ଆଶାୟୀ ସରକାରୀ ଚାକିରିଆଙ୍କୁ ପରୀକ୍ଷା ପାଇଁ ଏନ୍‌ଓସି ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ୱର,୧୬ା୧:(ସୁନିତ୍‌ ମିଶ୍ର):  ସରକାରୀ ଚାକିରି କରିଥିବା କର୍ମଚାରୀ ବା ଅଧିକାରୀ ଯେଉଁମାନେ ୟୁପିଏସ୍‌ସି, ଓପିଏସ୍‌ସି, ଏସ୍‌ଏସ୍‌ବି, ଓଏସ୍‌ଏସ୍‌ସି, ଓଏସ୍‌ଏସ୍‌ଏସ୍‌ସି ଆଦି କରୁଥିବା ପରୀକ୍ଷା ଦେବାକୁ ଚାହୁଁଛନ୍ତି ସେମାନଙ୍କୁ ଆଉ ଏନ୍‌ଓସି(ନୋ ଅବ୍‌ଜେକ୍‌ଶନ ସାର୍ଟିଫିକେଟ) ଦରକାର ପଡିବ ନାହିଁ ।  ଆଗରୁ ସରକାରୀ କର୍ମଚାରୀ ଏହିସବୁ ପରୀକ୍ଷା ଦେବାକୁ ହେଲେ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗଠାରୁ ଏନ୍‌ଓସି ଆଣିବାକୁ ବାଧ୍ୟ ହେଉଥିଲେ। ହେଲେ ସରକାର ଏହି ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି, ବିନା ଏନ୍‌ଓସିରେ ଏବେ ସେମାନେ ପରୀକ୍ଷା ଦେଇପାରିବେ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଗୁରୁବାର ଏକ ଚିଠି ଜାରି କରାଯାଇଛି।

ସେଥିରେ ଉଲ୍ଲେଖ ରହିଛି, ଯେଉଁମାନେ ସରକାରୀ ଚାକିରିରେ ଥାଇ ନିଜ ଭବିଷ୍ୟତକୁ ଆଗକୁ ନେବା ଲାଗି କିଛି ସରକାରୀ ପରୀକ୍ଷା ଦେବାକୁ ଏନ୍‌ଓସି ପାଇଁ ଦୀର୍ଘସମୟ ଅପେକ୍ଷାକରି ସମୟ ନଷ୍ଟ କରୁଥିଲେ ଏହି ନିୟମରେ ପରିବର୍ତ୍ତନ କରାଯାଇଛି। ଯଦି ଆଶାୟୀ କର୍ମଚାରୀ ଏଣିକି କିଛି ପରୀକ୍ଷା ଦେବାକୁ ଚାହାନ୍ତି ତେବେ ସେମାନେ ପରୀକ୍ଷା ପାଇଁ ତାଙ୍କ ସରକାରୀ କାର୍ଯ୍ୟ ଏବଂ ଦାୟିତ୍ୱରେ ଅବହେଳା ନ କରିବା ଦରକାର। ପରୀକ୍ଷା ଦେବା ସମୟରେ ସେମାନେ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ନିକଟରୁ ଛୁଟି ମଞ୍ଜୁରୀ ଏବଂ ମୁଖ୍ୟାଳୟ ଛାଡ଼ିବା ଅନୁମତି ନେଇ ଯିବା ଦରକାର। ଯେଉଁ ପରୀକ୍ଷା ଦେବେ ତା’ର ଆଡ୍‌ମିଟ୍‌ କାର୍ଡ କିମ୍ବା ସେ ସମ୍ବନ୍ଧିତ କାଗଜପତ୍ର ଦେଖାଇବେ। ଯଦି ସେମାନେ ଯେଉଁ ପରୀକ୍ଷା ଦେଉଛନ୍ତି ସେଥିରେ ଉତ୍ତୀର୍ଣ୍ଣ ହେଉଛନ୍ତି ତେବେ ସେମାନେ ସରକାରୀ ପଦ୍ଧତିରେ ସେହି ବିଭାଗରୁ ରିଲିଭ ହେବେ, ସେମାନଙ୍କ ଅଧାପନ୍ତରିଆ କାର୍ଯ୍ୟକୁ ସାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ଭୟରେ ଛାନିଆ ହେଲେ ନିଶା: ପହଞ୍ଚିଲେ ହାଇକୋର୍ଟ

କଟକ,୧୭।୧: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଇଟମ ଗର୍ଲ ନିଶା ମହାରଣା। ହାଇକୋର୍ଟରେ ନିଶା ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡିଛି। ବଲାଙ୍ଗୀର ସଦର ଥାନା ମାମଲାରେ...

ଦ୍ୱିତୀୟ ସ୍ତ୍ରୀ ପାଇବେନି ସରକାରୀ ପେନସନ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଟକ,୧୭।୧: ଦ୍ୱିତୀୟ ସ୍ତ୍ରୀ ପାଇବେନି ସରକାରୀ ପେନସନ । ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ଦ୍ୱିତୀୟ ସ୍ତ୍ରୀ ପରିବାର ପେନସନ ବା ‘ଫ୍ୟାମିଲି...

ଓଡ଼ିଶାରେ ବଢୁଛି ମଟନ୍‌ର ଚାହିଦା: ବର୍ଷକୁ ଏତିକି ଟଙ୍କାର ମାଂସ ଖାଇଯାଉଛନ୍ତି ରାଜ୍ୟବାସୀ

ଭୁବନେଶ୍ୱର,୧୭।୧: ଓଡ଼ିଶାରେ ଛେଳି ମାଂସ ଅର୍ଥାତ୍‌ ମଟନ୍‌ର ଚାହିଦା ବଢ଼ି ବଢି ଚାଲିଛି। ରାଜ୍ୟରେ ଛେଳି ମାଂସର ଆବଶ୍ୟକତା ଉତ୍ପାଦନଠାରୁ ଅଧିକ। ସେଥିପାଇଁ ମାଛ, ଅଣ୍ଡା...

ଆଲିବାଗରେ କୋଟି କୋଟି ଟଙ୍କାର ସମ୍ପତ୍ତି କିଣିଲେ ବିରାଟ-ଅନୁଷ୍କା

ନୂଆଦିଲ୍ଲୀ,୧୭।୧: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମହାରାଷ୍ଟ୍ରର ଆଲିବାଗରେ ଜମି କିଣିଛନ୍ତି। ସେମାନଙ୍କର ପୂର୍ବରୁ ଆଲିବାଗରେ ଏକ...

ଗୋ ମାଫିଆଙ୍କ ଘରେ ରେଡ୍‌: ବିପୁଳ ପରିମାଣର ବେଆଇନ ସମ୍ପତ୍ତି ଜବତ

ପାଟଣା,୧୭।୧(ବୀର କିଶୋର ଦାଶ): କେନ୍ଦୁଝର ପୋଲିସରର ଏକାଧିକ ଦଳ ଶନିବାର ୪୬ଟି ସ୍ଥାନରେ ବେଆଇନ ଗୋରୁ ବ୍ୟବସାୟୀଙ୍କ ବାସଭବନ ଉପରେ ସମନ୍ବିତ ଚଢାଉ କରିଛନ୍ତିି ।...

ସୁନାଥାଳିରେ ଖାଇବେ! ୨୯ରୁ ୩୧ ଭିତରେ ଧନୀ ହେବେ ୩ ରାଶି…

ସବୁଠାରୁ ପ୍ରସିଦ୍ଧ ଭବିଷ୍ୟଜ୍ଞମାନଙ୍କ ମଧ୍ୟରୁ ଜଣେ ଥିଲେ ବୁଲଗେରିଆନ୍ ବାବା ଭେଙ୍ଗା। ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ, ବିଶ୍ୱବାସୀଙ୍କ ବିଷୟରେ ଗୋଟିଏ ପରେ ଗୋଟିଏ ଭବିଷ୍ୟବାଣୀ କରିଥିଲେ...

ଇରାନର ଏକ ବଡ଼ ନିଷ୍ପତ୍ତିକୁ ନେଇ କୃତଜ୍ଞତା ଜଣାଇଲେ ଟ୍ରମ୍ପ

ଓ୍ବାଶିଂଟନ,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (ଜାନୁଆରୀ ୧୬) ଏକ ଅସାଧାରଣ ଏବଂ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇ ଇରାନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ...

କିଏ ହେବେ ମୁମ୍ବାଇର ପରବର୍ତ୍ତି ମେୟର? ରେସରେ ରହିଛି ଏହିମାନଙ୍କ ନାମ

ମୁମ୍ବାଇ,୧୭।୧: ମୁମ୍ବାଇ ନଗର ନିଗମ ନିର୍ବାଚନରେ ଭାଜପା ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି, ମୁମ୍ବାଇରେ ଶିବସେନାର ପ୍ରାୟ ତିନି ଦଶନ୍ଧି ଧରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri