ଭଞ୍ଜନଗର,୨ା୫(ବାବୁଲା ପ୍ରଧାନ): ମାଟ୍ରିକ ପରୀକ୍ଷା ଫଳ ଶନିବାର ପ୍ରକାଶିତ ହୋଇଛି। ଗଞ୍ଜାମ ଜିଲାରେ ୯୮.୨୫ ପ୍ରତିଶତ ଛାତ୍ରୀଛାତ୍ର ପାସ୍ ହୋଇଛନ୍ତି। ଏହିଭଳି ଭଞ୍ଜନଗର ସହରରେ ଥିବା ପ୍ରମୁଖ ବିଦ୍ୟାଳୟଗୁଡ଼ିକର ପରୀକ୍ଷା ଫଳ ମଧ୍ୟ ଭଲ ରହିଛି। ସହରର ସର୍ବ ପୁରାତନ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଆଶୁତୋଷ ପ୍ରଧାନ ବିଦ୍ୟାଳୟ ଟପ୍ପର ସହ ଏ ୨ ଗ୍ରେଡ୍ ସହ ୪୯୩ ମାର୍କ ରଖିଛନ୍ତି।

ସେହିଭଳି ଭଞ୍ଜନଗର ସତ୍ୟ ସାଇ ବିଦ୍ୟାବିହାରର ଛାତ୍ରୀ ଶୁଭଶ୍ରୀ ସ୍ବାଇଁ ଗ୍ରେଡ୍ ଏ ୧ ସହ ୫୫୨ ମାର୍କ ରଖିଛନ୍ତି। ନନ୍ଦିନୀ ସେଠୀ ଗ୍ରେଡ୍ ଏ ୧ ସହ ୫୪୦ ମାର୍କ ରଖିଛନ୍ତି। ଗ୍ରେଡ୍ ଏ ୨ରେ କଲ୍ୟାଣୀ ଶିବପ୍ରସାଦ ୫୧୦ ମାର୍କ ରଖିଥିବା ବେଳେ ଆଲେଶା ମହାରଣା ଗ୍ରେଡ୍ ଏ ୨ ସହ ୪୯୮ ମାର୍କ ରଖିଛନ୍ତି। ବିଦ୍ୟାଳୟର ସମସ୍ତ ୨୮ ଜଣ ଛାତ୍ରୀଛାତ୍ର ପାସ୍ ହୋଇଛନ୍ତି । ଯାହା ବିଦ୍ୟାଳୟ ପାଇଁ ଗୌରବର ବିଷୟ ବୋଲି ପ୍ରଧାନଶିକ୍ଷକ ବିଜୟ ପ୍ରଧାନ ସୂଚନା ଦେଇଛନ୍ତି।

