ପାଳନ ହେଉନି ବର୍ଜ୍ୟବସ୍ତୁ ନିୟମାବଳୀ

ଅନୁଗୋଳ ଅଫିସ, ୮ା୧: ଆବଶ୍ୟକ ସଂଖ୍ୟକ ଡାକ୍ତର ଅଭାବରୁ ଅନୁଗୋଳ ଜିଲାରେ ସରକାରୀ ସ୍ବାସ୍ଥ୍ୟସେବାର ସୁଫଳ ରୋଗୀଙ୍କୁ ମିଳୁନି। ଏହାର ସୁଯୋଗ ନେଇ ଜିଲାରେ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍‌ ସଂଖ୍ୟା ବୃଦ୍ଧି ପାଇଚାଲିଛି। ବିଶେଷକରି ଅନୁଗୋଳ ସହର ଓ ବ୍ଲକ ସଦର ମହକୁମାଗୁଡ଼ିକରେ ବହୁ ନର୍ସିଂହୋମ ଖୋଲାଯାଇଛି। କିନ୍ତୁ ସେସବୁ ମଧ୍ୟରୁ କେତେକ ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ ବର୍ଜ୍ୟବସ୍ତୁ ପରିଚାଳନା ଗାଇଡ ଲାଇନ୍‌କୁ ଠିକ୍‌ ଭାବେ ପାଳନ କରାଯାଉ ନ ଥିବା ଅଭିଯୋଗ ହେଉଛି।
ଜିଲାରେ ଥିବା ଘରୋଇ ମେଡିକାଲ ଓ ନର୍ସିଂହୋମଗୁଡ଼ିକୁ ଦୈନିକ ଶତାଧିକ ରୋଗୀ ଆସୁଛନ୍ତି। ୨୪ ଘଣ୍ଟିଆ ସେବା ସହ ବିଭିନ୍ନ ବିଭାଗର ଡାକ୍ତର, ବିଶେଷଜ୍ଞଙ୍କ ନିକଟରେ ତୁରନ୍ତ ଚିକିତ୍ସିତ ହେବାର ସୁବିଧା ଏଠାରେ ଥିବାରୁ ଦୂର ଦୂରାନ୍ତରୁ ରୋଗୀମାନେ ସରକାରୀ ଡାକ୍ତରଖାନା ଯାଇ ହୀନସ୍ତା ହେବା ଅପେକ୍ଷା ଘରୋଇ ଚିକିତ୍ସାଳୟ ଆସିବାକୁ ଉଚିତ ମଣୁଛନ୍ତି। ଏହାଛଡ଼ା ଡାଏଲିସିସ୍‌ଠାରୁ ଆରମ୍ଭ କରି ବିଭିନ୍ନ ଆଧୁନିକ ଅସ୍ତ୍ରୋପଚାର ଏଠାରେ ହୋଇପାରୁଥିବାରୁ ରୋଗୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ କେତୋଟି ଘରୋଇ ଚିକିତ୍ସାଳୟ ଓ ନର୍ସିଂହୋମ୍‌ ବାହାରୁଥିବା ବାୟୋ ବର୍ଜ୍ୟବସ୍ତୁକୁ ନିୟମାବଳୀ ଅନୁଯାୟୀ ପରିଚାଳନା ନ କରି ମେଡିକାଲ ପଛପାର୍ଶ୍ୱ କିମ୍ବା ଆବର୍ଜନା ସ୍ଥାନରେ ପିଙ୍ଗି ଦେଉଛନ୍ତି। ଏପରି କି ବ୍ୟବହୃତ ଗଜ, ତୁଳା, ବ୍ୟାଣ୍ଡେଜ, କ୍ୟାଥେଟର, ରକ୍ତଥଳି, ସାଲାଇନ୍‌ ବୋତଲ, ସିରିଞ୍ଜ, କାଚ ଭାଓଏଲ, ଆମ୍ପୁଲ ଆଦି ଖୋଲାମେଲାରେ ପକାଯାଉଥିବା ଅନେକ ସମୟରେ ଦେଖିବାକୁ ମିଳୁଛି। ସେହିପରି ସହରରେ ଥିବା କେତୋଟି ଅତ୍ୟାଧୁନିକ କ୍ଲିନିକ ମଧ୍ୟ ଏପରି ପ୍ରଦୂଷିତ ପରିବେଶ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। ଏ ନେଇ ଏକ କ୍ଲିନିକ କର୍ତ୍ତୃପକ୍ଷ କହିଛନ୍ତି, ବର୍ଜ୍ୟବସ୍ତୁକୁ ଏଣେ ତେଣେ ଫିଙ୍ଗା ନ ଯାଇ ଗାତ ଖୋଳି ପୋତି ଦିଆଯାଉଛି। ଏଥିପାଇଁ କାହାରି ପାଖରୁ ଅନୁମତି ନେବା ଆବଶ୍ୟକ ନାହିଁ। ଅଭିଯୋଗ ସମ୍ପର୍କରେ ଅନୁଗୋଳ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ କହିଛନ୍ତି, ଏପରି ଅଭିଯୋଗ ଆସିବା ପରେ ୨୦୧୯ରେ ସମସ୍ତ ନର୍ସିଂହୋମ୍‌କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲା। ଜିଲା ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଥିଲା। କିନ୍ତୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ତାହା ଜାଣିନାହଁୁ।

କେରଳ, ତାମିଲନାଡ଼ୁକୁ ଅନୁସରଣ କରାଯାଉ
ବାୟୋ ବର୍ଜ୍ୟବସ୍ତୁ ଠିକ୍‌ ଭାବେ ପରିଚାଳନା କରା ନ ଗଲେ ଜନଜୀବନ ପ୍ରତି ବିପଦ ସୃଷ୍ଟି ହେବ। କେରଳ ଓ ତାମିଲନାଡ଼ୁ ସ୍ବାସ୍ଥ୍ୟବିଭାଗ ଯେପରି ବାୟୋ ବର୍ଜ୍ୟ ପରିଚାଳନା କରୁଛି, ତାହାକୁ ଏଠାରେ ଅନୁସରଣ କରାଗଲେ ଭଲ ହେବ।
-ସଙ୍ଗୀତା ମହାନ୍ତି, ସହରବାସୀ

ଉପଯୁକ୍ତ ତଦାରଖ ଅଭାବ
ଜିଲାରେ ଥିବା ଘରୋଇ ଚିକିତ୍ସାଳୟଗୁଡ଼ିକ ବର୍ଜ୍ୟ ପରିଚାଳନା ନିୟମାବଳୀ ପାଳନ କରିବାକୁ ବାଧ୍ୟ। କିନ୍ତୁ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ଠିକ୍‌ ଭାବେ ଏହାର ତଦାରଖ କରୁ ନ ଥିବାରୁ ବର୍ଷ ବର୍ଷ ଧରି ମେଡିକାଲ ବର୍ଜ୍ୟବସ୍ତୁ ଏଣେତେଣେ ଫିଙ୍ଗାଯାଉଛି।
-ରୁକେଶ ରୋସନ ଦାସ, ସହରବାସୀ

ଲୋକଦେଖାଣିଆ ଚଢ଼ାଉ ହେଉଛି
ଘରୋଇ ମେଡିକାଲରେ ବର୍ଜ୍ୟବସ୍ତୁ ପରିଚାଳନା କିପରି ଚାଲିଛି ତାହାର ତଦାରଖ ପାଇଁ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ ପକ୍ଷରୁ ଅଚାନକ ଯାଞ୍ଚ କରାଯିବା କଥା। ହେଲେ ହେଉଥିବା ଲୋକଦେଖାଣିଆ ଚଢ଼ାଉରୁ ସୁଫଳ ମିଳୁନି।
-ଭୂପେଶ ପ୍ରଧାନ, ସହରବାସୀ

ଟିମ୍‌ ଗଠନ କରି ଯାଞ୍ଚ କରାଯିବ
ବିଭିନ୍ନ ସମୟରେ ନର୍ସିଂହୋମ୍‌ ପରିଦର୍ଶନ କରାଯାଉଛି। ବାୟୋବର୍ଜ୍ୟ ପରିଚାଳନା ଠିକ୍‌ ଭାବେ ହେଉଥିବା ସେମାନେ ଲିଖିତ ଭାବେ ଅବଗତ କରୁଛନ୍ତି। ଏ ନେଇ ଜନସ୍ବାସ୍ଥ୍ୟ ବିଭାଗ ଅଧୀନରେ ଏକ ଟିମ୍‌ କରାଯାଇ ଯାଞ୍ଚ କରାଯିବ।
-ଡାକ୍ତର ଅଭୟ କୁମାର ଦାଶ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?