ଘଣ୍ଟ ପିଟିଲେ ନିଦ ଭାଙ୍ଗିବ

ବଅଁରପାଳ, ୭ା୧୦(ଉପେନ୍ଦ୍ର ରାଉତ) – ୭ ମାସ ହେଲା ମନ୍ଦିରରେ ଦିଅଁ ଦର୍ଶନରୁ ଭକ୍ତଙ୍କୁ ବଞ୍ଚିତ କରାଯାଇଛି। କେତେ ଓଷା, ବାର, ପୂର୍ଣ୍ଣମୀ, ସଂକ୍ରାନ୍ତି ଗଲାଣି। ଦେବାଳୟ ଆସିବାକୁ ଶ୍ରଦ୍ଧାଳୁ ମଧ୍ୟ ବ୍ୟସ୍ତ ହେଲେଣି। ସଂକ୍ରମଣ ରୋକିହେଉ ନ ଥିଲେ ବି ସରକାର କଟକଣା କୋହଳ କରି ବଜାରକୁ ସମ୍ପୂର୍ଣ୍ଣ ଖୋଲି ଦେଇଛନ୍ତି। କିନ୍ତୁ ଭକ୍ତଙ୍କ ପାଇଁ ମନ୍ଦିରରୁ ତାଲା ଫିଟାଇବାକୁ ଅନୁମତି ଦେଉନାହାନ୍ତି। ଦାନ, ଦକ୍ଷିଣା ବିନା ପୂଜକ, ସେବାୟତ ପରିବାର କିପରି ଚଳୁଛନ୍ତି ତାହା ମଧ୍ୟ ବୁଝୁନାହାନ୍ତି। ବାରମ୍ବାର ଅନୁରୋଧ ପରେ ପଦକ୍ଷେପ ନିଆଯାଉ ନ ଥିବାରୁ ଏବେ ମନ୍ଦିର ସମ୍ମୁଖରେ ଘଣ୍ଟ ବାଡ଼େଇ ଆନ୍ଦୋଳନ କରିବାକୁ ଓଡ଼ିଶା ମନ୍ଦିର ସେବାୟତ ସଂଘ ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ସମର୍ଥନ କରୁଛୁ। ଘଣ୍ଟ ପିଟି ସରକାରଙ୍କ ନିଦ ଭାଙ୍ଗିବୁ ବୋଲି ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅଞ୍ଚଳର କେତେଜଣ ସେବାୟତ ଓ ପୂଜକ କହିଛନ୍ତି।
ସେମାନଙ୍କ କହିବା ଅନୁଯାୟୀ, ବଅଁରପାଳ ବ୍ଲକ ଅଞ୍ଚଳରେ ଏକ ହଜାରରୁ ଅଧିକ ମନ୍ଦିର ରହିଛି। ସେଥିରୁ ବଅଁରପାଳର ପଞ୍ଚଶ୍ରୀକ୍ଷେତ୍ର, ନାଲ୍‌କୋର ଜଗନ୍ନାଥ ମନ୍ଦିର, ତାରିଣୀ ମନ୍ଦିର, ତଳମୂଳ ଅଷ୍ଟଶମ୍ଭୁ ମନ୍ଦିର, ମହୀଧରପୁର ଶିବ ମନ୍ଦିର, ସନ୍ତ୍ରୀର ଲୋଭୀ ଠାକୁରାଣୀ, ବୁଢ଼ାପଙ୍କର ଶିବ ମନ୍ଦିର, ନୂଆହତାର ଶିବ ମନ୍ଦିର, କାଣ୍ଡସର ଶିବ ମନ୍ଦିର, କୁଲାଡ଼ କପିଳେଶ୍ୱର ମନ୍ଦିର, କୁରୁଡୋଲ ମନ୍ଦିର, ତଳମୂଳର ଦୁର୍ଗା ମାଧବ ମନ୍ଦିର, ବଳରାମପ୍ରସାଦର ଶୈବପୀଠ ଆଦି ଜଣାଶୁଣା। ଏଠାକୁ ଦୈନିକ ଆଖପାଖ ଅଞ୍ଚଳର ବହୁ ଭକ୍ତ ଆସନ୍ତି। କେତେବେଳେ କିଏ ମେଳା ତ ଆଉକିଏ ଅନ୍ୟ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କରାଇଥାନ୍ତି। ତେଣୁ ଏଥିରୁ ପୂଜକ, ସେବାୟତମାନଙ୍କୁ ଭଲ ଦାନ ଦକ୍ଷିଣା ମିଳିଥାଏ। କିନ୍ତୁ କରୋନା ସଂକ୍ରମଣ ପରଠାରୁ ୭ ମାସ ହେଲା ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଥିବାରୁ ପୂଜକମାନଙ୍କ ଆୟ ବନ୍ଦ ହୋଇଯାଇଛି। ସେମାନେ ଅତି କଷ୍ଟରେ ପରିବାର ଚଳାଉଛନ୍ତି। ତେଣୁ ଆଉ ଅଧିକ ଦିନ ଅପେକ୍ଷା ନ କରାଇ ସରକାର ମନ୍ଦିର ଖୋଲିବାକୁ ଅନୁମତି ଦିଅନ୍ତୁ ବୋଲି ପୂଜକମାନେ ଦାବି କରିଛନ୍ତି।
ଆନ୍ଦୋଳନକୁ ସମର୍ଥନ କରିବୁ
କରୋନା ସଂକ୍ରମଣ ଆରମ୍ଭ ଦିନଠାରୁ ଭକ୍ତଙ୍କ ପାଇଁ ମନ୍ଦିର ଦ୍ୱାର ବନ୍ଦ ରହିଛି। ଫଳରେ ଦାନ ଦକ୍ଷିଣା ଯାହା ମିଳୁଥିଲା ସେତକ ନାହିଁ। ପରିବାର କେମିତି ଚଳାଉଛୁ ତାହା କେବଳ ଆମେ ହିଁ ଜାଣିଛୁ। ତେଣୁ ହେଉଥିବା ଆନ୍ଦୋଳନକୁ ସମର୍ଥନ କରିବୁ ଓ ମନ୍ଦିର ସମ୍ମୁଖରେ ଘଣ୍ଟ ବାଡେଇବୁ।
-ଚେଣ୍ଡାଳ ମହାପାତ୍ର, ପୂଜକ, କୁଲାଡ଼ ମଙ୍ଗଳା ମନ୍ଦିର
ସରକାର ବିଚାର କରନ୍ତୁ
ସଂକ୍ରମଣ ନ ବଢ଼ିବାକୁ ସରକାର ଯେତେସବୁ କଟକଣା ଲଗାଇଥିଲେ ତାହାକୁ ପାଳନ କରୁଛୁ। ହେଲେ ସଂକ୍ରମଣ ରୋକିହେଲାନି କି ଏଯାଏ ମନ୍ଦିର ଦ୍ୱାର ଖୋଲାଗଲାନି। ଆଉ କେତେଦିନ ଭୋକ ଓପାସରେ ଆମେ ପରିବାରକୁ ରଖିବୁ। ସରକାର ବିଚାର ନ କଲେ ଘଣ୍ଟ ପିଟି ଆନ୍ଦୋଳନ ଜାରି ରଖିବୁ। -ଅଶୋକ ଦାସ, ପୂଜକ, ପଞ୍ଚଶ୍ରୀକ୍ଷେତ୍ର
ଜୀବିକା କଥା ବୁଝୁଛି କିଏ
ସମସ୍ତଙ୍କର କିଛି ନା କିଛି ଜୀବିକା ରହିଛି। ହେଲେ ଆମ ଜୀବନ ଜୀବିକା କଥା ଯେପରି ସରକାର ପାସୋରି ଦେଇଛନ୍ତି। ବଜାର ସକାଳୁ ସନ୍ଧ୍ୟା ଯାଏ ଖୋଲା ଯାଇଥିଲେ ବି ମନ୍ଦିରକୁ କାହିଁକି ବନ୍ଦ ରଖାଯାଉଛି ତାହାର କାରଣ ବୁଝାପଡ଼ୁନି।
-ଦୁଃଖବନ୍ଧୁ ମହାରଣା, ପୂଜକ, ନୂଆହତା ଶିବମନ୍ଦିର
ପେଟ ପାଇଁ ଆନ୍ଦୋଳନ
ପୂଜକମାନଙ୍କ ରୋଜଗାର କେତେ ତାହା ସମସ୍ତଙ୍କୁ ଜଣା। ଦାନ ଦକ୍ଷିଣା ଗଣ୍ଡେ ନ ମିଳିଲେ ପରିବାର ଓପାସରେ ରହିବେ। ତଥାପି ୭ ମାସ ଅପେକ୍ଷା କଲୁଣି। ସରକାର ଏମିତି ହତାଦର କରିବା ଅସହ୍ୟ ହୋଇପଡ଼ିଲାଣି। ତେଣୁ ପେଟ ପାଇଁ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛୁ।
-ଭିକାରୀ ବେହେରା, ପୂଜକ, ବଅଁରପାଳ ହିଙ୍ଗୁଳା ମନ୍ଦିର


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri