ଘରେ ପଶିଲେ, କିଛି କହିବା ପୂର୍ବରୁ ବେକ, କାନକୁ ହାଣି ପକାଇଲେ  

ଦିଗପହଣ୍ଡି,୧୮।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମ ଇନ୍ଦିରା ଆବାସ କଲୋନୀରେ ଅଭାବନୀୟ ଘଟଣା ଘଟିଛି। କଲୋନୀରେ ରହୁଥିବା କୁମାରୀ ସେଠୀ(୫୮) ଏବଂ ତାଙ୍କ ଦୁଇ ଅବିବାହିତ କନ୍ୟା ସବିତା ସେଠୀ(୩୨),ଝିଲି ସେଠୀ(୨୪)ଙ୍କୁ କିଛି ଦୁର୍ବୃତ୍ତ ବେକ ଓ କାନ କାଟି ହତ୍ୟା ଉଦ୍ୟମ କରିଛନ୍ତି।
ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସ୍ବର୍ଗତ ପାଣ ସେଠୀଙ୍କ ସ୍ତ୍ରୀ କୁମାରୀ ତାଙ୍କ ଦୁଇ ଝିଅ ସହ ରାତ୍ରି ଭୋଜନ ସାରି ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଘରର କବାଟ ବାଡ଼ାଇ ଥିଲେ। କୁମାରୀ କବାଟ ଖୋଲିବା ପରେ ଜଣେ ଦୁର୍ବୃତ୍ତ ଘର ଭିତରେ ପଶି ଅତର୍କିତ ଭାବେ ଏକ ଧାରୁଆ ଛୁରିରେ ତାଙ୍କ ବେକକୁ କାଟି ଦେଇଥିଲେ। ଦୁଇ ଝିଅ ନିଦରୁ ଉଠି ମା’ କୁ ଉଦ୍ଧାର କରିବା ବେଳେ ସେ ଦୁହିଁଙ୍କ ବେକକୁ ମଧ୍ୟ ଛୁରିରେ କାଟି ବାଇକ ଯୋଗେ ଚମ୍ପଟ ମାରିଥିଲେ। ମା’ ଓ ଦୁଇ ଝିଅଙ୍କ କାନ୍ଦ ବୋବାଳି ଶୁଣି ପାଖ ପଡୋଶୀ  ଆସି ସେମାନଙ୍କୁ ଉଦ୍ଧାର କରିଥିଲେ। ଏନେଇ ସୂଚନା ପାଇବା ପରେ ଦିଗପହଣ୍ଡି ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଆହାତ ମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଝିଲିଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ରହସ୍ୟଜନକ ହତ୍ୟା ଉଦ୍ୟମ ଘଟଣାର କାରଣ ଜଣାପଡିନାହିଁ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ସୁବାସଙ୍କ ଉପରେ ଭରସା କଲା କଂଗ୍ରେସ: ଦେଲା ଗୁରୁଦାୟିତ୍ୱ

କେସିଙ୍ଗା,୧୮।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ସୁବାସ ଜୈନଙ୍କୁ ଟାଉନ ସଭାପତି ଭାବେ କଂଗ୍ରେସର ପିସିସି ସଭାପତି ଭକ୍ତ ଚରଣ ଦାସ ନିଯୁକ୍ତି ଦେଇଛନ୍ତି।...

୮ ପଥର ବୋଝେଇ ହାଇଓ୍ବା ଜବତ, କାଗଜପତ୍ର ଯାଞ୍ଚ ଆରମ୍ଭ

ମହାକାଳପଡ଼ା,୧୮ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଓ ଖଣିଜ ସମ୍ପଦ ବିଭାଗ ପକ୍ଷରୁ ବେଆଇନ ଭାବରେ ୮ଟି ପଥର ବୋଝେଇ ହାଇଓ୍ବା ଜବତ...

ନଦୀରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ: ପ୍ରଥମେ ପାଦ ପରେ ମିଳିଲା…

ବଲାଙ୍ଗୀର/ପାଟଣାଗଡ଼,୧୮।୧(ସୁନିଲ ମହାନ୍ତି/ସଚ୍ଚିଦାନନ୍ଦ ମହାକୁର) ବଲାଙ୍ଗୀର ଜିଲା ଲରମ୍ଭା ଥାନା ହିର୍ଲି ନଦୀରୁ ଖଣ୍ଡ ବିଖଣ୍ଡିତ ମୃତଦେହ ରବିବାର ଠାବ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାର...

‘ଭିକ୍ଟରିଆନ ରୋଗ’ କ’ଣ? ଯେଉଁଥିରେ ସଂକ୍ରମିତ ହେଲେଣି ଅନେକ ଆମାଜନ କର୍ମଚାରୀ!

ଲଣ୍ଡନ,୧୮।୧: ୟୁନାଇଟେଡର କୋଭେଣ୍ଟ୍ରିରେ ଥିବା ଏକ ଆମାଜନ ଫୁଲଫଇଲମେଣ୍ଟ ସେଣ୍ଟରରେ ଯକ୍ଷ୍ମା (ଟିବି) ମାମଲା ନିଶ୍ଚିତ ହୋଇଛି। ‘ଭିକ୍ଟୋରିଆନ ରୋଗ’ ଭାବରେ ଜଣାଶୁଣା ଏହି ଜୀବାଣୁ...

ସରକାରଙ୍କ କଡ଼ା ନିଷ୍ପତ୍ତି: ଧାର୍ମିକ ସ୍ଥଳକୁ ଫୋନ ମନା, ରିଲ୍‌ କଲେ…

ଡେରାଡୁନ,୧୮ା୧: ଉତ୍ତରାଖଣ୍ଡ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ତଥା କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଧାର୍ମିକ ସ୍ଥଳରେ ରିଲ୍‌ ଏବଂ ବ୍ଲଗ କରିବା ନେଇ ବଢ଼ୁଥିବା ବିବାଦକୁ...

ରୋଚକ ହେଉଛି ଯାଜପୁର ରାଜନୀତି: ଗୋଟିଏ ଦିନରେ ଦୁଇଥର ଦଳ ପରିବର୍ତ୍ତନ

ଯାଜପୁର,୧୮।୧: ଭାଜପାକୁ ଶକ୍ତ ଝଟ୍‌କା। ଭାଜପାରେ ମିଶିବାର ୨୪ ଘଣ୍ଟା ନପୂରୁଣୁ ବିଜେଡିକୁ ଫେରିଲେ ବିଜେଡି ନେତ୍ରୀ। ଯାଜପୁର ଜଲାପରିଷଦ ସଭ୍ୟା ଟିନା ହାଇବୃ ବିଜେଡିକୁ...

ବରଗଡରେ ଚାଞ୍ଚଲ୍ୟ: ଘର ଭିତରୁ ମିଳିଲା ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

ବରଗଡ,୧୯।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ହାଟପଦା ପଡାସ୍ଥିତ ଉମା ଟକିଜ୍‌ ପାଖରେ ଥିବା ଗୋଟିଏ ଘର ଭିତରୁ ରବିବାର ସକାଳୁ ଜଣେ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର...

‘ଆପଣ ସମ୍ବିଧାନର ରକ୍ଷକ, ଆମେ ଆପଣଙ୍କର…’, CJI ସୂର୍ଯ୍ୟକାନ୍ତଙ୍କୁ କାହିଁକି ଏମିତି ଅପିଲ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ? ଜାଣନ୍ତୁ…

କୋଲକାତା,୧୮।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ବିଧାନ ଏବଂ ଗଣତନ୍ତ୍ରକୁ ଯେକୌଣସି ବିପଦରୁ ରକ୍ଷା କରିବା ପାଇଁ ଭାରତର ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କୁ ସିଧାସଳଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri