‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ ସମେତ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ଓଡ଼ିଶାର ବରପୁତ୍ର, ସ୍ୱାଧୀନତା ସଂଗ୍ରାମୀ, କବି, ସାହିତି୍ୟକ, ଶିକ୍ଷାବିତ୍‌, ସମାଜ ସୁଧାରକ ଏବଂ ମହାନ୍‌ ବ୍ୟକ୍ତିତ୍ୱମାନେ ଓଡ଼ିଶାର ସାମାଜିକ-ସାଂସ୍କୃତିକ-ସାହିତି୍ୟକ ପରିବେଶକୁ ଗଢ଼ିଥିଲେ। ସେମାନଙ୍କର ଜୀବନବ୍ୟାପୀ ସାଧନା ଓ ବଳିଦାନକୁ ସ୍ମରଣ କରି ସେମାନଙ୍କ ସ୍ମୃତିକୁ ପରପିଢ଼ି ପାଇଁ ସାଇତି ରଖିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।
ମୁଖ୍ୟ ସଚିବ କହିଛନ୍ତି, ସାହସ, ସଂକଳ୍ପ ଏବଂ ଦୃଷ୍ଟିକୋଣ ଓଡ଼ିଆ ଜାତିର ସ୍ୱାଧୀନତା ଓ ସାର୍ୱଭୌମତ୍ୱ ପାଇଁ ଭିତ୍ତି ତିଆରି କରିଥିଲା। ଓଡ଼ିଶାର ବରପୁତ୍ର ତଥା ସ୍ୱାଧୀନତା ସେନାନୀମାନଙ୍କୁ ସ୍ମରଣ କରିବା ଓ ସମ୍ମାନିତ କରିବା ଦ୍ୱାରା ସେମାନଙ୍କ ବଳିଦାନକୁ ସ୍ୱୀକୃତି ମିଳିବ। ନାଗରିକମାନେ ସେମାନଙ୍କର ମୂଲ୍ୟବୋଧ ଓ ସିଦ୍ଧାନ୍ତକୁ ଅନୁସରଣ କରି ସାମାଜିକ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପ୍ରେରିତ ହେବେ। ସେମାନଙ୍କ ଅବଦାନ ପରପିଢ଼ିକୁ ପ୍ରେରିତ ଓ ଅନୁପ୍ରାଣିତ କରିବା ପାଇଁ ସେମାନଙ୍କର ସ୍ମୃତିକୁ ଉଜ୍ଜୀବିତ କରି ରଖିବାର ଆବଶ୍ୟକତାକୁ ଗୁରୁତ୍ୱପୂର୍ଣ୍ଣ ମନେକରି ରାଜ୍ୟରେ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ ଲାଗୁ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନା ଅଧୀନରେ ବରପୁତ୍ରମାନଙ୍କ ବାସଗୃହକୁ ସଂଗ୍ରହାଳୟ ଭାବେ ବିକାଶ କରାଯିବ। ବ୍ୟାଖ୍ୟାନ କେନ୍ଦ୍ର,
ଗ୍ରନ୍ଥାଗାର, ସମ୍ମିଳନୀ କକ୍ଷ, ମୁକ୍ତାକାଶ ରଙ୍ଗମଞ୍ଚ, ଶିଶୁ ଉଦ୍ୟାନ ସ୍ଥାପନ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବିକାଶ କରାଯିବ। ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି/ସ୍ମାରକୀ ସ୍ଥାପନ କରାଯିବ। ସ୍ଥାନୀୟ ଜୀବିକାକୁ ପ୍ରୋତ୍ସାହନ ଦେବା ପାଇଁ ସ୍ଥାନୀୟ ପ୍ରସିଦ୍ଧ ବ୍ୟଞ୍ଜନ, ହସ୍ତକଳା ଓ ହସ୍ତଶିଳ୍ପ ଉତ୍ପାଦ ଆଦିର ବିକ୍ରୟ କେନ୍ଦ୍ର ସ୍ଥାପନ କରାଯିବ। ସେମାନଙ୍କ ଜୀବନୀ ଉପରେ ବିଭିନ୍ନ ସମ୍ମିଳନୀ, ଚର୍ଚ୍ଚା, ଆଲୋଚନା ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସେମାନଙ୍କର ଆଦର୍ଶ, ପ୍ରେରଣା ଓ ମୂଲ୍ୟବୋଧର ପ୍ରଚାର ପ୍ରସାର କରାଯିବ। ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ନିମନ୍ତେ ୨୫ ଜଣ ବରପୁତ୍ରଙ୍କ ନାମ ନିର୍ଦ୍ଧାରିତ ହୋଇଛି। ପ୍ରତ୍ୟେକ ବରପୁତ୍ରଙ୍କ ଜନ୍ମସ୍ଥାନର ଉନ୍ନତୀକରଣ ନିମନ୍ତେ ଆବଶ୍ୟକତା ଅନୁଯାୟୀ ସର୍ୱାଧିକ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବ। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ୨୫ ଜଣ ବରପୁତ୍ରଙ୍କ ଜନ୍ମସ୍ଥାନର ଉନ୍ନତୀକରଣ ନିମନ୍ତେ ସର୍ୱାଧିକ ୩୪୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟ ସଚିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ଗତ ୨ ବର୍ଷରେ ୧୧ ହଜାର ଇଞ୍ଜିନିୟର ୫ ହଜାର ଡାକ୍ତର ଦେଶ ଛାଡିଛନ୍ତି, କାହିଁକି ପାକିସ୍ତାନର ହେଉଛି ଏମିତି ଅବସ୍ଥା?ଜାଣନ୍ତୁ…

ଇସଲମାବାଦ,୨୭।୧୨: ପାକିସ୍ତାନ ବର୍ତ୍ତମାନ ଇତିହାସରେ ସବୁଠାରୁ ଗୁରୁତର ପ୍ରତିଭା ପ୍ରସ୍ଥାନର ସମ୍ମୁଖୀନ ହେଉଛି। ଆର୍ଥିକ ଦୁର୍ଦ୍ଦଶା, ରାଜନୈତିକ ଅନିଶ୍ଚିତତା ଏବଂ ବୃତ୍ତିଗତ ସୁଯୋଗର ଅଭାବ ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri