ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା ହେବାର ପ୍ରାୟ ଏକ ବର୍ଷ ପରେ ସ୍ତ୍ରୀ ବର୍ଷା ଗୁରୁବାର ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି ଅନେକ ଅଭିଯୋଗ ଆଣିଥିଲେ। ଏହା ପରେ ପାଲଟା ଅଭିଯୋଗ ଆଣିଛନ୍ତି କମେଡିଆନ ଗୁଲୁଆ।
ସେ କହିଛନ୍ତି, ମୁଁ ବର୍ଷାଙ୍କୁ ବାଡ଼ାଇ ନାହିଁ ବରଂ ସେ ମୋତେ ପ୍ରଥମେ ବାଡ଼ାନ୍ତି। ସେ ମୋତେ ଏବଂ ମୋ ବାପାଙ୍କୁ ରାତିରେ ଫୋନ କରି ଧମକ ଦେଇଛନ୍ତି। ମୋତେ ବର୍ଷା କୋଟିଏ ଟଙ୍କା ମାଗିଥିଲେ। ଘର ପାଖକୁ ଗୁଣ୍ଡା ନେଇ ଅନେକ ଥର ଆସିଥିଲେ। ମୋ ଶ୍ବଶୁର ମୋତେ ଗୋଟିଏ ଟଙ୍କା ଦେଇନାହାନ୍ତି। ଅଯଥା ମୋତେ ବଦନାମ କରାଯାଉଛି, ଅପରାଧୀ ସଜାଉଛନ୍ତି ବର୍ଷା। ମୁଁ ବର୍ଷାଙ୍କ ସହ ଚାପରେ ବାହା ହୋଇଥିଲି। ବାହା ନ ହେଲେ ଜୀବନ ହାରିବେ ବୋଲି ମୋତେ ଧମକ ଦେଇଥିଲେ। ବାହା ହେବା ପରେ ବର୍ଷା ମୋତେ ନିର୍ଯାତନା ଦେଇଛନ୍ତି। ଶାରିରୀକ ସଂପର୍କ ରଖିବାକୁ ବର୍ଷା ମୋତେ ମନା କରିଥିଲେ ବୋଲି ଗୁଲୁଆ କହିଛନ୍ତି।
ସୂଚନାଯୋଗ୍ୟ, ଗୁଲୁଆ ଗୁରୁବାର ସକାଳେ ଜୀବନ ପ୍ରତି ବିପଦ ଥିବା କହିଥିଲେ। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସହାୟତା ମାଗିଥିଲେ। ସେଥିରେ କାହାରି ନାଁ ନ ନେଇ ଭାବବିହ୍ବଳ ହୋଇ ତାଙ୍କୁ ହତ୍ୟା ଧମକ ଦେବା ସହ ୫୦ ଲକ୍ଷ ଟଙ୍କା ମଗାଯାଉଥିବା ଅଭିଯୋଗ କରିଥିଲେ। ଗଲା କିଛି ଦିନ ଧରି ତାଙ୍କୁ ହତ୍ୟା ଧମକ ଦିଆଯାଉଥିବାରୁ ସେ ମାନସିକ ଚାପରେ ରହିଛନ୍ତି। ଏନେଇ ପ୍ରଶାସନ ଓ ପୋଲିସକୁ ସହାୟତା ପାଇଁ ନିବେଦନ କରିଥିଲେ।

ପରେ ତାଙ୍କ ସ୍ତ୍ରୀ ତଥା ୟୁଟ୍ୟୁବର ବର୍ଷା ସାହୁ ମୁହଁ ଖୋଲିଥିଲେ । ସେ କହିଥିଲେ, ବିବାହ ପରେ କିଛିଦିନ ଭଲରେ ଚାଲିଥିଲା। କିନ୍ତୁ ତାଙ୍କ ପରକୀୟା ପ୍ରୀତି ଯୋଗୁ ଧୀରେ ଧୀରେ ଆମ ସମ୍ପର୍କ ଖରାପ ହୋଇଥିଲା। ଗୁଲୁଆ ମୋତେ ବାଡ଼େଇ ଘରୁ ବାହାର କରିଦେଇଥିଲେ। ମୋ ପାଖରେ ମେଡିକାଲ ରିପୋର୍ଟ ଅଛି। ତାଙ୍କ ଫ୍ୟାମିଲି ମୋତେ ନିର୍ଯାତନା ଦେଇଛନ୍ତି। ମୁଁ ବର୍ଷେ ହେଲା ଚୁପ୍‌ ଥିଲି। ମୁଁ ତାଙ୍କ ସ୍ତ୍ରୀ ମୋତେ ପଚାରୁନାହାନ୍ତି। ଅନ୍ୟ ଝିଅଙ୍କ ସହ ବହୁତ ଜାଗାରେ ସମୟ ବିତାଉଛନ୍ତି। ମନାଲିରେ ମଧ୍ୟ ଝିଅଙ୍କୁ ନେଇ ସମୟ ବିତାଉଥିଲେ। ଗୁଲୁଆ ଯେତେ ଝିଅଙ୍କ ସହ ସଂପର୍କରେ ଅଛନ୍ତି ସମସ୍ତଙ୍କ ଭିଡିଓ ମୋ ପାଖରେ ଅଛି। ତାଙ୍କ ସବୁ କଳାଚିଠା ମୋ ହାତରେ। ମୁଁ ଏସବୁ କୋର୍ଟରେ ଉପସ୍ଥାପନ କରିବି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri