ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧ ବର୍ଷୀୟା ପୂର୍ବତନ ଶୀର୍ଷ ର଼୍ୟାଙ୍କିଙ୍ଗକ ପ୍ରାପ୍ତ ବ୍ୟାଟର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ରେ ୩୪ ବଲ୍ରେ ଅପରାଜିତ ୬୯ ରନ କରିଥିଲେ। ସେ ପରେ ତୃତୀୟ ଓ ଚତୁର୍ଥ ମ୍ୟାଚରେ ଯଥାକ୍ରମେ ୪୨ ବଲ୍ରୁ ୭୯ ଓ ୪୬ ବଲ୍ରୁ ୭୯ ରନ କରିବା ଦ୍ୱାରା ତାଙ୍କର ୪ ସ୍ଥାନ ପଦୋନ୍ନତି ଘଟିଛି। ଚତୁର୍ଥ ଅନ୍ତର୍ଜାତୀୟ ଟି୨୦ରେ ଆକର୍ଷଣୀୟ ୮୮ ରନ ଯୋଗୁ ଉପ-ଅଧିନାୟିକା ସ୍ମୃତି ମନ୍ଧାନା ତୃତୀୟ ସ୍ଥାନ ବଜାୟ ରଖିଥିବା ବେଳେ ଜେମିମା ରୋଡ୍ରିଗ୍ସ ଗୋଟିଏ ସ୍ଥାନ ତଳଖୁ ଖସି ୧୦ମ ସ୍ଥାନକୁ ଚାଲି ଆସିଛନ୍ତି।
ପୁରୁଖା ଭାରତୀୟ ଅଲରାଉଣ୍ଡର ଦୀପ୍ତି ଶର୍ମା ବୋଲର ତାଲିକାରେ ନମ୍ବର-୧ ସ୍ଥାନ ବଜାୟ ରଖିଥିବା ବେଳେ ରେଣୁକା ସିଂ ଠାକୁର ଟପ୍ ୧୦ରେ ଯୋଗ ଦେଇଛନ୍ତି। ବୋଲିଂ ର଼୍ୟାଙ୍କିଙ୍ଗରେ ଏକଦା କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ ୩ୟ ସ୍ଥାନରେ ପହଞ୍ଚି ପାରିଥିବା ଠାକୁର ୮ ସ୍ଥାନ ଉପରକୁ ଉଠି ମିଳିତ ୬ଷ୍ଠ ସ୍ଥାନ ଅଧିକାର କରିଛନ୍ତି।
ତୃତୀୟ ମ୍ୟାଚରେ ମ୍ୟାଚ୍ ବିଜୟୀ ବୋଲିଂ କରି ସେ ୨୧ ରନ ବିନିମୟରେ ୪ ଉଇକେଟ ଅକ୍ତିଆର କରିଥିଲେ, ଫଳରେ ଭାରତ ୮ ଉଇକେଟରେ ବିଜୟ ଲାଭ କରିବା ସହ ସିରିଜ ଜିତି ନେଇଥିଲା।
ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ଦୁଇ ବାମହାତି ସ୍ପିନର ଶ୍ରୀ ଚାରାନି ଓ ବୈଷ୍ଣବ ଶର୍ମାଙ୍କର ମଧ୍ୟ ଅଗ୍ରଗତି ଘଟିଛି। ବୋଲିଂ ର଼୍ୟାଙ୍କିଙ୍ଗରେ ଚାରାନି ୧୭ ସ୍ଥାନ ଉପରକୁ ଉଠି ୫୨ତମ ସ୍ଥାନରେ ପହଞ୍ଚତ୍ଥିବା ବେଳେ ବୈଷ୍ଣବୀ ଶର୍ମା ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ସିରିଜରେ ୩୯୦ ସ୍ଥାନ ଉପରକୁ ଉଠି ୧୨୪ତମ ସ୍ଥାନରେ ପହଞ୍ଚିଛନ୍ତି।
ଜୁନ୍ ୧୨ରୁ ଜୁଲାଇ ୫ ପର୍ଯ୍ୟନ୍ତ ଇଂଲଣ୍ଡ ଓ ଓ୍ବେଲ୍ସରେ ହେବାକୁଥିବା ଆଇସିସି ମହିଳା ଟି୨୦ ବିଶ୍ୱକପ୍ ୨୦୨୬ ପାଇଁ ଦଳରେ ସ୍ଥାନ ପାଇବା ଲାଗି ସେ ସମ୍ଭାବନା ସୃଷ୍ଟି କରିଛି।


