ମିଳୁନି ପ୍ରଧାନମନ୍ତ୍ରୀ ଫସଲ ବୀମାରାଶି

ନବରଙ୍ଗପୁର,୫ା୧୦(ବି.ପ୍ର.): ନବରଙ୍ଗପୁର ଜିଲାର ୧୦ଟି ବ୍ଲକର ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨୦୧୮ ଖରିଫ ଚାଷ ପାଇଁ ପ୍ରିମିୟମ୍‌ ଜମା କରିଥିଲେ। କିନ୍ତୁ ଏଯାଏ ବୀମା ଟଙ୍କା ପାଇନାହାନ୍ତି। ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଓ କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହେବା ପରେ ସେମାନେ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି। ଜିଲାର ବିଭିନ୍ନ ଗାଁର ୫୫ ଚାଷୀ ବୀମାଟଙ୍କା ପାଇ ନ ଥିବା ଲିଖିତ ଅଭିଯୋଗ ଦେବା ପରେ ମାମଲା ରୁଜୁ ହୋଇଛି। ଏମ୍‌ଏସ୍‌ ଚୋଲା ଜେନେରାଲ ଇନ୍ସ୍ୟୁରାନ୍ସ, ନବରଙ୍ଗପୁର କୃଷି ଉପ ନିର୍ଦ୍ଦେଶକ, କୃଷି ବିଭାଗ ସଚିବ ଓ ସମ୍ପୃକ୍ତ ଅଞ୍ଚଳର ତହସିଲଦାରଙ୍କୁ ପକ୍ଷଭୁକ୍ତ କରି ନୋଟିସ କରିଛନ୍ତି ଖାଉଟି ଅଦାଲତ।
ନବରଙ୍ଗପୁର ଜିଲାରେ ୨୦୧୮ ଖରିଫ ଋତୁରେ ଧାନ, ମକା, ଚିନାବାଦାମ ଓ ହରଡ ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା କରାଯାଇ ପାରିବ ବୋଲି ଓଡ଼ିଶା କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରଚାରପତ୍ର ବାଣ୍ଟିଥିଲା। ଫସଲ ବୁଣିବାଠାରୁ ଅମଳ ପର୍ଯ୍ୟନ୍ତ ଯଦି ଏହା ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କ୍ଷତିଗ୍ରସ୍ତ ହୁଏ ତେବେ କ୍ଷତିପୂରଣ ପାଇବେ ଚାଷୀ। ୪୮ ଘଣ୍ଟା ମଧ୍ୟରେ ସେହି ଅଞ୍ଚଳର କୃଷି ଅଧିକାରୀଙ୍କୁ ଚାଷୀ ଲିଖିତ ଓ ମୋବାଇଲରେ ଫଟୋ ଉଠାଇ ଜଣାଇବେ। କ୍ଷତି ଆକଳନ ପରେ କ୍ଷତିପୂରଣ ମିଳିବ। ଯେଉଁ ଚାଷୀମାନେ ନିଜସ୍ବ ଟଙ୍କାରେ ଉପରୋକ୍ତ ଚାଷ କରିଛନ୍ତି, ସେମାନଙ୍କ ପାଇଁ ଫସଲ ବୀମା ଇଚ୍ଛାଧୀନ ଓ ସର୍ତ୍ତସାପେକ୍ଷ ଥିଲା। ସେମାନେ ନିକଟସ୍ଥ ବ୍ୟାଙ୍କ, ଜନସେବା କେନ୍ଦ୍ର, ପ୍ରାଥମିକ କୃଷିଋଣ ସମବାୟ ସମିତି ବା ଲ୍ୟାମ୍ପସ୍‌ରେ ନାମ ପଞ୍ଜୀକରଣ କରି ପ୍ରିମିୟମ ଦେୟ ଦାଖଲ କରିବେ। କିନ୍ତୁ ଯେଉଁ ଚାଷୀମାନେ ବ୍ୟାଙ୍କରୁ ଋଣ ଆଣି ଉପରୋକ୍ତ ଚାଷ କରୁଛନ୍ତି, ସେମାନଙ୍କୁ ବାଧ୍ୟତାମୂଳକ ଭାବେ ବୀମାଭୁକ୍ତ କରାଯିବ ବୋଲି ସରକାର ନିୟମ କଲେ। ଧାନଚାଷୀ ହେକ୍ଟର ପିଛା ୯୨୫ ଟଙ୍କା ଲେଖାଏ ପ୍ରିମିୟମ ଜମା କରିଛନ୍ତି। ବର୍ଷା ଅଭାବ ଯୋଗୁ ସରକାର ନବରଙ୍ଗପୁର ଜିଲାରେ ମରୁଡି ଘୋଷଣା କଲେ। ୭୫୪ ରାଜସ୍ବ ଗାଁରେ କୃଷି ଓ ରାଜସ୍ବ ବିଭାଗର ମିଳିତ ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ଦେଲେ। କେତେକ ଚାଷୀଙ୍କ ଆକାଉଣ୍ଟକୁ ବିଳମ୍ବରେ ବୀମା ଟଙ୍କା ସିଧାସଳଖ ଆସିଥିବା ବେଳେ ଅନେକ ଏଯାଏ ଏହା ପାଇ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ୫୫ଜଣ ଚାଷୀ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଏମ୍‌ଏସ୍‌ ଚୋଲା ଜେନେରାଲ ଇନସ୍ୟୁରାନ୍ସ, କୃଷି ବିଭାଗ ସଚିବ, ନବରଙ୍ଗପୁର କୃଷି ଉପନିର୍ଦ୍ଦେଶକ, ତହସିଲଦାରଙ୍କୁ ପକ୍ଷଭୁକ୍ତ କରି ନୋଟିସ ଜାରି କରିଛନ୍ତି ଅଦାଲତ। ଫସଲ ବୀମା ସମ୍ପର୍କରେ ଜାଣିବା ପାଇଁ ଇନସ୍ୟୁରାନ୍ସର ଟୋଲ୍‌ ଫ୍ରି ନମ୍ବର ୧୮୦୦୨୦୦୫୫୪୪, ୧୮୦୦୨୦୮୫୫୪୪ ଓ ହେଲ୍‌ପ ଡେସ୍କ ନମ୍ବର ୧୮୦୦୨୦୦୫୮୦୦ରେ ଯୋଗାଯୋଗ କରିଥିଲେ ମଧ୍ୟ କିଛି ସୂଚନା ମିଳିପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri