ପୁରୀ,୧୬।୧୨(ଅଜିତ୍ କୁମାର ମହାନ୍ତି): ପୁରୀ ପୋଲିସ ଅପରେଶନ ଚକ୍ର ଜରିଆରେ ନିଶା ବେପାରୀଙ୍କ ଘର ଉପରେ ବୁଲଡୋଜର ଚଳାଇଛି । ପୂର୍ବରୁ ଗତ ୪ ତାରିଖରେ ନୀଳଚକ୍ର ନଗରର ବ୍ରାଉନସୁଗାର ବେପାରୀ ସୁକାନ୍ତି ପଣ୍ଡାଙ୍କ ୪ଟି ଘର ଉପରେ ବୁଲଡୋଜର ଚାଳାଇଥିବା ବେଳେ ମଙ୍ଗଳବାର ତାଙ୍କ ଜ୍ୱାଇଁ ଟିକି ଖାଁଙ୍କ ଘଉ ଉପରେ ପୋଲିସ ପକ୍ଷରୁ ବୁଲଡୋଜର ଚାଲିଛି । ଟିକି ଖାଁଙ୍କ ଏକାସାଙ୍ଗରେ ତିନିତିନୋଟି ଘର ଉପରେ ବୁଲଡୋଜର ଚାଲିଛି।
ବୁଲଡୋଜର ପୁରୀ ସଦରଥାନା ଅନ୍ତର୍ଗତ ନୀଳଚକ୍ର ନଗରରେ ଟିକି ଖାଁର ଥିବା ଦୁଇଟି ଘର ସହ ହୁଳୁହିଳିଆ ପୋଲ ନିକଟରେ ଥିବା ଏକ ଦୋକାନ ଘରକୁ ପ୍ରଶାସନ ଜେସିପି ଲଗାଇ ଭାଙ୍ଗିଛି । ତେବେ ଟିକି ଖାଁ ପୂର୍ବରୁ ଅନେକ ଥର ନିଶା କାରବାର ଘଟଣାରେ ଗିରଫ ହୋଇ ଜେଲ ଯାଇଥିବା ବେଳେ ଜେଲ୍ରୁ ମୁକୁଳି ପୁଣି ସେଇ ନିଶା କାରବାର ଘଟଣାରେ ଲିପ୍ତଥିଲେ। ତେବେ ସହରେ ନିଶା କାରବାର କରୁଥିବା ଅପରାଧୀଙ୍କୁ ସବାଡ କରିବା ଉଦ୍ଦେଶ୍ୟରେ ପୋଲିସ ପକ୍ଷରୁ ଅପରେଶନ ଚକ୍ର କାର୍ଯ୍ୟକାରୀ କରାଯାଉଛି । ଏହି ଅପରାଧିକ ଘର ଉପରେ ବୁଲଡୋଜର୍ ଚାଲିଛି । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଘର ଭଙ୍ଗାଯାଇଛି । ଭଙ୍ଗା ସମୟରେ ଅତିରିକ୍ତ ତହସିଲଦାରଙ୍କ ସହ ଥାନା ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ତେବେ ସ୍ଥାନୀୟ ବାସିନ୍ଦା, ମହିଳା ମାନେ ପୋଲିସର ପଦକ୍ଷେପକୁ ସ୍ବାଗତ କରିଛନ୍ତି।


