ବଲାଙ୍ଗିର,୨୩/୧୨ (ସୁନିଲ କୁମାର ମହାନ୍ତି): ଆଜି ପ୍ରସିଦ୍ଧ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ ରୀତିନୀତି ଅନୁସାରେ ମଙ୍ଗଳବାର ପାଳିତ ହୋଇଛି ଶୁଲିଆ ଯାତ୍ରା । ସୋମବାର ବିଳମ୍ବିତ ରାତିରେ ନିଶିପୂଜା ହୋଇଥିଲା ।
ମଙ୍ଗଳବାର ପ୍ରାତଃରେ ଛତ୍ର ବୈରଖ ଓ ପାଟବୁଦା ଧରି ପାରମ୍ପରିକ ବାଦ୍ୟ ରୀତିନୀତି ସହ ବରୁଆ ଓ ଦେହୁରିଆମାନେ ଶୋଭାଯାତ୍ରାରେ ଶୁଳିଆ ପୀଠରେ ପହଞ୍ଚିଥିଲେ । ଶୁଳିଆ ବୁଢାଙ୍କ ପୀଠରେ ପୂଜାର୍ଜନା ପରେ ଉଭୟ ଖଳାରେ ଶତାଧିକ ସଂଖ୍ୟାରେ ପୋଡ଼, ବୋଦା, ମେଣ୍ଢା, ବୁଦା ଓ କୁକୁଡ଼ା ଆଦି ବଳି ପଡିଥିଲା। ଫଳରେ ରକ୍ତରଞ୍ଜିତ ହୋଇପଡ଼ିଥିଲା ଶୁଳିଆ ପୀଠ ।
ଶୁଲିଆ ଯାତ୍ରାରେ ମାନସଧାରି ଭକ୍ତ ସହ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଶ୍ବାସ ରହିଛି ଯେ, ଏଠାରେ ଯିଏ ଭକ୍ତିରେ ଯାହା ମାଗିଛି ତାହା ପାଇଛି ।


