କେନ୍ଦୁଝର,୨୦।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ପଳାସପଙ୍ଗା ଫାଣ୍ଡି ଅଧୀନ ଝୁମ୍ପୁରା ବାଇପାସ ଟାଙ୍ଗରାଣୀ ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ୧୪ ଚକିଆ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଚାଳକ ନିଜେ ମାଲିକ ବୋଲି ଜଣାପଡିଛି ତେବେ ତାଙ୍କ ପରିଚୟ ଜଣାପଡୁନାହିଁ।
ଆଜି ସକାଳ ପ୍ରାୟ ୭ଟା ସମୟରେବେଳେ ରିମିଳିପଟୁ କେନ୍ଦୁଝର ଅଭିମୁଖେ ଆସୁଥିବାବେଳେ (ଓଡ଼ି ୩୪, ୟୁ/ ୬୭୦୯) ଚକ ଜାମ ହୋଇ ଯାଇଥିବାରୁ ସେ ଗାଡିଛିଡା କରି ଓହ୍ଲାଇ ଯାଞ୍ଚ କରିଥିଲେ। ଏହି ସମୟରେ ପଛପଟୁ କ୍ଷୀପ୍ର ଗତିରେ ଅନ୍ୟ ଏକ ୧୪ ଚକିଆ ଟ୍ରକ (ଡବ୍ଲ୍ୟୁ ବି ୪୫/୭୭୫୭) ଧକ୍କା ଦେଇଥିଲା। ଫଳରେ ତାଙ୍କ ଉପରେ ଟ୍ରକଟି ମାଡି ଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକ ଗୁରୁତର ଭାବେ ଫସି ଯାଇଥିଲେ। ପଳାସପଙ୍ଗା ଫାଣ୍ଡି ଅଧିକାରୀ ମାନସ ରଞ୍ଜନ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକ ଓ ଦମକଳ ବାହିନୀଙ୍କ ସହାୟତାରେ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ। ଏହି କାରଣରୁ ଗୋଟିଏ ପାର୍ଶ୍ୱ ରାସ୍ତାରେ ଗାଡ଼ି ଚଳାଚଳ ଦୀର୍ଘ ଘଣ୍ଟା ଧରି ବନ୍ଦ ରହିଥିଲା। ପୋଲିସ ଆହତ ଡ଼୍ରାଇଭରଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ମେଡିକାଲ ପଠେଇଥିବାବେଳେ ମୃତକଙ୍କୁ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି । ପୋଲିସ ମୃତ ଓ ଆହତ ଙ୍କ ଚିହ୍ନଟ ପାଇଁ ପଦକ୍ଷେପ ନେଇଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
Dharitri – Odisha’s No.1 Odia Daily

