ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ ଭାଜପାରେ ଯୋଗଦେବା ପରେ ଏହାକୁ ନେଇ ଭୁବନେଶ୍ୱରରେ ଏକ ଖବରଦାତା ସମ୍ମିଳନୀରେ ବୁଲୁ କହିଥିଲେ, ବରପଦା ଇଞ୍ଜିନିୟରିଂ କଲେଜ ବିବାଦରୁ ମୁକ୍ତି ପାଇବା ପାଇଁ ଲୁଲୁ ଭାଜପା ରାଜ୍ୟ ସଭାପତିଙ୍କ ସହ ଡିଲ୍‌ କରି ଦଳରେ ସାମିଲ ହୋଇଛନ୍ତି। ଏହି ଇଞ୍ଜିନିୟରିଂ କଲେଜର ୨ଶହ କୋଟି ଟଙ୍କା ଦୁର୍ନୀତି ମାମଲାରେ ସେ ଛନ୍ଦି ହୋଇଥିବା ବେଳେ ଭାଜପା ରାଜ୍ୟ ସଭାପତି ତାଙ୍କୁ ଦଳରେ ସାମିଲ କଲେ କିପରି ବୋଲି ପ୍ରଶ୍ନ କରିଥିଲେ ଏବଂ ଡିସେମ୍ବର ୬ରେ ଭାଜପାରେ ସେ ମିଶିଥିବାରୁ ସେହିଦିନକୁ ସେ କଳା ଦିବସ ପାଳିବେ ବୋଲି କହିଥିଲେ। ପରେ ଲୁଲୁ ଖବରଦାତା ସମ୍ମିଳନୀରେ ଏହାର ଜବାବ ରଖିଥିଲେ। ସେ ରଙ୍ଗଲତା ପ୍ରସଙ୍ଗ ଓ ଭଦ୍ରକ ଦଙ୍ଗା ପ୍ରସଙ୍ଗ ଉଠାଇ ବୁଲୁଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ରବିବାର ଅପରାହ୍ନ ୪ଟାରେ ବୁଲୁ ଭଦ୍ରକସ୍ଥିତ ତାଙ୍କ ବାସଭବନରେ ଖବରଦାତା ସମ୍ମିଳନୀରେ ଏହାର ଜବାବ ରଖିଛନ୍ତି। ରଙ୍ଗଲତା ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଦେଇଥିବା ରିପୋର୍ଟରେ ଏହା ଏକ ଆତ୍ମହତ୍ୟା ଉଲ୍ଲେଖ ରହିଥିବା ବେଳେ ଏଥିରେ ତାଙ୍କ ପରିବାରର କୌଣସି ସମ୍ପୃକ୍ତି ନାହିଁ ବୋଲି ସେ କହିଛନ୍ତି।
ସେ କହିଛନ୍ତି, ତାଙ୍କ ବାପା ଯୁଗଳ ପଟ୍ଟନାୟକ ମନ୍ତ୍ରୀ ଥିବାବେଳେ ୧୯୯୦ରେ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ଶାଳୀ ରଙ୍ଗଲତା ନିଜ ଦେହରେ ପେଟ୍ରୋଲ ପକାଇ ନିଅଁା ଲଗାଇଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ନିଜ ସରକାରୀ ଗାଡ଼ିରେ ତାଙ୍କୁ ହସ୍ପିଟାଲ ପଠାଇଥିଲେ ଏବଂ ପୋଲିସକୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ୭୦ ପ୍ରତିଶତରୁ ଅଧିକ ଜଳି ଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ପୋଲିସ ନିଜଆଡ଼ୁ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। କିନ୍ତୁ ଯୁଗଳ ବାବୁ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ୧୦ ମାସ ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରି ରିପୋର୍ଟ ଦେଇଥିଲା ଯେ ରଙ୍ଗଲତା ଆତ୍ମହତ୍ୟା କରିଛନ୍ତି, ତାଙ୍କୁ କେହି ମାରିନାହାନ୍ତି। ସେତେବେଳକୁ ରାଜ୍ୟରେ ସରକାର ବଦଳି ଯାଇଥିଲା। ବିଜୁ ପଟ୍ଟନାୟକଙ୍କ ସରକାରରେ ଲୁଲୁଙ୍କ ବାପା ମନ୍ତ୍ରୀ ଥିଲେ। ସେହିପରି ଭଦ୍ରକ ଦଙ୍ଗା ସମୟରେ ସେ ଭୁବନେଶ୍ୱରରେ ଥିଲେ। ଭଦ୍ରକରେ ଦଙ୍ଗା ହୋଇଥିବା ଜାଣି ସେ ଲୋକଙ୍କୁ ଶାନ୍ତି ବଜାୟ ରଖିବା ସହ ଭାଇଚାରା ରକ୍ଷା କରିବାକୁ ନିବେଦନ କରିଥିଲେ। ସେହିପରି ବରପଦା ଇଞ୍ଜିନିୟରିଂ କଲେଜ ଡ. ହରେକୃଷ୍ଣ ମହତାବ ପ୍ରତିଷ୍ଠା କରିଥିଲେ। କୌଣସି କାରଣରୁ ଏହା ବନ୍ଦ ହୋଇ ପଡ଼ିଥିବା ବେଳେ ଯୁଗଳ ପଟ୍ଟନାୟକ ଏହାକୁ ପୁଣି ଚାଲୁ କରିଥିଲେ। ଏହି ୨ ପରିବାରରୁ କେହି ଜଣେ ସଦସ୍ୟ ନ ଥିବାବେଳେ ଲୁଲୁଙ୍କ ପରିବାର କେମିତି ମାଲିକାନା ନେଲେ ବୋଲି ବୁଲୁ ପ୍ରଶ୍ନ କରିଛନ୍ତି। ଏହି କଲେଜକୁ ସରକାରୀକରଣ କରିବା ପାଇଁ ଭାଜପା ରାଜ୍ୟ ସଭାପତି ଗୁରୁତ୍ୱ ଦିଅନ୍ତୁ ବୋଲି ସେ କହିଛନ୍ତି। ଖବରଦାତା ସମ୍ମିଳନୀରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ଧଳ, ପୂର୍ବତନ ରେଲୱେ ବୋର୍ଡ ସଦସ୍ୟ ଉମର ଅଲ୍ଲୀ, ରାଧାକାନ୍ତ ସାମଲ ଓ ବଣିକ ସଂଘ ସଭାପତି ଗୌରାଙ୍ଗ ପଣ୍ଡା ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

‘ନା ପୋଷ୍ଟ, ନା ଲାଇକ, ନା କମେଣ୍ଟ, ଏବେ ସେନାକୁ ଇନଷ୍ଟାଗ୍ରାମରେ କେବଳ ରିଲ ଦେଖିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ଏହାର ନୀତି ସଂଶୋଧନ କରିଛି। ନୂତନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁଯାୟୀ, ସେନା ସୈନିକ ଏବଂ ଅଧିକାରୀମାନେ...

ଏଣିକି ଘରର ଝିଅ-ବୋହୂଙ୍କୁ ସ୍ମାର୍ଟଫୋନ୍‌ ମନା, ବ୍ୟବହାର କରିବେ ପୁରୁଷ

ଜୟପୁର,୨୫ା୧୨: ଏଣିକି ଘରର ଝିଅ-ବୋହୂ ବ୍ୟବହାର କରିପାରିବେନି ସ୍ମାର୍ଟଫୋନ୍‌। ମାତ୍ର ଏହାକୁ ଘରର ପୁରୁଷମାନେ ବ୍ୟବହାର କରିପାରିବେ। ଘରର ମହିଳାମାନେ କେବଳ କି-ପ୍ୟାଡ୍‌ ଫୋନ୍‌ ବ୍ୟବହାର...

ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ଜି.ଉଦୟଗିରିର ଚର୍ଚ୍ଚ

ଜି.ଉଦୟଗିରି,୨୫/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଜି ଅର୍ଥାତ ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ସମସ୍ତ...

‘ସେ ତେନ୍ଦୁଲକର ଥିଲେ…’ Vaibhav Suryavanshiଙ୍କୁ ଭାରତୀୟ ଟିମରେ ସ୍ଥାନ ଦିଆଯାଉ, BCCI ନିକଟରେ ବଡ଼ ଦାବି କଲେ ଥରୁର

ନୂଆଦିଲ୍ଲୀ,୨୫।୧୨: କଂଗ୍ରେସ ଏମପି ଶଶି ଥରୁର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭାକୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି। ଥରୁର BCCIକୁ ୧୪ ବର୍ଷୀୟ...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

ସକାଳ ଜଳଖିଆ ନଖାଉଥିଲେ ସାବଧାନ! ମସ୍ତିଷ୍କ ଉପରେ….

ଏହା ବହୁ ଦିନ ଧରି ପ୍ରଚଳିତ ଏକ ପ୍ରବାଦ ଯେ ପୂର୍ଣ୍ଣ ଜଳଖିଆ ଖାଇବା ଉଚିତ। ଏହା ଶରୀରକୁ ସୁସ୍ଥ ରଖେ। ତଥାପି, ସାମ୍ପ୍ରତିକ ବର୍ଷଗୁଡ଼ିକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri