ପ୍ରବାସକୁ ସବୁଦିନ ପାଇଁ ବନ୍ଦ କରିଦେବି

ଓ୍ବାଶିଂଟନ,୨୯ା୧୧: ଆମେରିକା ହ୍ବାଇଟ୍‌ ହାଉସ୍‌ ନିକଟରେ ଜଣେ ଆଫଗାନ୍‌ ବ୍ୟକ୍ତିଙ୍କ ଗୁଳିମାଡ଼ରେ ନ୍ୟାଶନାଲ ଗାର୍ଡର ଜଣେ ସଦସ୍ୟଙ୍କ ମୃତ୍ୟୁ ଘଟିବା ସହ ଅନ୍ୟଜଣେ ଗୁରୁତର ହୋଇଥିବାବେଳେ ତୃତୀୟ ବିଶ୍ୱର ସମସ୍ତ ଦେଶରୁ ପ୍ରବାସକୁ ସବୁଦିନ ପାଇଁ ବନ୍ଦ କରିଦେବେ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶୁକ୍ରବାର ଘୋଷଣା କରିଛନ୍ତି। ଟ୍ରମ୍ପ୍‌ଙ୍କ ଏଭଳି ପଦକ୍ଷେପ ବିଶ୍ୱସ୍ତରରେ ବଡ଼ ଧରଣର ପ୍ରଭାବ ପକାଇବାକୁ ଯାଉଛି। ନିଯୁକ୍ତି ଏବଂ ଶିକ୍ଷା ପାଇଁ ଆମେରିକା ଆସିଥିବା ଅନେକ ନିୟୁତ ବ୍ୟକ୍ତି ପ୍ରଭାବିତ ହେବେ। ଏଥିସହିତ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ବିଦେଶୀମାନଙ୍କୁ ବିଦା କରାଯିବ ବୋଲି ଟ୍ରମ୍ପ୍‌ କହିଛନ୍ତି। ନ୍ୟାଶନାଲ ଗାର୍ଡ ସଦସ୍ୟଙ୍କ ମୃତ୍ୟୁ ପରେ ଟ୍ରମ୍ପ୍‌ ପ୍ରଶାସନ ଆପ୍ରବାସନ ଉପରେ ଚଢ଼ାଉକୁ ଜୋର୍‌ଦାର କରିଛି। ଚିନ୍ତାଜନକ ଦେଶଗୁଡ଼ିକରୁ ଆପ୍ରବାସୀଙ୍କୁ ଜାରି ହୋଇଥିବା ସମସ୍ତ ଗ୍ରୀନ୍‌କାର୍ଡର ପୁନଃ ଯାଞ୍ଚ କରାଯିବ ବୋଲି ଟ୍ରମ୍ପ୍‌ ପ୍ରଶାସନ କହିଛି।
ଆମେ ପ୍ରଯୁକ୍ତି କ୍ଷେତ୍ରରେ ଅଗ୍ରଗତି କରୁଥିବାବେଳେ ଏଥିରୁ ହେଉଥିବା ଲାଭ ଏବଂ ଅନେକଙ୍କ ଜୀବନଯାପନ ସ୍ଥିତି ଦେଶର ଆପ୍ରବାସନ ନୀତି ପାଇଁ ନଷ୍ଟ ହେଉଥିବା ଟ୍ରମ୍ପ୍‌ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି। ସେଥିପାଇଁ ତୃତୀୟ ବିଶ୍ୱ ଦେଶଗୁଡ଼ିକରୁ ପ୍ରବାସକୁ ସବୁଦିନ ପାଇଁ ବନ୍ଦ କରିବାକୁ ହେବ। ଜୋ ବାଇଡେନ୍‌ଙ୍କ ଶାସନ କାଳରେ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିବା ଅନେକ ନିୟୁତ ଲୋକଙ୍କୁ ବିଦା କରାଯିବ। ଯେଉଁମାନେ ଆମେରିକାର ସମ୍ପତ୍ତି ନୁହନ୍ତି କିମ୍ବା ଆମ ଦେଶକୁ ଭଲ ପାଉନାହାନ୍ତି ସେମାନଙ୍କୁ ବାହାର କରିଦିଆଯିବ ବୋଲି ଟ୍ରମ୍ପ୍‌ ଟ୍ରୁଥ୍‌ ସୋସିଆଲରେ ଲେଖିଛନ୍ତି।
ଶୀତଳ ଯୁଦ୍ଧ ବେଳେ ବିଶ୍ୱ ୨ ଭାଗରେ ବିଭକ୍ତ ହୋଇଥିଲା। ଗୋଟିଏ ପଟେ ଆମେରିକା ଓ ଏହାର ସହଯୋଗୀ ପାଶ୍ଚାତ୍ୟ ଦେଶ ଏବଂ ଅନ୍ୟପଟେ କମ୍ୟୁନିଷ୍ଟ ପୂର୍ବାଞ୍ଚଳ ଦେଶସମୂହ। ଏମାନଙ୍କୁ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱ କୁହାଯାଉଥିବାବେଳେ ନିରପେକ୍ଷ ତଥା ଅବଶିଷ୍ଟ ଦେଶଗୁଡ଼ିକୁ ତୃତୀୟ ବିଶ୍ୱ କୁହାଯାଉଥିଲା। ଗରିବ ଏବଂ ଅବହେଳିତ ଦେଶଗୁଡ଼କ ପାଇଁ ତୃତୀୟ ବିଶ୍ୱ ଶବ୍ଦ ବ୍ୟବହାର କରାଯାଇଥାଏ। ତୃତୀୟ ବିଶ୍ୱରେ ମୁଖ୍ୟତଃ ଆଫ୍ରିକା, ଏସିଆ ଏବଂ ଦକ୍ଷିଣ ଆମେରିକାର ଅନୁନ୍ନତ କୃଷିପ୍ରଧାନ ଦେଶଗୁଡ଼ିକୁ ନିଆଯାଇଥାଏ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri