ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ ହୋଇଛି। ଗଞ୍ଜାମ ଜିଲାପାଳ ଭି କୀର୍ତ୍ତି ଭାସନ, ଛତ୍ରପୁର ଉପଜିଲାପାଳ ତଥା ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ଶିବାଶିଷ ବରାଳ ସବୁଜ ପତାକା ଦେଖାଇ ଉକ୍ତ ୨ ରଥର ଶୁଭାରମ୍ଭ କରିଛନ୍ତି।

ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଞ୍ଜିକୃତ ଚାଷୀଙ୍କଠାରୁ ଚଳିତ ଖରିଫ ୨୦୨୫ – ୨୬ ର ମଣ୍ଡିରୁ ଧାନ ସଂଗ୍ରହ ହେବ। ଚଳିତ ବର୍ଷ ସର୍ବନିମ୍ନ ସହାୟକ ମୂଲ୍ୟ ଓ ଇନପୁଟ୍‌ ସହାୟତା ମିଶାଇ କ୍ୱିଣ୍ଟାଲ ପିଛା ଚାଷୀ ୩୧୦୦ ଟଙ୍କା ପାଇବେ। ଏହାକୁ ନେଇ ଆଜି  ୨ଟି ମଣ୍ଡି ପ୍ରଚାର ରଥ ଶୁଭାରମ୍ଭ ହୋଇଛି। ଉକ୍ତ ପ୍ରଚାର ରଥଗୁଡ଼ିକ ଆଜିଠାରୁ ଉପଖଣ୍ଡର ବିଭିନ୍ନ ଗ୍ରାମ ପରିକ୍ରମା କରି ଚଳିତ ବର୍ଷର ଧାନ ଓ ମାଣ୍ଡିଆ କିଣା ବାବଦରେ ଚାଷୀମାନଙ୍କୁ ସଚେତନ କରିବ। ଏହାସହ ଚାଷୀ ଯେପରି ଟୋକେନ ମିଳିଲେ ମଣ୍ଡିକୁ ଅଖାରେ ଧାନ ଆଣିବେ, ଏଫ ଏ କ୍ୟୁ ଧାନ ଉପରେ ଗୁରୁତ୍ୱ ଦିଆଯାଇଛି,  ଖାଦ୍ୟ ଉପଯୋଗୀ, ଶୁଖିଲା, ପରିଷ୍କାର, ସମରଙ୍ଗୀ, ସମଆକାର,ଏକ କିସମ ହୋଇଥିବା ସହ ପୋକରା ଦୁର୍ଗନ୍ଧ ଓ ବିଷାକ୍ତ ପଦାର୍ଥ ମୁକ୍ତ ହୋଇଥିବା ଧାନ ଧରି ଆଣିବା ନେଇ ସଚେତନ କରାଯିବ। ଚାଷୀ ସରକାରଙ୍କ ନିକଟରେ ପଞ୍ଜୀକୃତ କରିଥିବା ମୋବାଇଲ ନମ୍ବରରେ ଧାନ ବିକ୍ରି ସମ୍ବନ୍ଧରେ ତଥ୍ୟ ପାଇବେ। ଏଥିସହ ଚାଷୀମାନେ ଟୋଲ୍‌ ଫ୍ରି ନମ୍ବର ୧୯୬୭କୁ କଲ୍‌ କରି ସମସ୍ତ ତଥ୍ୟ ହାସଲ କରିପାରିବେ ବୋଲି ଗଞ୍ଜାମ ଜିଲାପାଳ କହିଛନ୍ତି ।

ଚଳିତ ବର୍ଷ ମାଣ୍ଡିଆ କ୍ବିଣ୍ଟାଲ  ପିଛା ଏମଏସପି ୪୮୮୬ ଟଙ୍କା ରହିଛି ।  ଜିଲାର ୧୧ଟି ବ୍ଲକରୁ ପଞ୍ଜିକରଣ ଚାଷୀଙ୍କ ଠାରୁ ମାଣ୍ଡିଆ କ୍ରୟ କରାଯିବ । ଏହିଥର ୩୬ ହଜାର କ୍ବିଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ରହିଛି । ଶ୍ରୀ ଅନ୍ନ ଅଭିଯାନ ସରକାରଙ୍କ ମଣ୍ଡିରେ ଚାଷୀଙ୍କଠାରୁ ମାଣ୍ଡିଆ କ୍ରୟ କରାଯିବ । ଏନେଇ ଜିଲ୍ଲା ସ୍ତରୀୟ ମାଣ୍ଡିଆ କ୍ରୟ କମିଟିରେ ବିଭିନ୍ନ ଉପରେ ସମୀକ୍ଷା କରାଯାଇଛି ।  ମଣ୍ଡିରେ ଚାଷୀଙ୍କୁ ଯେପରି କୈାଣସି ଅସୁବିଧା ହେବନାହିଁ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ମଧ୍ୟ ଜିଲାପାଳ କହିଥିଲେ । ଏହି ଅବସରରେ ମୁଖ୍ୟ ଜିଲା କୃଷି ଅଧିକାରୀ ଅଜୟ କୁମାର କର, ଜିଲ୍ଲା ମୁଖ୍ୟ  ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ, ଇନଚାର୍ଜ ଏଆରସିଏସ ଏସ. କେ. ମହାରଣା, ହିଞ୍ଜିଳିକାଟୁ ନିୟନ୍ତ୍ରଣ ବଜାର କମିଟି ସମ୍ପାଦକ ବିନାୟକ ବିଶ୍ୱାଳଙ୍କ ସମେତ ଯୋଗାଣ ଏବଂ ଆର ଏମ ସି ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ଯୁବକଙ୍କ ଉପରେ ଅତ୍ୟାଚାର ମାମଲାରେ ବାଂଲାଦେଶରେ ୭ ଗିରଫ, ବହୁ ଚର୍ଚ୍ଚା ପରେ ଶେଷରେ ନଇଁଲେ ୟୁନୁସ ସରକାର

ଢାକା,୨୦।୧୨: ବାଂଲାଦେଶର ମୈମନସିଂ ଜିଲାରେ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ...

ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗାଁରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ...

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri