ସମୁଦ୍ରକୁ ଯିବା ପୂର୍ବରୁ ଗଙ୍ଗାମାତାଙ୍କୁ ସ୍ମରଣ କରନ୍ତି ମତ୍ସ୍ୟଜୀବୀ, ମା’ଙ୍କ ବେକରେ ପିନ୍ଧାନ୍ତି…

ମହାକାଳପଡ଼ା,୬ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦଶ ହଜାରରୁ ଅଧିକ ପାରମ୍ପରିକ ମତ୍ସ୍ୟଜୀବୀ ସମୁଦ୍ର ଉପରେ ନିର୍ଭରକରି ପରିବାର ପ୍ରତିପୋଷଣ କରନ୍ତି। ସାମୁଦ୍ରିକ ଝଡ଼ ବାତ୍ୟା ତୋଫାନ ଭଳି ବିପଦଆପଦ ବେଳେ ମା’ ଡଙ୍ଗା ମଙ୍ଗରେ ବିରାଜିତ ହୋଇ ଆମ୍ଭମାନଙ୍କ ଜୀବନ ରକ୍ଷାକରନ୍ତି ବୋଲି ମତ୍ସ୍ୟଜୀବୀଙ୍କ ବିଶ୍ୱାସ। ଏହିକ୍ରମରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ପେଟ୍‌ଛେଲା ଗ୍ରାମର ମତ୍ସ୍ୟଜୀବୀମାନେ ବୈଶାଖ ଶୁକ୍ଳପକ୍ଷରେ ୧୩ତମ ବାର୍ଷିକ ମା’ ଗଙ୍ଗାମାତା ମୃଣ୍ମୟୀ ମୂର୍ତ୍ତି ରୀତିନୀତି ଅନୁସାରେ ମଙ୍ଗଳବାର ପୂଜା ପାଉଛନ୍ତି ବୋଲି ଆୟୋଜକ କହିଛନ୍ତି। ମା’ଙ୍କ ପୀଠରେ ବିଭିନ୍ନ ଫଳ ଫୁଲୁରି ନୈବେଦ୍ୟ ଅର୍ପଣ କରାଯାଇଥିଲା। ମାନସିକଧାରୀ ମା’ଙ୍କ ଗଳାରେ ଟଙ୍କାହାର ଅର୍ପଣ କରାଯିବାର ବିଧି ରହିଛି। ଅପରପକ୍ଷରେ ଚଳିତ ମାସ ଶେଷସୁଦ୍ଧା ସରକାରୀ ଭାବେ ସାମୁଦ୍ରିକ ପ୍ରବେଶ ନିଷିଦ୍ଧ କଟକଣା ହଟିବା ପରେ ସମୁଦ୍ରକୁ ଡଙ୍ଗା ଜାଲ ନେଇ ନିଜ ଗୁଜରାଣ ମେଣ୍ଟାଇବା ପାଇଁ ବାହାରିବେ ବୋଲି ମା’ ଦରିଆରାଣୀ ଗଙ୍ଗାଦେବୀ ପୂଜା କମିଟି ସଭାପତି ସତ୍ୟନାରାୟଣ ମହାକୁଡ, ସମ୍ପାଦକ ଚିରନ୍ତନ ଗିରି, ସଦସ୍ୟ ଶକ୍ତିପଦ ଭୂୟାଁ, ରଞ୍ଜିତ ପାତ୍ର, ଯୁଗଳ ଜେନା, ତପନ ମଣ୍ଡଳ, ମହେନ୍ଦ୍ର ମଣ୍ଡଳଙ୍କ ସହ ବହୁ ମତ୍ସ୍ୟଜୀବୀ କହିଛନ୍ତି।

ଆସନ୍ତା ମାସ ରଜ ସଂକ୍ରାନ୍ତି ପରେ ଉପକୂଳବର୍ତ୍ତୀ ଅଞ୍ଚଳର ଜମ୍ବୁ, ସୁନିତି, ତନ୍ତିଆ ପାଳ, ଶାସନ ପେଟା, ରଟପଙ୍କ, ଓସ୍ତିରା, କଳତୁଙ୍ଗା, ବଉଳକଣି, ରାମନଗର, ଖରିନାସି, ବତୀଘର ଆଦି ଅଞ୍ଚଳର ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯିବେ ବୋଲି କହିଛନ୍ତି। ମା’ଙ୍କ ପୂଜା ଶେଷହେବା ପରେ ଭସାଣ ପର୍ବ ପରେ ରାମଚଣ୍ଡୀ ଗଳିଆ ନଦୀରେ ବିସର୍ଜନ କରାଯାଏ ବୋଲି କହିଛନ୍ତି ଆୟୋଜକ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୮,୦୦୦ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍‌ ଯୋଗାଣରେ ଉନ୍ନତୀକରଣ

ଭୁବନେଶ୍ୱର,୬।୫(ଅନୁରାଧା ମହାରଣା): ଟିପି ସେଣ୍ଟ୍ର୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ) ପକ୍ଷରୁ ବିସିଡିଡି-୨ ଡିଭିଜନ ଅନ୍ତର୍ଗତ ଭରତପୁର ପିଏସ୍‌ଏସ୍‌ଠାରେ ଏକ ୨୫ ଏମ୍‌ଭିଏ ପାୱାର ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ…

ବାରଣ୍ଡାରେ ଶୋଇଥିବାବେଳେ ଯୁବକଙ୍କ ଗଳା କାଟି କାଟିଦେଲେ…

ଝାରସୁଗୁଡା, ୬।୫(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ଲଖନପୁର ଥାନା ଅନ୍ତର୍ଗତ ସୁଲଦିଆ ଲାଲୁମୁଣ୍ଡାରେ ଜଣେ ଯୁବକ ବାରଣ୍ଡାରେ ଶୋଇଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ…

ସାମ୍ନାକୁ ଆସିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନାମ, ଚମକି ପଡିଲେ ମମତା!

କୋଲକାତା,୬।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନରେ ଭାଜପାର ବିପୁଳ ବିଜୟ ପରଠାରୁ, ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ବଙ୍ଗଳାର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବେ? ଭାଜପା ରାଜ୍ୟରେ କ୍ଷମତାର…

ଆଇନଗତ ସମସ୍ୟାରେ ଫସିଲେ ପଲାଶ ମୁଚ୍ଛଲ, ଏଫଆଇଆର ରୁଜୁ କଲେ …

ନୂଆଦିଲ୍ଲୀ,୬।୫: ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ପୂର୍ବତନ ପ୍ରେମିକ ପଲାଶ ମୁଚ୍ଛଲ ଆଇନଗତ ସମସ୍ୟାରେ ଫସିଛନ୍ତି। ସ୍ମୃତି ଏବଂ ପଲାଶ ବର୍ଷ ବର୍ଷ ଧରି ସମ୍ପର୍କରେ…

ଠାବ ହେଲା ଦେଶୀ ବନ୍ଧୁକ କାରଖାନା: ଜଣଙ୍କୁ ବାନ୍ଧିଲା ପୋଲିସ

ତୁମୁଡିବନ୍ଧ,୬।୫(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଆନ୍ତର୍ଗତ ଲାବନ୍ୟନଗର ଗ୍ରାମରେ ଏକ ଚୋରା ଦେଶୀ ବନ୍ଧୁକ କାରଖାନା ଠାବ କରିବାରେ ସଫଳ ହେବା ସହ…

ପୁଣି ୬ଟା ରାଜ୍ୟରେ ନିର୍ବାଚନ, ପଶ୍ଚିମବଙ୍ଗ ପରେ ନୂଆ ଗେମ୍‌ ଖେଳିବ ଭାଜପା!

ନୂଆଦିଲ୍ଲୀ,୬।୫: ସାମ୍ପ୍ରତିକ ସମୟରେ, ଭାରତୀୟ ରାଜନୀତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ବିଶେଷକରି, ଭାରତୀୟ ଜନତା ପାର୍ଟି ପୂର୍ୱ ଭାରତରେ ନିଜର ପାଦ ମଜବୁତ କରିବା ପାଇଁ…

ଧରପଗଡ଼ ଜୋରଦାର୍‌: ସଟ୍ଟା କାରବାର, କିଙ୍ଗ୍‌ପିନ୍‌ ସମେତ ୪ ଗିରଫ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପୋଲିସ ସଟ୍ଟା ଧରପଗଡ଼କୁ ଜୋରଦାର୍‌ କରିଛି। ସୋମବାର ସ୍ଥାନୀୟ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତୋରା ସୂତାମିଲ୍‌ ପାଖରେ ଚାଲିଥିବା ଏକ ସଟ୍ଟା ଆଡ୍ଡା…

ହାତୀଙ୍କୁ ଆକ୍ରମଣ, ହଇରାଣ କରି ଭିଡିଓ ସୋସିଆଲ ମିଡିଆରେ ଛାଡିବା ପଡିଲା ମହଙ୍ଗା: ୪ ଯୁବକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ବନବିଭାଗ

କେନ୍ଦୁଝର,୬।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ହାତୀକୁ ଆକ୍ରମଣ କରି ହଇରାଣ କରିବା ଏବଂ ଭିଡିଓ ଉତ୍ତୋଳନ କରି ସାମାଜିକ ମିଡିଆରେ ପ୍ରସାରଣ କରିବା ଘଟଣାରେ ବନ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri