ଶିକ୍ଷିତ ଦେଶବିରୋଧୀ

ଶିକ୍ଷିତ ଲୋକେ ବହୁସଂଖ୍ୟାରେ ସମାଜବିରୋଧୀ କାର୍ଯ୍ୟରେ ସାମିଲ ହେବା ଏକ ବିପଜ୍ଜନକ ଧାରା ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିକଟରେ ବିବୃତି ଦେବା ଅନେକଙ୍କୁ ବ୍ୟଥିତ କରିବା କଥା। ରାଜସ୍ଥାନର ଉଦୟପୁରସ୍ଥିତ ଭୁପାଲ ନୋବେଲ ୟୁନିଭର୍ସିଟିର ୧୦୪ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ସେ ଶିକ୍ଷିତଙ୍କ ପାଇଁ ଦେଶରେ ହ୍ବାଇଟ କଲାର ଆତଙ୍କବାଦ ମୁଣ୍ଡ ଟେକିଛି ବୋଲି କହିବା ବେଳେ ୨୦୨୫ ନଭେମ୍ବର ୧୦ରେ ଦିଲ୍ଲୀର ଲାଲକିଲ୍ଲାରେ କାର୍‌ ବୋମା ବିସ୍ଫୋରଣରେ ଡାକ୍ତରଙ୍କ ସମ୍ପୃକ୍ତି ଥିବା ବିଷୟକୁ ସମ୍ଭବତଃ ଇଙ୍ଗିତ କରିଛନ୍ତି। ଆତଙ୍କବାଦ ସହିତ ଡାକ୍ତର ଜଡ଼ିତ ହେବା ନିଶ୍ଚିତ ନିନ୍ଦନୀୟ। କିନ୍ତୁ ତାହାକୁ ନେଇ ସମଗ୍ର ଶିକ୍ଷିତ ସମାଜକୁ ଗୋଟିଏ ଚଷମାରେ ଦେଖାଯିବା ଉଚିତ ନୁହେଁ। ପୂର୍ବରୁ ଆଜିକାର ଶାସକ ଦଳ ଶିକ୍ଷିତ ସହରବାସିନ୍ଦାଙ୍କୁ ‘ଅର୍ବାନ ନକ୍ସଲ’ ଆଖ୍ୟା ଦେଇ ସମାଲୋଚନା କରିଆସୁଥିଲେ। ସମ୍ଭବତଃ ବିଭିନ୍ନ କ୍ଷେତ୍ରରେ ଆଜିର ସରକାରଙ୍କ ନୀତି ବିଫଳ ହେବା ଯୋଗୁ ସେହି ଦୁଇ ଶବ୍ଦକୁ ଏବେ ବ୍ୟବହାର କରିବା ପରିବର୍ତ୍ତେ ସମଗ୍ର ଶିକ୍ଷିତ ସମାଜ ଉପରେ ଆକ୍ରମଣ ଆରମ୍ଭ କରାଯାଉଛି। ସମସ୍ତଙ୍କ ମନେଅଛି ଯେ, ପୂର୍ବରୁ ଯେତେବେଳେ କୌଣସି ଆକ୍ରମଣ ହେଉଥିଲା ସେତେବେଳେ ମୁସଲମାନ ସମ୍ପ୍ରଦାୟକୁ ଦୋଷ ଦେବା ସହିତ ପାକିସ୍ତାନର ମସୁଧାରେ ହୋଇଛି ବୋଲି କୁହାଯାଉଥିଲା। ‘ଅପରେଶନ ସିନ୍ଦୂର’ ଏବେ ବି ଚାଲୁରହିଛି ବୋଲି ରାଜନାଥ ସିଂ ଏବଂ ଅନ୍ୟ ବରିଷ୍ଠ ନେତାମାନେ ବାରମ୍ବାର ଦାବି କରିଆସୁଥିବା ବେଳେ ଗତବର୍ଷ ନଭେମ୍ବର ୧୦ରେ ଦିଲ୍ଲୀର ଲାଲ୍‌କିଲ୍ଲା ନିକଟରେ ବିସ୍ଫୋରଣ ଘଟିଗଲା। ସେହି ବିସ୍ଫୋରଣ ଯେଉଁ ବିଫଳତା ଦର୍ଶାଇଲା ତାହା ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱରେ ଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁହିଁଙ୍କୁ ଇଙ୍ଗିତ କରୁଛି। ଏହି ବିସ୍ଫୋରଣ ପରେ ପାକିସ୍ତାନର ନାଁ ନେବାକୁ ଦିଲ୍ଲୀ ପୋଲିସ କିମ୍ବା ଭାରତୀୟ ଗୋଇନ୍ଦା ସଂସ୍ଥାର ସାହସ ପାଇଲା ନାହିଁ। ଏଭଳି ପ୍ରଚ୍ଛଦପଟରେ ଦେଖିବାକୁ ଗଲେ ପ୍ରତିରକ୍ଷା ମନ୍ତ୍ରୀଙ୍କ କହିବା ଅନୁଯାୟୀ ଶିକ୍ଷିତଙ୍କ ଅର୍ଥ ସ୍କୁଲ କିମ୍ବା କଲେଜରେ ପାଠ ପଢ଼ିଥିବା ଭାରତୀୟଙ୍କ ପରିବର୍ତ୍ତେ ‘ଶିକ୍ଷିତ ସମାଜ’ର ଅର୍ଥ ହେଉଛି ଯେଉଁମାନେ ସରକାରଙ୍କ ବିଫଳତା ବୁଝି ବ୍ୟବସ୍ଥାକୁ ପ୍ରଶ୍ନ କରୁଛନ୍ତି। ଗଣତନ୍ତ୍ରରେ ଶିକ୍ଷିତ ସମାଜ ପ୍ରଶ୍ନ କରିବା ସ୍ବାଭାବିକ। ଅନ୍ୟପଟେ ସମ୍ପୂର୍ଣ୍ଣ ଅଶିକ୍ଷିତ ତାଙ୍କର ମନର ଚାହିଦା ଅନୁଯାୟୀ ଭୋଟ ଦେଇଥାନ୍ତି। ତେବେ ମଧ୍ୟ-ଶିକ୍ଷିତ ହେଉଛନ୍ତି ସମାଜ ପାଇଁ ସବୁଠାରୁ ଅଧିକ କ୍ଷତିକାରକ। ସେହିମାନେ ପ୍ରଶ୍ନ କରିବାକୁ ଇଚ୍ଛାକରନ୍ତି ନାହିଁ କିମ୍ବା ଭୁଲ୍‌ ଦେଖିବାରେ ସମୟ ଦେବାକୁ ପ୍ରସ୍ତୁତ ହୁଅନ୍ତି ନାହିଁ। ସେହି ଗୋଷ୍ଠୀ ସମ୍ପୂର୍ଣ୍ଣ ଭାବେ ସ୍ବାର୍ଥପର ହୋଇ ଦେଶର ମଙ୍ଗଳ ପରିବର୍ତ୍ତେ ନିଜର ସୁବିଧାକୁ ଦେଖିଥାନ୍ତି ଏବଂ ସ୍ରୋତ ସହିତ ବହିଯିବାକୁ ଆଗଭର ହୁଅନ୍ତି। ତେଣୁ ସେଭଳି ଶିକ୍ଷିତଙ୍କୁ ନେଇ ଭିଡ଼ କରିବା ସହଜ ହୋଇଥାଏ। ଯେଉଁମାନେ ବ୍ୟବସ୍ଥାକୁ ପ୍ରଶ୍ନ କରନ୍ତି, ସେମାନେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରନ୍ତି।
ଆଶ୍ଚର୍ଯ୍ୟ ଲାଗେ, ଗତ ୧୧ ବର୍ଷର ଇତିହାସ ମଧ୍ୟରେ ଭାରତ ଭିତରେ କେତେ ପ୍ରକାରର ବିଭାଜନ ସୃଷ୍ଟି କରାଯିବାର ଚେଷ୍ଟା କରାଗଲାଣି। ନିର୍ବାଚନବେଳେ ହିନ୍ଦୁ-ମୁସଲମାନ ବିଭାଜନ, ବିମୁଦ୍ରୀକରଣ ବେଳେ ଧନୀ-ଗରିବ ବିଭାଜନ, ଚାଷୀ ଆନ୍ଦୋଳନ ବେଳେ ଭାରତ-ଖଲିସ୍ତାନ ବିଭାଜନ, ହିନ୍ଦୀ-ଅଣହିନ୍ଦୀ ଭାଷୀଙ୍କ ମଧ୍ୟରେ ବିଭାଜନ, ନିର୍ବାଚନ ଦୂରରେ ଥିବାବେଳେ ଉଚ୍ଚ ଜାତି ଓ ନୀଚ ଜାତି ମଧ୍ୟରେ ବିଭାଜନ, ରାଜନୈତିକ ଦୃଷ୍ଟିକୋଣରୁ ସୁହାଉଥିବା ଗୋଷ୍ଠୀ ଦେଶପ୍ରେମୀ ଆଖ୍ୟା ପାଇଲାବେଳକୁ ବିରୋଧୀଙ୍କୁ ଦେଶଦ୍ରୋହୀ କହି ବିଭାଜନ, ଐତିହାସିକ ଦୃଷ୍ଟିକୋଣରୁ କୁହାଯାଉଛି ଭାରତରେ ପୂର୍ବରୁ ଯାହା କରାଯାଉଥିଲା ତାହା ଥିଲା ତ୍ରୁଟିପୂର୍ଣ୍ଣ ଏବଂ ୨୦୧୪ ପରେ କେବଳ ଦେଶ ହିତକାରୀ ହେଉଛି ବୋଲି କୁହାଯାଇ ସେଥିରେ ମଧ୍ୟ ବିଭାଜନ; ଏହିଭଳି ଆହୁରି ଅନେକ ବିଷୟକୁ ନେଇ ବିଭାଜନ ସୃଷ୍ଟି କରାଯାଉଥିବାବେଳେ ଏବେ ପ୍ରଶ୍ନ କରୁଥିବା ଶିକ୍ଷିତ ନାଗରିକଙ୍କୁ ହ୍ବାଇଟ୍‌ କଲାର ଅତଙ୍କବାଦର ଆଖ୍ୟା ଦିଆଯିବାର ଅର୍ଥ ହେଉଛି ସେମାନଙ୍କ ବ୍ୟତୀତ ଅନ୍ୟମାନେ ସମସ୍ତେ ଦେଶପ୍ରେମୀ। ଏହା ଏକ ନୂଆ ବିଭାଜନ।
ଓଡ଼ିଆରେ ଢଗ ଅଛି-‘ଚାଲି ନ ଜାଣି ବାଟର ଦୋଷ’। ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଓ ଗୋଇନ୍ଦା ବିଫଳତାକୁ ଦୋଷ ନ ଦେଇ ରାଜନାଥ ଶିକ୍ଷିତମାନେ ଦେଶ ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲି ସାର୍ବଜନୀନ ମନ୍ତବ୍ୟ ଦେବା ତାଙ୍କ ଦୁର୍ବଳତାକୁ ଦର୍ଶାଉଛି। ଜଣେ ବରିଷ୍ଠ ମନ୍ତ୍ରୀ, ଯିଏକି ଦେଶର ପ୍ରତିରକ୍ଷା ଦାୟିତ୍ୱରେ ଅଛନ୍ତି, ତାଙ୍କ ତୁଣ୍ଡରୁ ଯେତେବେଳେ ଶିକ୍ଷିତଙ୍କ ବିରୋଧରେ ବିବୃତି ବାହାରୁଛି; ସେତେବେଳେ ମନେହେଉଛି ଏବେ ଦେଶକୁ ଅଶିକ୍ଷିତ କରି ରଖିବାର ଉଦ୍ୟମ ଆରମ୍ଭ ହେଲା।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ, ଏହି ଦୁଇ ଜିଲା ପାଇଁ କଲେ ବଡ ଦାବି

ଭୁବନେଶ୍ୱର,୮ା୧: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଦୁଇ ଜିଲା ପାଇଁ ବଡ ଦାବି ଜଣାଇଛନ୍ତି। ଅନୁଗୋଳ ଏବଂ...

ଓଡ଼ିଶାର ଏହି ଜିଲାରେ ହେବ ନୂଆ ମେଗା ଷ୍ଟିଲ୍ ପ୍ଲାଣ୍ଟ, ସୃଷ୍ଟି ହେବ ୧୪ ହଜାରରୁ ଉର୍ଦ୍ଧ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୮ା୧: ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା...

ସତେକି ଦିନିକିଆ ନୁହେଁ ଟେଷ୍ଟ: ଗୋଟିଏ ଉଇକେଟ ପାଇଁ  ଲୁଟାଇଲେ ୩୨୬ ରନ୍‌; ୬ ମ୍ୟାଚ୍‌ରେ ଫେଲ ହେଲେ…

ନୂଆଦିଲ୍ଲୀ,୮।୧: କ୍ରିକେଟର ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ଚଳିତ ବିଜୟ ହଜାରେ ଟ୍ରଫିର ଏହି ସିଜନ ଅତ୍ୟନ୍ତ ଖରାପ ହୋଇଛି। ବାମହାତି ଏହି ଅଲରାଉଣ୍ଡର ଉଭୟ ବୋଲିଂ...

‘ସବୁକିଛି ତେଲ ପାଇଁ’: ଆମେରିକାର ଉପରେ ବର୍ଷିଲେ ଭେନେଜୁଏଲା ନୂତନ ରାଷ୍ଟ୍ରପତି

ନୂଆଦିଲ୍ଲୀ,୮ା୧: ଆମେରିକା ପକ୍ଷରୁ କରାଯାଉଥିବା ମାଦକ ଦ୍ରବ୍ୟ ଚୋରା ଚାଲାଣ ଏବଂ ମାନବାଧିକାର ଉଲ୍ଲଂଘନ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲସି ରୋଡ୍ରିଗ୍ୱେଜ୍।...

ଚୂନଘାଟି ଜଙ୍ଗଲରେ ପଡ଼ିଛି ଯୁବକଙ୍କ ଦରପୋଡ଼ା ମୃତଦେହ, ପରିଚୟ ମିଳିବା ପରେ ପୋଲିସ… 

ବାଲିଗୁଡା, ୮।୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଚକାପାଦ ବ୍ଲକର ଲାଇନପଡ଼ା-ପସରା ଗ୍ରାମ ରାସ୍ତାରେ ଥିବା ଚୂନଘାଟି ଜଙ୍ଗଲରୁ...

‘I-PAC ରେଡ ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କ ହାତରୁ ପ୍ରମାଣ ଛଡାଇ ନେଇଥିଲେ, ଯାହା ପୂର୍ବରୁ କେବେ ହୋଇ ନ ଥିଲା’, ବଡ଼ ବାଦି କଲାଣି ଭାଜପା

କୋଲକାତା,୮।୧: କୋଇଲା ଦୁର୍ନୀତି ମାମଲାରେ ଗୁରୁବାର କୋଲକାତାର I-PAC କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏକ ତଲାସୀ ଅଭିଯାନ ଚଳାଇଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ...

ପରମାଣୁ କ୍ଷମତା ବୃଦ୍ଧି କରିବ ଭାରତ: ଓଡ଼ିଶା ସମେତ ୩୦ଟି ସ୍ଥାନରେ ହେବ ନୂତନ ପ୍ରକଳ୍ପ

ନୂଆଦିଲ୍ଲୀ,୮ା୧: ଓଡ଼ିଶାରେ ସ୍ଥାପନା ହେବ ପରମାଣୁ ଶକ୍ତି କେନ୍ଦ୍ର। ଭାରତର ସବୁଠାରୁ ବଡ଼ ସରକାରୀ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା ଏନଟିପିସି ଦେଶରେ ପରମାଣୁ ଶକ୍ତି କ୍ଷମତା...

ଡିପୋଜିଟ୍‌ ପାଇଁ  ଏଜେଣ୍ଟ ୩ ଲକ୍ଷ ଟଙ୍କା ନେଇ ଯାଉଥିଲେ, ବାଇକରେ ଆସି ଲୁଟି ନେଲେ…

ଚାନ୍ଦବାଲି,୮।୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ ଅପରାଧିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ଦିବା ପ୍ରାୟ ୧.୩୦ ସମୟରେ ବାଂଶଡା ଥାନା ଅଧିନ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri