ଚିଲିକାରେ ଚାଲିଛି ପକ୍ଷୀ ଗଣନା

କୃଷ୍ଣପ୍ରସାଦ,୧୮।୧(କୈଳାଶ ଚନ୍ଦ୍ର ପଟନାୟକ): ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ସକାଳ ୬ ଟା ରୁ ୧୨ ଟା ଯାଏ ଗଣନା କରାଯିବ। ଏଥିପାଇଁ ୫ଟି ରେଞ୍ଜରେ ୨୨ ଟିମ୍‌ ଗଠନ କରାଯାଇଛି। ରାତିରେ ପକ୍ଷୀ ଗଣନାର ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ନଳବଣ, ଖୋର୍ଦ୍ଧା, ଗଞ୍ଜାମ, ପୁରୀ ଜିଲାରେ ଥିବା ସମସ୍ତ ଅଞ୍ଚଳରେ ଏବଂ ଚିଲିକା ବାହାରେ, ବିଭିନ୍ନ ପୋଖରୀ ଗଡିଆ ଆଦିରେ ଥିବା ପକ୍ଷୀଙ୍କ ଗଣନା ମଧ୍ୟ କରାଯାଉଛି। କୃଷ୍ଣପ୍ରସାଦରେ ପ୍ରାଣୀ ବୈଜ୍ଞାନିକ ଡାକ୍ତର ସତ୍ୟ ରଞ୍ଜନ ବେହେରାଙ୍କ ନେତୃତ୍ୱରେ ୬ଜଣ ବିଶେଷଜ୍ଞ ଗଣନାରେ ସାମିଲ ଅଛନ୍ତି। ଚଳିତ ବର୍ଷ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଅନୁମାନ ହେଉଛି। ତେବେ ଗଣନାରେ ଘନ କୁହୁଡି ବାଧକ ସାଜିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ୟୁକ୍ରେନ କିମ୍ବା ଗ୍ରୀନଲ୍ୟାଣ୍ଡ ସମ୍ପର୍କରେ କୌଣସି ଧମକକୁ ଭୟ କରୁନାହୁଁ’, ଟ୍ରମ୍ପଙ୍କୁ ସିଧା ଜବାବ ଦେଲେ ଫ୍ରାନ୍ସ ରାଷ୍ଟ୍ରପତି

ପ୍ୟାରିସ,୧୮।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ସମର୍ଥନ କରିବା ପାଇଁ ୮ଟି ୟୁରୋପୀୟ ଦେଶ ଉପରେ ୧୦ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି, ଯାହା...

ଆଉ ୧୮ରେ ମିଳିବନି ସୁଭଦ୍ରା ଟଙ୍କା, ପୁଣି କେବେ ଆସିବ ଜାଣନ୍ତୁ

ଭୁବନେଶ୍ୱର,୧୮ା୧:  ସୁଭଦ୍ରା ଟଙ୍କା ମିଳିବା ତାରିଖରେ ହେଲା ପରିବର୍ତ୍ତନ । ଏଣିକି ଆଉ ୧୮ ତାରିଖରେ ଟଙ୍କା ପାଇବେନି ହିତାଧିକାରୀ । ନୂଆ ହିତାଧିକାରୀଙ୍କୁ ଆସନ୍ତା...

BJP ନେତାଙ୍କ ସହ ଅରବିନ୍ଦଙ୍କ ଫଟୋ ଭାଇରାଲ, ରାଜନୀତିରେ ଚହଳ!

ଭୁବନେଶ୍ୱର, ୧୮।୧: ରାଜନୀତିରେ ରୋଚକ ଦୃଶ୍ୟ। ଗୋଟିଏ ଫ୍ରେମରେ ବିଜେଡି-ଭାଜପା ନେତା। ଫଟୋରେ ନଜର ଆସିଛନ୍ତି ନିଲମ୍ୱିତ ନେତା ଅରବିନ୍ଦ ମହାପାତ୍ର। ରାଜନୀତିରେ ଘୋର ବିରୋଧୀ...

ଶିନ୍ଦେଙ୍କ ‘ହୋଟେଲ ପଲିଟିକ୍ସ’କୁ ନେଇ ଗର୍ଜିଲେ ସଞ୍ଜୟ

ମୁମ୍ବାଇ,୧୮।୧: ବିଏମସି ନିର୍ବାଚନରେ ଏନଡିଏ (ମହାୟୁତି)ର ବିଜୟ ପରେ ମଧ୍ୟ ମୁମ୍ବାଇ ରାଜନୀତିରେ ‘ହୋଟେଲ ରାଜନୀତି’ ଏବଂ ସସପେନ୍ସର ଏକ ଯୁଗ ଆରମ୍ଭ ହୋଇଛି। ଶିବସେନା...

ନବୀନଙ୍କ ସହ କଥା ହେବା ପରେ ଉତ୍ତର ରଖିବି, କାହିଁକି ଏପରି କହିଲେ ବିଜେଡିରୁ ବିତାଡ଼ିତ ଅରବିନ୍ଦ

ଭୁବନେଶ୍ୱର,୧୮ା୧: କିଛିଦିନ ତଳେ ବିଜେଡିରୁ ବହିଷ୍କୃତ ହୋଇଥିବା ବିଧାୟକ ଅରବିନ୍ଦ ମହାପାତ୍ର ଶେଷରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ସବୁଦିନ ମୋ’ ବିରୋଧରେ ନୂଆ ନୂଆ...

ପୁଣି ସୁବାସଙ୍କ ଉପରେ ଭରସା କଲା କଂଗ୍ରେସ: ଦେଲା ଗୁରୁଦାୟିତ୍ୱ

କେସିଙ୍ଗା,୧୮।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ସୁବାସ ଜୈନଙ୍କୁ ଟାଉନ ସଭାପତି ଭାବେ କଂଗ୍ରେସର ପିସିସି ସଭାପତି ଭକ୍ତ ଚରଣ ଦାସ ନିଯୁକ୍ତି ଦେଇଛନ୍ତି।...

୮ ପଥର ବୋଝେଇ ହାଇଓ୍ବା ଜବତ, କାଗଜପତ୍ର ଯାଞ୍ଚ ଆରମ୍ଭ

ମହାକାଳପଡ଼ା,୧୮ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଓ ଖଣିଜ ସମ୍ପଦ ବିଭାଗ ପକ୍ଷରୁ ବେଆଇନ ଭାବରେ ୮ଟି ପଥର ବୋଝେଇ ହାଇଓ୍ବା ଜବତ...

ନଦୀରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ: ପ୍ରଥମେ ପାଦ ପରେ ମିଳିଲା…

ବଲାଙ୍ଗୀର/ପାଟଣାଗଡ଼,୧୮।୧(ସୁନିଲ ମହାନ୍ତି/ସଚ୍ଚିଦାନନ୍ଦ ମହାକୁର) ବଲାଙ୍ଗୀର ଜିଲା ଲରମ୍ଭା ଥାନା ହିର୍ଲି ନଦୀରୁ ଖଣ୍ଡ ବିଖଣ୍ଡିତ ମୃତଦେହ ରବିବାର ଠାବ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri