ପାଳନ ହେଉନି ବର୍ଜ୍ୟବସ୍ତୁ ନିୟମାବଳୀ

ଅନୁଗୋଳ ଅଫିସ, ୮ା୧: ଆବଶ୍ୟକ ସଂଖ୍ୟକ ଡାକ୍ତର ଅଭାବରୁ ଅନୁଗୋଳ ଜିଲାରେ ସରକାରୀ ସ୍ବାସ୍ଥ୍ୟସେବାର ସୁଫଳ ରୋଗୀଙ୍କୁ ମିଳୁନି। ଏହାର ସୁଯୋଗ ନେଇ ଜିଲାରେ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍‌ ସଂଖ୍ୟା ବୃଦ୍ଧି ପାଇଚାଲିଛି। ବିଶେଷକରି ଅନୁଗୋଳ ସହର ଓ ବ୍ଲକ ସଦର ମହକୁମାଗୁଡ଼ିକରେ ବହୁ ନର୍ସିଂହୋମ ଖୋଲାଯାଇଛି। କିନ୍ତୁ ସେସବୁ ମଧ୍ୟରୁ କେତେକ ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ ବର୍ଜ୍ୟବସ୍ତୁ ପରିଚାଳନା ଗାଇଡ ଲାଇନ୍‌କୁ ଠିକ୍‌ ଭାବେ ପାଳନ କରାଯାଉ ନ ଥିବା ଅଭିଯୋଗ ହେଉଛି।
ଜିଲାରେ ଥିବା ଘରୋଇ ମେଡିକାଲ ଓ ନର୍ସିଂହୋମଗୁଡ଼ିକୁ ଦୈନିକ ଶତାଧିକ ରୋଗୀ ଆସୁଛନ୍ତି। ୨୪ ଘଣ୍ଟିଆ ସେବା ସହ ବିଭିନ୍ନ ବିଭାଗର ଡାକ୍ତର, ବିଶେଷଜ୍ଞଙ୍କ ନିକଟରେ ତୁରନ୍ତ ଚିକିତ୍ସିତ ହେବାର ସୁବିଧା ଏଠାରେ ଥିବାରୁ ଦୂର ଦୂରାନ୍ତରୁ ରୋଗୀମାନେ ସରକାରୀ ଡାକ୍ତରଖାନା ଯାଇ ହୀନସ୍ତା ହେବା ଅପେକ୍ଷା ଘରୋଇ ଚିକିତ୍ସାଳୟ ଆସିବାକୁ ଉଚିତ ମଣୁଛନ୍ତି। ଏହାଛଡ଼ା ଡାଏଲିସିସ୍‌ଠାରୁ ଆରମ୍ଭ କରି ବିଭିନ୍ନ ଆଧୁନିକ ଅସ୍ତ୍ରୋପଚାର ଏଠାରେ ହୋଇପାରୁଥିବାରୁ ରୋଗୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ କେତୋଟି ଘରୋଇ ଚିକିତ୍ସାଳୟ ଓ ନର୍ସିଂହୋମ୍‌ ବାହାରୁଥିବା ବାୟୋ ବର୍ଜ୍ୟବସ୍ତୁକୁ ନିୟମାବଳୀ ଅନୁଯାୟୀ ପରିଚାଳନା ନ କରି ମେଡିକାଲ ପଛପାର୍ଶ୍ୱ କିମ୍ବା ଆବର୍ଜନା ସ୍ଥାନରେ ପିଙ୍ଗି ଦେଉଛନ୍ତି। ଏପରି କି ବ୍ୟବହୃତ ଗଜ, ତୁଳା, ବ୍ୟାଣ୍ଡେଜ, କ୍ୟାଥେଟର, ରକ୍ତଥଳି, ସାଲାଇନ୍‌ ବୋତଲ, ସିରିଞ୍ଜ, କାଚ ଭାଓଏଲ, ଆମ୍ପୁଲ ଆଦି ଖୋଲାମେଲାରେ ପକାଯାଉଥିବା ଅନେକ ସମୟରେ ଦେଖିବାକୁ ମିଳୁଛି। ସେହିପରି ସହରରେ ଥିବା କେତୋଟି ଅତ୍ୟାଧୁନିକ କ୍ଲିନିକ ମଧ୍ୟ ଏପରି ପ୍ରଦୂଷିତ ପରିବେଶ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। ଏ ନେଇ ଏକ କ୍ଲିନିକ କର୍ତ୍ତୃପକ୍ଷ କହିଛନ୍ତି, ବର୍ଜ୍ୟବସ୍ତୁକୁ ଏଣେ ତେଣେ ଫିଙ୍ଗା ନ ଯାଇ ଗାତ ଖୋଳି ପୋତି ଦିଆଯାଉଛି। ଏଥିପାଇଁ କାହାରି ପାଖରୁ ଅନୁମତି ନେବା ଆବଶ୍ୟକ ନାହିଁ। ଅଭିଯୋଗ ସମ୍ପର୍କରେ ଅନୁଗୋଳ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ କହିଛନ୍ତି, ଏପରି ଅଭିଯୋଗ ଆସିବା ପରେ ୨୦୧୯ରେ ସମସ୍ତ ନର୍ସିଂହୋମ୍‌କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲା। ଜିଲା ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଥିଲା। କିନ୍ତୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ତାହା ଜାଣିନାହଁୁ।

କେରଳ, ତାମିଲନାଡ଼ୁକୁ ଅନୁସରଣ କରାଯାଉ
ବାୟୋ ବର୍ଜ୍ୟବସ୍ତୁ ଠିକ୍‌ ଭାବେ ପରିଚାଳନା କରା ନ ଗଲେ ଜନଜୀବନ ପ୍ରତି ବିପଦ ସୃଷ୍ଟି ହେବ। କେରଳ ଓ ତାମିଲନାଡ଼ୁ ସ୍ବାସ୍ଥ୍ୟବିଭାଗ ଯେପରି ବାୟୋ ବର୍ଜ୍ୟ ପରିଚାଳନା କରୁଛି, ତାହାକୁ ଏଠାରେ ଅନୁସରଣ କରାଗଲେ ଭଲ ହେବ।
-ସଙ୍ଗୀତା ମହାନ୍ତି, ସହରବାସୀ

ଉପଯୁକ୍ତ ତଦାରଖ ଅଭାବ
ଜିଲାରେ ଥିବା ଘରୋଇ ଚିକିତ୍ସାଳୟଗୁଡ଼ିକ ବର୍ଜ୍ୟ ପରିଚାଳନା ନିୟମାବଳୀ ପାଳନ କରିବାକୁ ବାଧ୍ୟ। କିନ୍ତୁ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ଠିକ୍‌ ଭାବେ ଏହାର ତଦାରଖ କରୁ ନ ଥିବାରୁ ବର୍ଷ ବର୍ଷ ଧରି ମେଡିକାଲ ବର୍ଜ୍ୟବସ୍ତୁ ଏଣେତେଣେ ଫିଙ୍ଗାଯାଉଛି।
-ରୁକେଶ ରୋସନ ଦାସ, ସହରବାସୀ

ଲୋକଦେଖାଣିଆ ଚଢ଼ାଉ ହେଉଛି
ଘରୋଇ ମେଡିକାଲରେ ବର୍ଜ୍ୟବସ୍ତୁ ପରିଚାଳନା କିପରି ଚାଲିଛି ତାହାର ତଦାରଖ ପାଇଁ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ ପକ୍ଷରୁ ଅଚାନକ ଯାଞ୍ଚ କରାଯିବା କଥା। ହେଲେ ହେଉଥିବା ଲୋକଦେଖାଣିଆ ଚଢ଼ାଉରୁ ସୁଫଳ ମିଳୁନି।
-ଭୂପେଶ ପ୍ରଧାନ, ସହରବାସୀ

ଟିମ୍‌ ଗଠନ କରି ଯାଞ୍ଚ କରାଯିବ
ବିଭିନ୍ନ ସମୟରେ ନର୍ସିଂହୋମ୍‌ ପରିଦର୍ଶନ କରାଯାଉଛି। ବାୟୋବର୍ଜ୍ୟ ପରିଚାଳନା ଠିକ୍‌ ଭାବେ ହେଉଥିବା ସେମାନେ ଲିଖିତ ଭାବେ ଅବଗତ କରୁଛନ୍ତି। ଏ ନେଇ ଜନସ୍ବାସ୍ଥ୍ୟ ବିଭାଗ ଅଧୀନରେ ଏକ ଟିମ୍‌ କରାଯାଇ ଯାଞ୍ଚ କରାଯିବ।
-ଡାକ୍ତର ଅଭୟ କୁମାର ଦାଶ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri