ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି। ବ୍ଲକରେ ୧୦ ହଜାର ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ରାଜ୍ୟର ସର୍ବବୃହତ୍‌ ‘ଚକାଡୋଳା’ ଶୀତଳଭଣ୍ଡାର ମଧ୍ୟ ରହିଛି। ହେଲେ ଭିତ୍ତିଭୂମି ଥାଇ ବି ଚାଷୀମାନେ ଆଳୁଚାଷକୁ ଆଦରୁନାହାନ୍ତି। ଅର୍ଥକରୀ ଆଳୁଚାଷ ଯେଉଁ ପରିମାଣରେ ହେବା କଥା, ତାହା ହୋଇପାରୁ ନାହିଁ। ଆଳୁ ଉପତ୍ାଦନରେ ସ୍ବାବଲମ୍ବୀ ପାଇଁ ସରକାରଙ୍କ ଲକ୍ଷ୍ୟ ପୂରଣ ହେବାରେ ଅନ୍ତରାୟ ସୃଷ୍ଟି ହୋଇଛି।
ଏହି ବ୍ଲକ ଅଞ୍ଚଳରେ ବାର୍ଷିକ ୩,୪୫୫ ମେଟ୍ରିକ ଟନ୍‌ ଆଳୁ ଆବଶ୍ୟକ। ହେଲେ ୨୦୨୪-୨୫ ବର୍ଷରେ ମାତ୍ର ୧୨.୨୯ ହେକ୍ଟର ଜମିରେ ଆଳୁଚାଷ ହୋଇଥିବା ବେଳେ ମାତ୍ର ୧୪.୫ ଟନ୍‌ ଉପତ୍ାଦିତ ହୋଇଥିଲା। ଚଳିତ ବର୍ଷ ୪୦ ହେକ୍ଟର ଜମିରେ ଆଳୁଚାଷ ଲକ୍ଷ୍ୟ ରଖାଯାଇଛି। ନଭେମ୍ବର ୧୫ରୁ ଡିସେମ୍ବର୧୫ ମଧ୍ୟରେ ଆଳୁ ବିହନ ରୋପଣ ହେବା କଥା। ସେଥିପାଇଁ ପ୍ରଥମ ଦଫାରେ ପଞ୍ଜାବରୁ ‘କୁଫ୍ରିଜ୍ୟୋତି’ କିସମ ବିହନ ସରକାରଙ୍କ ପକ୍ଷରୁ ସ୍ଥାନୀୟ କୃଷି ଉଦ୍ୟାନ ବିଭାଗକୁ ଯୋଗାଇ ଦିଆଯାଇଛି। ବିଭାଗ ପକ୍ଷରୁ ଚାଷୀମାନଙ୍କୁ କ୍ରମାଗତ ପ୍ରରୋଚିତ କରାଯିବା ପରେ ଏଯାବତ୍‌ ୨୪ ହେକ୍ଟର ଜମିରେ ଆଳୁ ବିହନ ଲଗାଯାଇଥିବା ସହକାରୀ କୃଷି ଉଦ୍ୟାନ ଅଧିକାରିଣୀ ଶୁଭଦର୍ଶନୀ ରଥ ସୂଚନା ଦେଇଛନ୍ତି। ଡିସେମ୍ବର ୨ ସୁଦ୍ଧା ବନ୍ଦାଳୋ, ମଢ଼ିଆଳି, ବାବଲପୁର, ଝୁଟୁଣା, ବାଲିପୋଖରୀ, କୋରକୋରା, ନିର୍ଗୁଣ୍ଡି, ଦକ୍ଷିଣବାଡ଼, କୋରିଗାଁ, ଷୋଳମପୁର ଆଦି ପଞ୍ଚାୟତର ଚାଷୀମାନଙ୍କୁ କିଲୋ ପିଛା ୨୦ ଟଙ୍କା ଦରରେ ବିହନ ଯୋଗାଇ ଦିଆଯାଇଛି। ସେଥିମଧ୍ୟରୁ ୧୦ଟଙ୍କା ଡିବିଟି ଯୋଗେ ବିହନ ଉପଯୋଗ କରିଥିବା ଚାଷୀମାନଙ୍କୁ ସବ୍‌ସିଡ୍‌ ମିଳିପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆଗାମୀ ୨ ସପ୍ତାହ ମଧ୍ୟରେ ଚାଷ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ବିଭାଗ ଆଶାବାଦୀ ଅଛି। ଏହାଦ୍ୱାରା ଆଳୁ ଉପତ୍ାଦନ ୩ ହଜାର କୁଇଣ୍ଟାଲକୁ ବୃଦ୍ଧି ପାଇବ। ମାତ୍ର ଏହି ପରିମାଣ ଆବଶ୍ୟକତାଠାରୁ ଯଥେଷ୍ଟ କମ୍‌। ବ୍ଲକ ଅଞ୍ଚଳରେ ବୈତରଣୀ ନଦୀ ଉପକୂଳବର୍ତ୍ତୀ ୮ ପଞ୍ଚାୟତର ଶତାଧିକ ହେକ୍ଟର ଚାଷଜମି ଆଳୁଚାଷ ପାଇଁ ବେଶ୍‌ ଉପଯୋଗୀ। ସ୍ଥାନୀୟ ମୃତ୍ତିକାର ଉର୍ବରତା ଓ ପାଣିପାଗ ଦୃଷ୍ଟିରୁ ଏଠାରେ ମଧ୍ୟମ ପରିମାଣର ଆଳୁ ଉପତ୍ାଦନ ହୋଇପାରିବ। ଉପତ୍ାଦିତ ଆଳୁକୁ ମହଜୁଦ କରି ରଖିବା ପାଇଁ ୨୦୧୬ରେ କୃଷି ଉଦ୍ୟାନ ବିଭାଗ ସହାୟତାରେ ‘ଆଳୁ ମିଶନ’ ଲକ୍ଷ୍ୟ ପୂରଣ ନିମନ୍ତେ ୧୦ ହଜାର ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ହୋଇଥିଲା। ଉଦ୍ୟୋଗପତି ଉଦୟ ନାରାୟଣ ନନ୍ଦ ସ୍ଥାନୀୟ ଚାଷୀଙ୍କୁ ଆଳୁଚାଷ ପାଇଁ ପ୍ରରୋଚିତ କରି ବିଫଳ ହୋଇଥିଲେ। ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ କରି ଗଚ୍ଛିତ ରଖିବା ସହ ବିକ୍ରୟ କରି ଶୀତଳଭଣ୍ଡାର ଚଳାଇଥିଲେ। ହେଲେ ତାହା ଲାଭଜନକ ହୋଇ ନ ଥିଲା। ୪ ବର୍ଷ ପରେ ଶୀତଳଭଣ୍ଡାର ବନ୍ଦ ହୋଇଯାଇଥିଲା। ବନ୍ଦ ହେବାର ୪ ବର୍ଷ ପରେ ଶୀତଳଭଣ୍ଡାରର ଅର୍ଦ୍ଧେକ ସ୍ଥାନରେ ଛତୁଚାଷ ଆରମ୍ଭ କରି ନନ୍ଦ ଶୀତଳଭଣ୍ଡାରକୁ କାର୍ଯ୍ୟକ୍ଷମ କରିଥିଲେ। ଏବେ ଛତୁଚାଷରେ ସଫଳ ହୋଇଥିବା ନନ୍ଦ ବାକି ଅର୍ଦ୍ଧେକ ସ୍ଥାନରେ ୫ ହଜାର ମେଟ୍ରିକ ଟନ୍‌ ଆଳୁ ଗଚ୍ଛିତ କରିବା ପାଇଁ ଆଗ୍ରହୀ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି। ଏପରିକି ଆଗ୍ରହୀ ଆଳୁଚାଷୀଙ୍କୁ ସବୁମନ୍ତେ ସହାୟତା କରିବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି। ମାତ୍ର ଚାଷୀମାନେ ଆଳୁଚାଷ ପ୍ରତି ଆଗ୍ରହ ପ୍ରକାଶ କରୁ ନ ଥିବା ଚିନ୍ତାର କାରଣ ହୋଇଛି। ନଦୀ ଉପକୂଳ ଅଞ୍ଚଳର ଚାଷୀମାନେ ଜମିରେ ପନିପରିବା ଚାଷ, ବାଦାମ ଚାଷ କରିବାକୁ ଇଚ୍ଛା କରୁଥିବା ଦେଖିବାକୁ ମିଳିଛି। ଏପରିକି ସହଜରେ ଉପଲବ୍ଧ ବାଲି, ମାଟି ଓ ଶ୍ରମର ଉପଯୋଗ କରି ଦୋରସା ଜମିରେ ଇଟା ଗଢ଼ିବାକୁ ବେଶ୍‌ ପସନ୍ଦ କରୁଥିବା ଜଣାପଡ଼ିଛି। ସ୍ବଳ୍ପ ଖର୍ଚ୍ଚରେ ଭଲ ଲାଭ ମିଳୁଥିବାରୁ ଇଟା ଗଢ଼ା ପ୍ରତି ଆଗ୍ରହ ପ୍ରକାଶ ପାଉଛି। ଫଳରେ ‘ଆଳୁ ମିଶନ’ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରୁ ନାହିଁ। ଚାଷୀମାନଙ୍କୁ ଆଳୁଚାଷ ପ୍ରତି ପ୍ରରୋଚିତ କରିବାକୁ ବିଭାଗ ପକ୍ଷରୁ ସବୁପ୍ରକାର ଉଦ୍ୟମ କରାଯାଉଛି ବୋଲି ବିଭାଗୀୟ ଅଧିକାରିଣୀ ରଥ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri