ୟୁକାଲପଟାସ୍‌ ଜଙ୍ଗଲରେ କୁଢ଼କୁଢ଼ ଅଳିଆ: ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୧୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ତେବେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ଦୃଷ୍ଟି ଆଢୁଆଳରେ ରହିଥିବାରୁ ଦାରିଙ୍ଗବାଡ଼ି ଆସୁଥିବା ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ରହିଛି ସେଠି ପ୍ରଶାସନର ଦୃଷ୍ଟି ପଡୁ ନ ଥିବା ଅଭିଯୋଗ ହେଉଛି।

ପ୍ରକାଶ ଯେ, କଫି ବଗିଚା ସମ୍ମୁଖରେ ରହିଛି ୟୁକାଲପଟାସ୍‌ ଜଙ୍ଗଲ। ଉକ୍ତ ଜଙ୍ଗଲରେ ବୁଲିବା ପାଇଁ ୨ ପାଖେ ୟୁକାଲପଟାସ୍‌ ଜଙ୍ଗଲ ରହିଥିବା ବେଳେ ମଝିରେ ମାଟି ରାସ୍ତା ରହିଛି। ସେହି ମାଟି ରାସ୍ତାରେ ବୁଲିବାକୁ ଓ ସୌନ୍ଦର୍ଯ୍ୟର ଉପଭୋଗ କରିବାକୁ ପର୍ଯ୍ୟଟକ ଅଧିକ ପସନ୍ଦ କରନ୍ତି। କୁହାଯାଏ, ୟୁକାଲପଟାସ୍‌ର ପତ୍ର ମୁଣ୍ଡ ବ୍ୟଥା ପାଇଁ ଔଷଧ ପ୍ରସ୍ତୁତ ହୋଇଥାଏ। ସେହି ପତ୍ରର ବାସ୍ନା କୁ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇଥାଏ କିନ୍ତୁ ଏବେ ଉକ୍ତ ଜଙ୍ଗଲରେ କୁଢ଼କୁଢ଼ ଅଳିଆ ଆବର୍ଜନା, ପ୍ଲାଷ୍ଟିକ୍‌, ଅଇଁଠା ଖଲି ସବୁକୁ ଆଣି ଜଙ୍ଗଲକୁ ଡମ୍ପିଂୟାର୍ଡ଼ ଭାବେ ବ୍ୟବହାର କରାଯାଉଛି। ଫଳରେ ଉକ୍ତ ଜଙ୍ଗଲର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ପୁତିମୟଗନ୍ଧ ଯୋଗୁ ସେଠାରେ ପର୍ଯ୍ୟଟକ ବୁଲିବାକୁ ପସନ୍ଦ କରୁ ନ ଥିବା ଜଣାପଡିଛି। ଯଦି କୁହାଯିବ ଡ଼ୁଲୁରୀ ଭଳି ଉକ୍ତ ୟୁକାଲପଟାସ୍‌ ଜଙ୍ଗଲରେ ମଧ୍ୟ ସୁନ୍ଦର ପରିବେଶ ରହିଛି ଓ ପର୍ଯ୍ୟଟକ ଡ଼ୁଲୁରୀ ପରେ ଏହି ଜଙ୍ଗଲକୁ ପର୍ଯ୍ୟଟକ ବହୁତ ପସନ୍ଦ କରୁଥିଲେ କିନ୍ତୁ ପରିବେଶ ଦୂଷିତ ପରେ ପର୍ଯ୍ୟଟକ ଧିରେ ଧିରେ ମୁହଁ ଫେରାଇବା ଆରମ୍ଭ କରୁଛନ୍ତି। ଚାରିଆଡ଼େ ବସ୍ତାବସ୍ତା ପ୍ଲାଷ୍ଟିକ ଭର୍ତ୍ତି ହୋଇଛି। ରାସ୍ତା ସାରା ଏଭଳି ପଡ଼ିଥିବାରୁ ପର୍ଯ୍ୟଟକ ଉକ୍ତ ପର୍ଯ୍ୟଟନକ୍ଷେତ୍ରରୁ ମୁହଁ ଫେରେଇବା ଆରମ୍ଭ କଲେଣି। ଗତ ୩ ବର୍ଷ ହେଲା ସେଠାରେ ପର୍ଯ୍ୟଟକ ବୁଲିବା କମିଯାଇଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri