Posted inଜାତୀୟ

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ ଘର ଓ ଦୋକାନ ଭଙ୍ଗାରୁଜା ଓ ପୋଡ଼ାଜଳା କରିଛନ୍ତି। କେରୋନିରେ ସେମାନେ ପୋଲିସ ଉପରକୁ ବୋମାମାଡ଼ କରିବା ସହ ପଥର ଓ ଧନୁତୀରରେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଆଇପିଏସ୍‌ ଅଫିସରଙ୍କ ସମେତ ୩୮ ଜଣ ପୋଲିସ ଆହତ ହୋଇଛନ୍ତି।
ସୋମବାର ସନ୍ଧ୍ୟାରୁ କାର୍ବି ଆଙ୍ଗ୍‌ଲଙ୍ଗ ଏବଂ ଓ୍ବେଷ୍ଟ କାର୍ବି ଆଙ୍ଗଲଙ୍ଗ୍‌ ଜିଲାରେ ବିଏନ୍‌ଏସ୍‌ଏସ୍‌ର ଧାରା ୧୬୩ ଅଧୀନରେ ନିଷିଦ୍ଧାଦେଶ ଲାଗୁ ହୋଇଥିଲେ ମଧ୍ୟ ସଂଘର୍ଷ ଥମିନାହିଁ। ହିଂସା ଜାରି ରହିଥିବାରୁ ରାଜ୍ୟ ସରକାର ସାମୟିକ ଭାବେ ଇଣ୍ଟରନେଟ୍‌ ଏବଂ ମୋବାଇଲ୍‌ ଡାଟା ସେବା ବନ୍ଦ କରିଦେଇଛନ୍ତି। ଗ୍ରାମ ଚାରଣ ଭୂମିରୁ ବାହାର ଲୋକଙ୍କୁ ବହିଷ୍କାର କରିବା ଦାବିରେ ଆଦିବାସୀ କାର୍ବି ସମ୍ପ୍ରଦାୟର ଲୋକମାନେ ବିକ୍ଷୋଭରେ ସାମିଲ ହୋଇଛନ୍ତି। ଜିଲାରେ ଉତ୍ତେଜନା ଲାଗିରହିଥିବାରୁ ସୋମବାରଠାରୁ ପୋଲିସ ଡିଜି ହର୍‌ମିତ ସିଂ ସେଠାରେ ରହିଛନ୍ତି। ସେ କହିଛନ୍ତି, ମଙ୍ଗଳବାର ଉଭୟ ପାର୍ଶ୍ୱରୁ ଆକ୍ରମଣ ହେବାରୁ ଜଣେ ଆଇପିଏସ୍‌ ଅଫିସରଙ୍କ ସମେତ ୩୮ ଜଣ ପୋଲିସ ଆହତ ହୋଇଛନ୍ତି। ତାଙ୍କ କାନ୍ଧରେ ମଧ୍ୟ ଆଘାତ ଲାଗିଥିବା ସିଂ କହିଛନ୍ତି। ଆଉ ହିଂସାରେ ସାମିଲ ହେବେନାହିଁ ବୋଲି ବିକ୍ଷୋଭକାରୀ ସୋମବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ମଙ୍ଗଳବାର କେତେକ ଦୋକାନ ଉପରେ ଆକ୍ରମଣ କରିବା ସହ ଗ୍ୟାସ୍‌ ସିଲିଷ୍ଟର ବିସ୍ଫୋରଣ କରାଇଥିଲେ। ପୋଲିସ ଉପରକୁ ସେମାନେ ବୋମା ଫିଙ୍ଗିଥିଲେ। ଜଣେ ପୋଲିସ କର୍ମଚାରୀଙ୍କୁ ତୀର ମାଡ଼ ହୋଇଛି। ପୋଲିସ କେବଳ ଲୁହବୁହା ବାଷ୍ପ ଓ ରବର ବୁଲେଟ୍‌ ମାଡ଼ କରିଥିଲା। ଶାନ୍ତି ପାଇଁ ଡିଜିପି ନିବେଦନ କରିଥିବାବେଳେ ହିଂସା ଜାରି ରହିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ଖେରୋନିରେ ଅନଶନରେ ସାମିଲ ଥିବା ୯ ଜଣଙ୍କୁ ରବିବାର ରାତିରେ ପୋଲିସ ଗିରଫ କରିଥିବା ଖବର ପ୍ରଚାରିତ ହେବା ପରେ ସୋମବାର ହିଂସାକାଣ୍ଡ ଆରମ୍ଭ ହୋଇଥିଲା। ଉତ୍ତ୍ୟକ୍ତ ଲୋକେ କାର୍ବି ଆଙ୍ଗ୍‌ଲଙ୍ଗ ସ୍ବୟଂଶାସତ ପରିଷଦ (କେଏଏସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ ଟୁଲିରାମ ରୋଙ୍ଗ୍‌ହାଙ୍ଗ୍‌ଙ୍କ ପୁରୁଣା ଘରକୁ ଜାଳିଦେଇଥିଲେ।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri