ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ କରିବ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଇବ।“-(ଯୋହନ ୩:୧୬)। ବାଇବେଲ କୁହେ ” ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ର ପ୍ରଭୁ ଯିଶୁଙ୍କୁ ଜଗତକୁ ପଠାଇଲେ। ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ। ପ୍ରଭୁ ଯିଶୁଙ୍କ ଜନ୍ମ ସମସ୍ତଙ୍କ ପାଇଁ। କାରଣ ଈଶ୍ୱର ସମସ୍ତଙ୍କୁ ପ୍ରେମ କରନ୍ତି ଏବଂ ତାଙ୍କ କରୁଣା ସଭିଙ୍କ ପାଇଁ। ବାଇବେଲ କୁହେ, ”ଆଦ୍ୟରେ ବାକ୍ୟ ଥିଲା , ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ। ଆଉ ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ (ମନୁଷ୍ୟ ସମାଜରେ) ବାସ କଲେ, ଆଉ ପିତାଙ୍କଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ।“ ଜୀବନ୍ତ ଈଶ୍ୱରଙ୍କ ପ୍ରଥମ ଓ ଶେଷ ମନୁଷ୍ୟ ଅବତାର ନେଇ ଜନ୍ମଗ୍ରହଣ କରିବା ଏବଂ ମନୁଷ୍ୟ ଜାତିର ପାପ କ୍ଷମାର ଯୋଜନା ସଫଳ ହେଲା।
ବାଇବେଲ କୁହେ, ” କାଳ ସମ୍ପୂର୍ଣ୍ଣ ହୁଅନ୍ତେ, ଈଶ୍ୱର ଆପଣା ନିକଟରୁ ନିଜ ପୁତ୍ରଙ୍କୁ ପ୍ରେରଣ କଲେ, ଯେପରି ସେ ମୂଲ୍ୟ ଦେଇ ବ୍ୟବସ୍ଥାଧୀନ ଲୋକଙ୍କୁ ମୁକ୍ତ କରନ୍ତି, ପୁଣି ଆମ୍ଭେମାନେ (ସାରାଜଗତ) ପୁତ୍ରତ୍ୱର ଅଧିକାର ପ୍ରାପ୍ତ ହେଉ“। ପ୍ରଭୁଯିଶୁ ଠିକ୍‌ ସମୟରେ ମନୁଷ୍ୟ ଅବତାର ନେଇ ଜନ୍ମଗ୍ରହଣ କଲେ, ଯାହାଦ୍ୱାରା ମନୁଷ୍ୟ ଜାତି ମୁକ୍ତି ଓ ମୋକ୍ଷ ପାଇବେ। ବାଇବେଲ କୁହେ, ପାପ, ମନୁଷ୍ୟକୁ ପବିତ୍ର ଈଶ୍ୱରଙ୍କଠାରୁ ବିଚ୍ଛିନ୍ନ କରିଦେଇଛି। କିନ୍ତୁ ପ୍ରଭୁ ଯିଶୁଙ୍କ ମନୁଷ୍ୟ ଅବତାର ଜନ୍ମ ପରେ, ଲେଖାଅଛି, ” ଏକାମାତ୍ର ଈଶ୍ୱର ଅଛନ୍ତି, ଆଉ ଈଶ୍ୱର ତ ମନୁଷ୍ୟଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯିଶୁ, ଜଣେ ମନୁଷ୍ୟ।“ ପ୍ରଭୁ ଯିଶୁଙ୍କ ଜନ୍ମରେ ମନୁଷ୍ୟ ଜାତି ପବିତ୍ର ଜୀବନ ଈଶ୍ୱରଙ୍କ ସହ ସମ୍ପର୍କ ରଖିବା ସମ୍ଭବ ହୋଇପାରିଛି।
ପ୍ରଭୁ ଯିଶୁଙ୍କ ଜନ୍ମ ଏକ ଦରିଦ୍ର, ସାଧାରଣ ପରିବାରରେ ଏବଂ ଘୃଣ୍ୟ ପରିବେଶ, ଗୃହପାଳିତ ପଶୁଶାଳାରେ ହୋଇଥିଲା। ସେଥିପାଇଁ ପ୍ରଭୁ ଯିଶୁ ସବୁ ଶ୍ରେଣୀର ଲୋକଙ୍କୁ ଗ୍ରହଣ କରିପାରନ୍ତି ପୁଣି ସବୁ ଶ୍ରେଣୀର ଲୋକଙ୍କ ଦ୍ୱାରା ଆଦୃତ ହୁଅନ୍ତି। ତାହାଙ୍କ ଜନ୍ମର ପରିବେଶ ଦ୍ୱାରା, ସେ ମାନବ ଜାତିକୁ ସମତାର ଆଦର୍ଶ ଦେଇଛନ୍ତି। ନୂତନ ଧର୍ମ ସ୍ଥାପନାର୍ଥେ ନୁହଁ କି ଅବା କୌଣସି ପୁରାତନ ଧର୍ମକୁ ସଞ୍ଜୀବିତ କରିବାକୁ ନୁହଁ,ବରଂ ନୂତନ ଜୀବନୀ ପ୍ରଦାନ ପାଇଁ ଜନ୍ମଗ୍ରହଣ କରିଥିଲେ। ବାଇବେଲ କୁହେ, ”ଯିଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମକୁ କହୁଅଛି, ପୁନର୍ୱାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖିପାରେ ନାହିଁ। ପ୍ରଭୁ ଯିଶୁ ନୂତନ ଜୀବନ ଦିଅନ୍ତି। ନୂତନ ଧର୍ମ ନୁହେଁ, ନୂତନ ଜୀବନ, ନୂତନ ପ୍ରକୃତି, ନୂତନ ଚରିତ୍ର ଓ ନୂତନ ଉତ୍ତମ ମନ ଦେବା ପାଇଁ ସେ ଜନ୍ମ ଗ୍ରହଣ କଲେ; ନୂତନ ଧର୍ମ ବା କୌଣସି ଧର୍ମ ସମ୍ୱନ୍ଧୀୟ ଆହ୍ୱାନ ନିମନ୍ତେ ଜନ୍ମି ନ ଥିଲେ।
ବାଇବେଲ କୁହେ ”ଊର୍ଦ୍ଧ୍ୱ ଲୋକରେ ଈଶ୍ୱରଙ୍କ ମହିମା, ପୁଣି ପୃଥିବୀରେ ତାହାଙ୍କ ସନ୍ତୋଷପାତ୍ର, ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି। ଶାନ୍ତିର ରାଜକୁମାର ପ୍ରଭୁ ଯିଶୁଙ୍କ ଜନ୍ମ ପୃଥିବୀରେ ଶାନ୍ତି ସ୍ଥାପନାର ଆହ୍ୱାନ ଦେଇଛି। ସର୍ୱସାଧାରଣ ମନୁଷ୍ୟ ସମାଜରେ ଶାନ୍ତି ସ୍ଥାପନ କରିବା ତାହାଙ୍କ ଲକ୍ଷ୍ୟ, ସାଧନା ଓ ଆହ୍ୱାନ। ଜାତି, ଧର୍ମ, ବର୍ଣ୍ଣ, ରଙ୍ଗ ଓ ଭୌଗୋଳିକ ସୀମା ନିର୍ୱିଶେଷରେ ପ୍ରଭୁ ଯିଶୁ ଶାନ୍ତି ସମସ୍ତଙ୍କ ପାଇଁ ପ୍ରଦାନ କରୁଛନ୍ତି। ନୂତନ ଜୀବନର ଆହ୍ୱାନ ଦେଉଛନ୍ତି। ପୁଣି ପରିତ୍ରାଣ ମୁକ୍ତିର ସୁଯୋଗ ନିଜେ ଅର୍ପଣ କରୁଛନ୍ତି।
ଯିଶୁଖ୍ରୀଷ୍ଟ ଜନ୍ମ ହେବା ବହୁ ପୂର୍ୱରୁ ଈଶ୍ୱରଙ୍କ ବାକ୍ୟ ବାଇବେଲରେ ଭବିଷ୍ୟତବାଣୀ ଉଲ୍ଲେଖ ହୋଇଥିଲା। ପୁରାତନ ନିୟମ ଶିଖାଇବାରୁ ପୁସ୍ତକରେ ଲେଖାଅଛି, ” ଯେହେତୁ ଆମ୍ଭମାନଙ୍କ ନିମନ୍ତେ ଏକ ପୁତ୍ରଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଦିଆଯିବ। ତାହାଙ୍କ ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତିରାଜା ହେବ“। ସେହି ସମୟରେ ଅନେକ ଇହୁଦୀ ଏବଂ ଅଣ ଇହୁଦୀ ଶାସ୍ତ୍ରଜ୍ଞ ଓ ପଣ୍ଡିତମାନେ ପ୍ରଭୁ ଯିଶୁଙ୍କର ଜନ୍ମ ଅପେକ୍ଷାରେ ଥିଲେ। ଅବଶ୍ୟ ପ୍ରଭୁ ଯିଶୁଙ୍କ ଜନ୍ମ ତାରିଖର ଲିଖିତ ପ୍ରମାଣ ବାଇବେଲରେ ନାହିଁ କିନ୍ତୁ ତାଙ୍କର ଜନ୍ମ ଭବିଷ୍ୟତ ବାଣୀକୁ ସଫଳ କରିଛି।
ଖ୍ରୀଷ୍ଟମାସ ପାଳନ ଅବସରରେ ମାନବ ସମାଜକୁ ପ୍ରଭୁ ଯିଶୁଙ୍କ ଆହ୍ୱାନ ରହିଛି। ବାଇବେଲ କୁହେ, ଯିଶୁ ତାହାଙ୍କୁ କହିଲେ ମୁଁ ପଥ, ସତ୍ୟ ଓ ଜୀବନ। ମୋ ଦେଇ ନ ଗଲେ କେହି ପିତା ଈଶ୍ୱରଙ୍କ ନିକଟକୁ ଯାଏ ନାହିଁ। ପୁଣି ଆହ୍ୱାନ ଦେଲେ, ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି। ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି ମୋ ଠାରୁ ଶିଖ, କାରଣ ମୁଁ ମୃଦୁଶୀଳ ଓ ନମ୍ର ଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ।
ସାଧାରଣତଃ ଧର୍ମ କହିଲେ, ମନୁଷ୍ୟ ଈଶ୍ୱରଙ୍କ ସନ୍ଧାନ କରେ। କିନ୍ତୁ ଖ୍ରୀଷ୍ଟ ବିଶ୍ୱାସରେ ଏହା ବିପରୀତ: ଈଶ୍ୱର ମନୁଷ୍ୟମାନଙ୍କ ସନ୍ଧାନରେ!
ପ୍ରଭୁ ଯିଶୁ ଈଶ୍ୱରଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି। ପ୍ରଭୁ ଯିଶୁ ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା। ସେ ଆଜିକାଲି ଓ ସର୍ୱଦା ସମାନ ସେହିପରି ଅପରିବର୍ତ୍ତନୀୟ। ଯିଶୁଖ୍ରୀଷ୍ଟ ପ୍ରଭୁ ଓ ତ୍ରାଣକର୍ତ୍ତା। ମୁକ୍ତିଦାତା, ପାପ କ୍ଷମାକାରୀ, ସେ ଧର୍ମଗୁରୁ ବା କୌଣସି ନୂତନ ଧର୍ମର ସଂସ୍ଥାପକ ନୁହନ୍ତି। ସେ ଖ୍ରୀଷ୍ଟ ଧର୍ମ ଉପରେ। ଅତଏବ, ଏହି ଖ୍ରୀଷ୍ଟ ମାସରେ, ଈଶ୍ୱର ସମସ୍ତଙ୍କୁ ଦୟା, ଅନୁଗ୍ରହ ଓ ଆଶୀର୍ୱାଦ କରନ୍ତୁ ଏବଂ ୨୦୨୬ ନୂତନ ବର୍ଷରେ ପଦାର୍ପଣ କରିବାକୁ କଲ୍ୟାଣ କରନ୍ତୁ।
ଅହମଦାବାଦ, ଗୁଜରାଟ
ମୋ: ୯୪୯୪୭୮୨୭୭୭


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri