ହର୍ମୁଜରେ ମହାଯୁଦ୍ଧର କାଉଣ୍ଟଡାଉନ୍‌! ଆମେରିକା ଆରମ୍ଭ କରିବାକୁ ଯାଉଛି ସବୁଠୁ ବଡ଼ ଅପରେଶନ…

ନୂଆଦିଲ୍ଲୀ/ତେହେରାନ,୧।୫: ମଧ୍ୟପ୍ରାଚ୍ୟରେ ଯେକୌଣସି ସମୟରେ ଏକ ବଡ଼ ଧରଣର ବିନାଶ ଦେଖିବାକୁ ମିଳିପାରେ । ଆମେରିକା ଇରାନ ଉପରେ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଇରାନ ମଧ୍ୟ ପାଲଟା ଜବାବ ଦେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ହୋର୍ମୁଜ ପ୍ରଣାଳୀଠାରୁ ଓମାନ ଉପସାଗର ପର୍ଯ୍ୟନ୍ତ ସମୁଦ୍ର ଯେକୌଣସି ମୁହୂର୍ତ୍ତରେ ଅଶାନ୍ତ ହୋଇପାରେ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନକୁ ଚୂଡ଼ାନ୍ତ ଚେତାବନୀ ଦେଇଥିବା ବେଳେ ଇରାନ ମଧ୍ୟ ଆରବ ସାଗରରେ ଆମେରିକାର ନୌସେନା ବାହିନୀକୁ ବୁଡ଼ାଇ ଦେବାକୁ ଧମକ ଦେଇଛି ।
ମୋଟାମୋଟି କହିବାକୁ ଗଲେ, ଆମେରିକା ଯୁଦ୍ଧର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରିବାକୁ ଯାଉଛି, ଯେଉଁଥିରେ ଏସବୁ ଦିଗ ଉପରେ ନଜର ରହିଛି। ଇରାନର ୟୁରାନିୟମ ଭଣ୍ଡାର ଉପରେ କବଜା କରିବା ।  ଇରାନର ୧୦୦ରୁ ଅଧିକ କ୍ଷେପଣାସ୍ତ୍ର କେନ୍ଦ୍ରକୁ ଧ୍ୱଂସ କରିବା । ଇରାନର ପ୍ରମୁଖ ତୈଳ ଉତ୍ପାଦନ କେନ୍ଦ୍ର ଉପରେ ଆକ୍ରମଣ । ହୋର୍ମୁଜ ପ୍ରଣାଳୀ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବା ଏବଂ ଇରାନରେ ଶାସନ ପରିବର୍ତ୍ତନ କରିବା ।
ଅପରପକ୍ଷେ ଇରାନ ନଇଁବାକୁ ପ୍ରସ୍ତୁତ ନୁହେଁ ଏବଂ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼ିବାକୁ ପ୍ରସ୍ତୁତ ବୋଲି ସଙ୍କେତ ଦେଇଛି । ଆମେରିକାକୁ ରୋକିବା ପାଇଁ ଇରାନ ଭିନ୍ନ ଉପାୟରେ ଆକ୍ରମଣ କରିପାରେ। ଯେମିତିକି ଟର୍ପିଡୋ ବଦଳରେ ଅଣ୍ଡରୱାଟର ଡ୍ରୋନ ବ୍ୟବହାର,ବଡ଼ ଜାହାଜ ବଦଳରେ ଛୋଟ ଶିପ୍‌ ଜରିଆରେ ଆକ୍ରମଣ ଏବଂ କାର୍ଗୋ ଜାହାଜରେ ମିସାଇଲ ଲଞ୍ଚର ଲଗାଇ ଆମେରିକୀୟ ନୌସେନା ବାହିନୀ ନିକଟରେ ବିସ୍ଫୋରଣ ଘଟାଇବା।
ଇରାନର ସୁପ୍ରିମ ଲିଡର ମୁଜତୋବା ଖାମେନେଇ ଇସ୍ରାଏଲକୁ ବିନାଶ କରିବାକୁ ଶପଥ ନେଇଛନ୍ତି । ଏଥିସହ ଆରବ ସାଗରରେ ଥିବା ଆମେରିକୀୟ ବାହିନୀ ଏବଂ ଆମେରିକାକୁ ସହଯୋଗ କରୁଥିବା ଆରବ ଦେଶଗୁଡ଼ିକ ଉପରେ ମଧ୍ୟ ଇରାନ ଟ୍ରିପଲ ଆଟାକ କରିବାକୁ ଯୋଜନା କରିଛି ।
ଆମେରିକା ୟୁରାନିୟମ ହାସଲ ପାଇଁ ଇରାନର ଖର୍ଗ ଦ୍ୱୀପ (Kharg Island) ଦଖଲ କରି ସେଠାରେ କମାଣ୍ଡ ସେଣ୍ଟର କରିପାରେ । ଏହାପରେ କମାଣ୍ଡୋମାନେ ହେଲିକପ୍ଟର କିମ୍ବା ପାରାସୁଟ ଜରିଆରେ ଇରାନର ପରମାଣୁ କେନ୍ଦ୍ରରେ ପଶି ୟୁରାନିୟମ ଜବତ କରିପାରନ୍ତି । ଯଦି ଏହି ଗ୍ରାଉଣ୍ଡ ଅପରେସନ ବିଫଳ ହୁଏ, ତେବେ ଆମେରିକା ଆକାଶ ମାର୍ଗରୁ ଭୟଙ୍କର ବୋମାମାଡ଼ କରି ଇରାନକୁ ଧ୍ୱଂସ କରିଦେବ ବୋଲି ଚେତାବନୀ ଦେଇଛି । ଏହି ପରିସ୍ଥିତି ଏବେ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

ଆମେରିକୀୟ ଗଣମାଧ୍ୟମ ବିରୋଧରେ ଟ୍ରମ୍ପଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲଗାଇଲେ କଟକଣା

ଓ୍ବାଶିଂଟନ,୧୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ CNN, Politico ଏବଂ MSNBC ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ‘ଟ୍ରୁଥ ସୋସିଆଲ’ (Truth Social)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?