ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି କିଛି ଦିନ ପୂର୍ବେ ଫିଲ୍ମ ‘ହୋମବାଉଣ୍ଡ’ ୨୦୨୬ ଓସ୍କାର ଲାଗି ଶର୍ଟଲିଷ୍ଟ ହୋଇଥିବା କୁହାଯାଇଥିଲା। ଏହାକୁ ନେଇ ପୁରା ଟିମ ବହୁତ ଉତ୍ସାହିତ ଥିଲା। କିନ୍ତୁ ଫିଲ୍ମଟି ବଡ଼ ବିବାଦରେ ଫସିଛି। ଏହାର କାହାଣୀ ୨୦୨୧ରେ ପ୍ରକାଶିତ ସମାନ ନାମର ବହିରୁ ନକଲ କରାଯାଇଥିବା ସାମ୍ବାଦିକା ତଥା ଲେଖିକା ପୂଜା ଚଙ୍ଗୋଇଓ୍ବାଲା ଅଭିଯୋଗ ଆଣିଛନ୍ତି। ପୂଜାଙ୍କ ଦାବି ମୁତାବକ, ନିର୍ମାତାମାନେ କେବଳ ବହିର ଟାଇଟଲ ନୁହେଁ, ଡାଏଲଗ, ସିନ, ଇଭେଣ୍ଟ ସିକ୍ୱେନ୍ସ ଏବଂ ନାରେଟିଭ ଷ୍ଟ୍ରକ୍ଚର୍‌ ମଧ୍ୟ ଅନେକାଂଶରେ କପି କରିଛନ୍ତି। ୧୫ ଅକ୍ଟୋବରରେ ତାଙ୍କ ଓକିଲ ଧର୍ମା ପ୍ରଡକ୍ସନ୍ସକୁ ଏକ ଲିଗାଲ ନୋଟିସ ପଠାଇଥିଲେ। ସେଥିରେ ତାଙ୍କର ଅଧିକାର ଉଲ୍ଲଂଘନ ଓ ଫିଲ୍ମର ବ୍ୟବହାର ବନ୍ଦ କରିବାକୁ ଦାବି କରାଯାଇଥିଲା। କିନ୍ତୁ ନିର୍ମାତାମାନେ ଏହାକୁ ସ୍ବୀକାର କରିବାକୁ ମନା କରିଦେଇଛନ୍ତି ଏବଂ ଫିଲ୍ମ ଷ୍ଟ୍ରିମିଂ ଜାରି ରହିଛି। ଏବେ ଉଭୟ କମ୍ପାନୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସେ କମର୍ସିଆଲ କୋର୍ଟ ଆକ୍ଟ, ୨୦୧୫ର ଧାରା ୧୨ଏ ଅନୁସାରେ ମହାରାଷ୍ଟ୍ର ରାଜ୍ୟ ବିଧିକ ସେବା ପ୍ରାଧିକରଣରେ ଏକ ଆବେଦନ ଦାଖଲ କରିଛନ୍ତି। ଏହି ପ୍ରକ୍ରିୟା ବମ୍ବେ ହାଇକୋର୍ଟରେ ମାମଲା ଦାଖଲ କରିବା ପୂର୍ବରୁ ଆବଶ୍ୟକ। ବଡ଼ ସଂସ୍ଥାକୁ ଚ୍ୟାଲେଞ୍ଜ କରୁଥିଲେ ହେଁ ଲେଖକମାନଙ୍କ କାମର ସୁରକ୍ଷା ଲାଗି ଏହା ଆବଶ୍ୟକ ବୋଲି ସେ କହିଛନ୍ତି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri