ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହୁକିଟୋଲାର ସୌନ୍ଦର୍ଯ୍ୟ

ମହାକାଳପଡ଼ା,୩୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଙ୍ଗୋପସାଗର ନୀଳ ଜଳରାଶି ସହ ବିଶାଳ ବାଲୁକା ଶଯ୍ୟା ଆଇଲାଣ୍ଡ ହୁକିଟୋଲା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରୁଛି। ଶୀତଋତୁ ତଥା ନୂଆବର୍ଷ ଅବସରରେ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଦୈନିକ ୧୦ରୁ ଅଧିକ ଡଙ୍ଗାରେ ପର୍ଯ୍ୟଟକ ହୁକିଟୋଲାକୁ ଯାଉଛନ୍ତି। ବଣଭୋଜି କରିବା ଏହା ପ୍ରକୃଷ୍ଠ ସ୍ଥାନ ବୋଲି ପର୍ଯ୍ୟଟକମାନେ କହିଛନ୍ତି।
ସମୁଦ୍ର କୂଳରେ ବିଭିନ୍ନ ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳେ। ସୂର୍ଯ୍ୟାସ୍ତ କାଳରେ ବାଲୁକା ବେଳାଭୂମିରେ ମତ୍ସ୍ୟଜୀବୀ ଡଙ୍ଗାରେ ମାଛ ଧରିବା ସମୟରେ ଦୃଶ୍ୟ ଖୁବ୍‌ ନିଆରା। ସେହିପରି ଲଞ୍ଚଘୋଲା, ମାଦଳୀ, ଷୋଳ ମୁହାଣ ଆଇଲାଣ୍ଡରେ ପର୍ଯ୍ୟଟକମାନେ ବୁଲିବା ଅନୁଭୂତି ସାଉଁଟିଥାନ୍ତି। ଏହି ସ୍ଥାନଗୁଡ଼ିକରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଘଞ୍ଚ ଜଙ୍ଗଲରେ ହରିଣ, ବାର୍‌ହା, ହାଏନା, ଶିଆଳ, ହେଟା, ବିଭିନ୍ନ ପ୍ରଜାତିର ସରୀସୃପ, ଅରଣା ମଇଁଷି ଦେଖିବାକୁ ମିଳେ। ହୁକିଟୋଲା ଚତୁଃପାର୍ଶ୍ୱରେ ଲୁଣା ହେନ୍ତାଳ ଜଙ୍ଗଲରେ ପରିପୂର୍ଣ୍ଣ ଥିବାରୁ ଦୂରରୁ ପର୍ଯ୍ୟଟକମାନଙ୍କୁ ବେଶି ଆକର୍ଷିତ କରିଥାଏ। ଅପରପକ୍ଷରେ ହୁକିଟୋଲରେ ବ୍ରିଟିଶ ଶାସନ ନଅଙ୍କ ଦୁର୍ଭିକ୍ଷ ସମୟରେ ଖାଦ୍ୟ ଲାଗି ଗୋଦାମ ଗୃହ ରହିଛି। ଏଠାରେ ବିଦେଶରୁ ମାଲ ଆମଦାନୀ ହୋଇ ଗଚ୍ଛିତ ରହୁଥିଲା। ସେଠାରୁ ଷ୍ଟିମର ଯୋଗେ କଟକ, ଚାନ୍ଦବାଲି, ପୁରୀ, ବାଲେଶ୍ୱର ଅଞ୍ଚଳକୁ ମାଲ ପରିବହନ ହେଉଥିଲା। ଐତିହାସିକ ହୁକିଟୋଲା କଟକ ଗଡ଼ଖାଇ ବିଶାଳ ପଥରରେ ସୂକ୍ଷ୍ମ କଳାର କାରୁକାର୍ଯ୍ୟ ନିର୍ମାଣ କାର୍ଯ୍ୟ ବେଶ୍‌ ଆକର୍ଷଣୀୟ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ପର୍ଯ୍ୟଟନସ୍ଥଳ ଘୋଷଣାକଲେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କ ଆଗମନ ସହ ଅଞ୍ଚଳବାସୀଙ୍କ ଆର୍ଥିକ ଅଭିବୃଦ୍ଧି ବୃଦ୍ଧି ପାଆନ୍ତା ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଏହି ଆଇଲାଣ୍ଡକୁ ଯିବାକୁ ହେଲେ ଜଳପଥରେ ଡଙ୍ଗାରେ ଦେଢ଼ରୁ ୨ ଘଣ୍ଟା ଲାଗେ। ସାମୁଦ୍ରିକ ଜୁଆର ପାଣି ଉପରେ ପରିବହନ ନିର୍ଭରକରେ। ଜମ୍ବୁ, ରାମନଗର, ଆମ୍ବବେଲାରୀ, ଖରିନାସୀ ଜେଠିଠାରୁ ଡଙ୍ଗାରେ ଯିବାର ବ୍ୟବସ୍ଥା ରହିଛି। ବୋଟ ଯିବା ବେଳେ ଜଙ୍ଗଲ ଉଭୟ ପାର୍ଶ୍ୱରେ ହରିଣ ଓ କୁମ୍ଭୀରମାନଙ୍କ ଯାତାୟାତ ଖୁବ୍‌ ମନୋରମ ଦୃଶ୍ୟ ଦେଖିବାକୁ ମିଳେ। ଏ ସଂକ୍ରାନ୍ତରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ କପିଳେନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ ହୁକିଟୋଲା ସୁରକ୍ଷା ପାଇଁ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri