତେଜଣ ସେବାୟତ ଓ ପୂଜକ କହିଛନ୍ତି।
ସେମାନଙ୍କ କହିବା ଅନୁଯାୟୀ, ବଅଁରପାଳ ବ୍ଲକ ଅଞ୍ଚଳରେ ଏକ ହଜାରରୁ ଅଧିକ ମନ୍ଦିର ରହିଛି। ସେଥିରୁ ବଅଁରପାଳର ପଞ୍ଚଶ୍ରୀକ୍ଷେତ୍ର, ନାଲ୍‌କୋର ଜଗନ୍ନାଥ ମନ୍ଦିର, ତାରିଣୀ ମନ୍ଦିର, ତଳମୂଳ ଅଷ୍ଟଶମ୍ଭୁ ମନ୍ଦିର, ମହୀଧରପୁର ଶିବ ମନ୍ଦିର, ସନ୍ତ୍ରୀର ଲୋଭୀ ଠାକୁରାଣୀ, ବୁଢ଼ାପଙ୍କର ଶିବ ମନ୍ଦିର, ନୂଆହତାର ଶିବ ମନ୍ଦିର, କାଣ୍ଡସର ଶିବ ମନ୍ଦିର, କୁଲାଡ଼ କପିଳେଶ୍ୱର ମନ୍ଦିର, କୁରୁଡୋଲ ମନ୍ଦିର, ତଳମୂଳର ଦୁର୍ଗା ମାଧବ ମନ୍ଦିର, ବଳରାମପ୍ରସାଦର ଶୈବପୀଠ ଆଦି ଜଣାଶୁଣା। ଏଠାକୁ ଦୈନିକ ଆଖପାଖ ଅଞ୍ଚଳର ବହୁ ଭକ୍ତ ଆସନ୍ତି। କେତେବେଳେ କିଏ ମେଳା ତ ଆଉକିଏ ଅନ୍ୟ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କରାଇଥାନ୍ତି। ତେଣୁ ଏଥିରୁ ପୂଜକ, ସେବାୟତମାନଙ୍କୁ ଭଲ ଦାନ ଦକ୍ଷିଣା ମିଳିଥାଏ। କିନ୍ତୁ କରୋନା ସଂକ୍ରମଣ ପରଠାରୁ ୭ ମାସ ହେଲା ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଥିବାରୁ ପୂଜକମାନଙ୍କ ଆୟ ବନ୍ଦ ହୋଇଯାଇଛି। ସେମାନେ ଅତି କଷ୍ଟରେ ପରିବାର ଚଳାଉଛନ୍ତି। ତେଣୁ ଆଉ ଅଧିକ ଦିନ ଅପେକ୍ଷା ନ କରାଇ ସରକାର ମନ୍ଦିର ଖୋଲିବାକୁ ଅନୁମତି ଦିଅନ୍ତୁ ବୋଲି ପୂଜକମାନେ ଦାବି କରିଛନ୍ତି।
ଆନ୍ଦୋଳନକୁ ସମର୍ଥନ କରିବୁ
କରୋନା ସଂକ୍ରମଣ ଆରମ୍ଭ ଦିନଠାରୁ ଭକ୍ତଙ୍କ ପାଇଁ ମନ୍ଦିର ଦ୍ୱାର ବନ୍ଦ ରହିଛି। ଫଳରେ ଦାନ ଦକ୍ଷିଣା ଯାହା ମିଳୁଥିଲା ସେତକ ନାହିଁ। ପରିବାର କେମିତି ଚଳାଉଛୁ ତାହା କେବଳ ଆମେ ହିଁ ଜାଣିଛୁ। ତେଣୁ ହେଉଥିବା ଆନ୍ଦୋଳନକୁ ସମର୍ଥନ କରିବୁ ଓ ମନ୍ଦିର ସମ୍ମୁଖରେ ଘଣ୍ଟ ବାଡେଇବୁ।
-ଚେଣ୍ଡାଳ ମହାପାତ୍ର, ପୂଜକ, କୁଲାଡ଼ ମଙ୍ଗଳା ମନ୍ଦିର
ସରକାର ବିଚାର କରନ୍ତୁ
ସଂକ୍ରମଣ ନ ବଢ଼ିବାକୁ ସରକାର ଯେତେସବୁ କଟକଣା ଲଗାଇଥିଲେ ତାହାକୁ ପାଳନ କରୁଛୁ। ହେଲେ ସଂକ୍ରମଣ ରୋକିହେଲାନି କି ଏଯାଏ ମନ୍ଦିର ଦ୍ୱାର ଖୋଲାଗଲାନି। ଆଉ କେତେଦିନ ଭୋକ ଓପାସରେ ଆମେ ପରିବାରକୁ ରଖିବୁ। ସରକାର ବିଚାର ନ କଲେ ଘଣ୍ଟ ପିଟି ଆନ୍ଦୋଳନ ଜାରି ରଖିବୁ। -ଅଶୋକ ଦାସ, ପୂଜକ, ପଞ୍ଚଶ୍ରୀକ୍ଷେତ୍ର
ଜୀବିକା କଥା ବୁଝୁଛି କିଏ
ସମସ୍ତଙ୍କର କିଛି ନା କିଛି ଜୀବିକା ରହିଛି। ହେଲେ ଆମ ଜୀବନ ଜୀବିକା କଥା ଯେପରି ସରକାର ପାସୋରି ଦେଇଛନ୍ତି। ବଜାର ସକାଳୁ ସନ୍ଧ୍ୟା ଯାଏ ଖୋଲା ଯାଇଥିଲେ ବି ମନ୍ଦିରକୁ କାହିଁକି ବନ୍ଦ ରଖାଯାଉଛି ତାହାର କାରଣ ବୁଝାପଡ଼ୁନି।
-ଦୁଃଖବନ୍ଧୁ ମହାରଣା, ପୂଜକ, ନୂଆହତା ଶିବମନ୍ଦିର
ପେଟ ପାଇଁ ଆନ୍ଦୋଳନ
ପୂଜକମାନଙ୍କ ରୋଜଗାର କେତେ ତାହା ସମସ୍ତଙ୍କୁ ଜଣା। ଦାନ ଦକ୍ଷିଣା ଗଣ୍ଡେ ନ ମିଳିଲେ ପରିବାର ଓପାସରେ ରହିବେ। ତଥାପି ୭ ମାସ ଅପେକ୍ଷା କଲୁଣି। ସରକାର ଏମିତି ହତାଦର କରିବା ଅସହ୍ୟ ହୋଇପଡ଼ିଲାଣି। ତେଣୁ ପେଟ ପାଇଁ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛୁ।
-ଭିକାରୀ ବେହେରା, ପୂଜକ, ବଅଁରପାଳ ହିଙ୍ଗୁଳା ମନ୍ଦିର


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧା ଅପହଞ୍ଚ ଗାଁ କମାରଖୋଲ: କୂଅ-ଝରଣା ପାଣି ଉପରେ ନିର୍ଭର

ନୂଆପଡ଼ା,୨୫ା୮ (ମକାରୁ ବେମାଲ):ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତ କମାରଖୋଲ ଗଁାରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗଁାରେ ୨୦…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri