ଇଣ୍ଟରନାସନାଲ ବୁକ୍ସ ଅଫ ରେକର୍ଡସରେ ସ୍ଥାନ ପାଇଲେ ଅଢ଼େଇ ବର୍ଷର କନ୍ୟା ‘ଶ୍ରେୟାଶିଂ’: ୨୫ ସେକେଣ୍ଡରେ….

ସାକ୍ଷୀଗୋପାଳ,୨।୫(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନିଜର ବିଚକ୍ଷଣ ବୁଦ୍ଧି ଏବଂ ତତ୍କାଳ ସଠିକ ଉତ୍ତର ଦେଇଥିବା ଯୋଗୁ ଅଢ଼େଇ ବର୍ଷର ଶିଶୁକନ୍ୟା ଶ୍ରେୟାଶିଂ ପଣ୍ଡା ଇଣ୍ଟରନାସନାଲ ବୁକ୍ସ ଅଫ୍‌ ରେକର୍ଡସରେ ସ୍ଥାନ ପାଇବାକୁ ସକ୍ଷମ ହୋଇଛନ୍ତି। ପୁର୍ବରୁ ୨୦ ମାସର ହୋଇଥିବା ବେଳେ ଶ୍ରେୟାଶିଂ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଥିବା ବେଳେ ବର୍ତ୍ତମାନ ୨୫ ସେକେଣ୍ଡରେ ଭାରତର ୧୭ଟି ରାଷ୍ଟ୍ରୀୟ ପ୍ରତୀକର ସଠିକ ଉତ୍ତର ଦେବାରେ ସଫଳ ହୋଇଛନ୍ତି। ଯାହା ଆମ ଐତିହ୍ୟ, ସଂସ୍କୃତି ଓ ପରିଚୟକୁ ପ୍ରତିନିଧିତ୍ୱ କରିଥାଏ। ସେଗୁଡ଼ିକ ମଧ୍ୟରେ ଜାତୀୟ ପତାକା, ଜାତୀୟ ମୋହର, ଜାତୀୟ ପକ୍ଷୀ, ମୁଦ୍ରା, ନଦୀ, ପାଞ୍ଜି, ଜନ୍ତୁ, ଜଳଚର ଜନ୍ତୁ, ଗୀତ, ସଙ୍ଗୀତ, ଫଳ, ଫୁଲ ଆଦି ଅନ୍ତର୍ଭୁକ୍ତ ରହିଛି। ପୂର୍ବରୁ ଏହି ରେକର୍ଡ ୩୩ ସେକେଣ୍ଡର ଥିଲା।

ଏହି କୃତିତ୍ତ୍ୱ ପାଇଁ ଓ୍ବାର୍ଲଡ ରେକର୍ଡସ ଅଫ ଏକ୍ସେଲେନ୍ସ ପ୍ରମାଣ ପତ୍ର ଓ ପଦକ ପ୍ରଦାନ ପୂର୍ବକ ଇଣ୍ଟରନାସନାଲ ବୁକ୍ସ ଅଫ ରେକର୍ଡସର ପ୍ରତିଷ୍ଠାତା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଙ୍କଜ ଭିଗ ଶିଶୁଟିକୁ ଉତ୍ସାହିତ କରିଛନ୍ତି। ସେହିପରି ସେ ସୁପର ଟାଲେଣ୍ଟେଡ କିଡ୍‌ ପ୍ରତିଯୋଗୀତାରେ ୩୫୦ ଟି ବିଭିନ୍ନ ପ୍ରଶ୍ନର ସଠିକ ଉତ୍ତର ଦେଇ ସୁପର ଟାଲେଣ୍ଟେଡ୍‌ କିଡ ଆଓ୍ବାର୍ଡ ପାଇଁ ମନୋନୀତ ହୋଇଛନ୍ତି। ସତ୍ୟବାଦୀ ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର କୁନିଝିଅ ଶ୍ରେୟାଶିଂଙ୍କ ମାତା ତପସ୍ବୀନି ଦାଶ ଓ ପିତା ଶିବଶଙ୍କର ପଣ୍ଡାଙ୍କ ପରିବାରରେ ଏଥିପାଇଁ ଖୁସିର ଲହରୀ ଖେଳିଯାଇଛି। ପୁରୀ ସହରରେ ରହୁଥିବା ଏହି ପରିବାରକୁ ବିଭିନ୍ନ ମହଲରୁ ଶିଶୁଟିର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଶୁଭେଚ୍ଛା ପହଞ୍ଚିବାରେ ଲାଗିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଲଘୁଚାପ: ସପ୍ତାହେ ଯାଏ ପ୍ରବଳ ବର୍ଷା, ଆଜି ୬ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୭ା୮(ବନ୍ଦନା ସେଠୀ) – ରାଜ୍ୟରେ ଲଗାଣ ବର୍ଷା ପାଇଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ଆସୁଛି ଆଉ ୨ ଲଘୁଚାପ।…

ବରଗଡ଼ରେ ଶନିବାର ସକାଳ ୮ଟାରୁ ବିଦ୍ୟୁତ୍ କାଟ୍: ଏସବୁ ଅଞ୍ଚଳରେ ୬ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍ ସେବା

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଡିଭିଜନ୍-୨ ଗ୍ରୀଡ୍ ଅନ୍ତର୍ଗତ ୧୧କେଭି ଟେଲିଫୋନ୍ ଏକ୍ସଚେଞ୍ଜ୍ ଫିଡର୍ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ଯୋଗୁ ଆସନ୍ତାକାଲି (ଶନିବାର) ସକାଳ ୮ଟାରୁ ଅପରାହ୍ନ ୨ଟା…

ବର୍ଷୀୟାନ ସଂଗଠକଙ୍କୁ ଝୁରୁଛି ଗାଁ ମାଟି ….

ପାଟଣା,୨୮/୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଓ ବିଶିଷ୍ଟ ସଂଗଠକ ରବୀନ୍ଦ୍ର ବେଜଙ୍କ…

ସରକାରୀ ଜମି ଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ: ୨ ମହିଳାଙ୍କ ସମେତ ୯ ଅଭିଯୁକ୍ତ ଗଲେ ଜେଲ, ଫୋର୍ସ ମୁତୟନ

ଦିଗପହଣ୍ଡି, ୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ଗ୍ରାମରେ ସରକାରୀ ଜମି ଦଖଲ ଏବଂ ଚାଷକୁ ନେଇ…

କମେ ଗାଁ ଜଙ୍ଗଲରୁ ହାତୀଛୁଆର ମୃତଦେହ ଉଦ୍ଧାର: ନର୍ଲା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁକୁ ନେଇ…

ନର୍ଲା, ୭।୮(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ କମେ ଗାଁ ଜଙ୍ଗଲରୁ ଶୁକ୍ରବାର ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି।…

“କାମ କର, ନଚେତ୍ ଅନ୍ୟପାଇଁ ବାଟ ଛାଡ଼”: କଡ଼ା ଚେତାବନୀ ଦେଇ…

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପ୍ରଦେଶ ଏବଂ ଜାତୀୟ ସ୍ତରର ପ୍ରମୁଖ ଦଳୀୟ…

ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କଲେ ଜିଲାସ୍ତରୀୟ ଟିମ୍‌

ଛତ୍ରପୁର,୭ା୮(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ ନେତୃତ୍ୱରେ ଏକ ଜିଲାସ୍ତରୀୟ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୭ା୮ (ଯୁଧିଷ୍ଠିର ମହାପାତ୍ର): ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri