ଜେସିବି ଧକ୍କାରେ ମ୍ୟାନେଜରଙ୍କ ମୃତ୍ୟୁ ଘଟଣା: ସାରା ରାତି ପଡ଼ି ରହିଲା ମୃତଦେହ, ୧୬ ଘଣ୍ଟା ପରେ ଉଦ୍ଧାର

ଅମରପାଲି,୧୯।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ଗୌଡଗାଡ ଗ୍ରାମରେ ଗତ ସୋମବାର ରାତିରେ ଜେସିବି ଧକ୍କାରେ ଏକ କନଷ୍ଟ୍ରକସନ କମ୍ପାନୀର ମ୍ୟାନେଜରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲ। ମୃତଦେହ ଉଦ୍ଧାର ପାଇଁ ପୋଲିସ ଘଟଣାସ୍ଥଳକୁ ଆସିଥିଲେ ମଧ୍ୟ ସେଠାରେ ଚାପା ଉତ୍ତେଜନା ଦେଖାଦେବାରୁ ମୃତଦେହ ଉଦ୍ଧାର ହୋଇପାରି ନ ଥିଲା। ଦୀର୍ଘ ୧୬ ଘଣ୍ଟା ମୃତଦେହ ପଡି ରହିବା ପରେ ମଙ୍ଗଳବାର ଦିନ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ପୋଲିସ ଉଦ୍ଧାର କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ମୃତକଙ୍କ ଭାଇ ରୋହନ କୁମାର ଭୁକ୍ତାଙ୍କ ଅଭିଯୋଗ ଆଧାରରେ ବୀରମହାରାଜପୁର ଥାନାରେ ( କେସ ନଂ ୨୩୯ /୨୫)ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁସାରେ ଅମରପାଲି ପୂର୍ତ୍ତ ବିଭାଗ ରାସ୍ତାରୁ ଗୌଡ଼ଗାଡ ଦେଇ ଠେଙ୍ଗୋ ଡ୍ୟାମ ପର୍ଯ୍ୟନ୍ତ ଆରଡି ବିଭାଗ ତରଫରୁ ରାସ୍ତା ନିର୍ମାଣ କାମ ହେଉଛି। ନୂଆପଡ଼ା( ଖରିଆର ରୋଡ) ଅଞ୍ଚଳର ଏକ କନଷ୍ଟ୍ରକସନ କମ୍ପାନୀକୁ ଏହାର ନିର୍ମାଣ କାମ ଦିଆଯାଇଛି। ଏହି କନଷ୍ଟ୍ରକସନ କମ୍ପାନୀରେ ମୃତକ ପପୁନ ଭୁକ୍ତା(୨୮) ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ସୋମବାର ଏକ ଜେସିବି ପପୁନଙ୍କୁ ତାଙ୍କ କ୍ୟାମ୍ପ ସମ୍ମୁଖରେ ଧକ୍କା ଦେବାରୁ ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ମଧ୍ୟ ମୃତକଙ୍କ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ନିର୍ମାଣ ସଂସ୍ଥାର ମାଲିକ ଆସିବା ସହିତ ଜେସିବିକୁ ଜବତ ଓ ଡ୍ରାଇଭରକୁ ଗିରଫ ସହିତ କ୍ଷତି ପୂରଣ ଦାବି କରିଥିଲେ। ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ବୀରମହାରାଜପୁରର ଏକ ପୋଲିସ ଟିମ ଆସି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ସାରାରାତି ଘଟଣାସ୍ଥଳରେ ମୃତଦେହ ପଡି ରହିଥିବା ବେଳେ ଲୋକେ ମୃତଦେହ ପାଖରେ ବସି ରହିଥିଲେ। ମଙ୍ଗଳବାର ସକାଳୁ ପୁଣି ପୋଲିସ ଲୋକଙ୍କୁ ବୁଝାସୁଝା କରିଥିଲା। ତେବେ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଲୋକେ ରାଜି ହେବା ପରେ ମୃତଦେହକୁ ବୀରମହାରାଜପୁରକୁ ନିଆଯାଇଥିଲା। ସେଠାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୋଲିସ ଦୁର୍ଘଟଣା ଘଟାଇଥିବା ଜେସିବିକୁ ଜବତ କରିଛି। ଗ୍ରାମର ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି। ମୃତ ପପୁନ ମୁର୍ଷୁଣ୍ଢି ପଞ୍ଚାୟତ ଚୌକା ଗ୍ରାମର ଅଟନ୍ତି। ସେ ତାଙ୍କ ପରିବାରର ପାଞ୍ଚ ପୁଅ ମଧ୍ୟରୁ ସବୁଠୁ ସାନ ହୋଇଥିବା ବେଳେ ସେ ଅବିବାହିତ ଥିଲେ। ତେବେ ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...

ପ୍ରଶଂସକଙ୍କ ପାଇଁ ଖୁସିଖବର: ଦକ୍ଷିଣ ଆଫ୍ରିକା ODI ସିରିଜ ପରେ ଟି-୨୦କୁ ଫେରିବେ ରୋହିତ!

ନୂଆଦିଲ୍ଲୀ,୫।୧୨: ରୋହିତ ଶର୍ମା ଭାରତୀୟ ଘରୋଇ କ୍ରିକେଟ ପ୍ରତି ଏତେ ପ୍ରତିବଦ୍ଧତା ଦେଖାଉଛନ୍ତି ଯେ ସେ କେବଳ ଲିଷ୍ଟ ଏ କ୍ରିକେଟ ନୁହେଁ ବରଂ ଟି-୨୦...

ପ୍ରଶ୍ନପତ୍ର ଲିକ୍‌: ବାତିଲ ହେଲା ଏଏନ୍‌ଏମ୍‌ ପରୀକ୍ଷା, ନିରାଶରେ ଫେରିଲେ ପରୀକ୍ଷାର୍ଥୀ

ଗଜପତି,୫।୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଏଏନ୍‌ଏମ୍‌ ପରୀକ୍ଷା ବାତିଲ ହୋଇଛି। ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ରାଜନ...

ମହୁଲି ଭାଟି ଉପରେ ପୋଲିସର ଚଢ଼ାଉ, ମଦ ରନ୍ଧା ସାମଗ୍ରୀରେ ଲଗାଇଦେଲା ନିଆଁ

ପାଟଣା,୫ା୧୨(ବୀରକିଶୋର ଦାଶ): ବେଆଇନଦେଶୀ ମହୁଲି ଭାଟି ଉପରେ ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମହୁଲି ମଦ ସହ ପୋଚ ନଷ୍ଟ କରିଛି। କେନ୍ଦୁଝର ଜିଲାତୁରୁମୁଙ୍ଗା...

ଓ୍ବାସିମ ଆକ୍ରମଙ୍କୁ ଟପିଲେ ଷ୍ଟାର୍କ

ବ୍ରିସବେନ,୫ା୧୨: ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଗୁରୁବାରଠାରୁ ଦ୍ୱିତୀୟ ଆଶେସ ଟେଷ୍ଟ ଆରମ୍ଭ ହୋଇଯାଇଛି। ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ ସବୁଠୁ ସଫଳ ବାମହାତୀ...

ସାମ୍ନାକୁ ଆସିଲା ବିରାଟ-ରୋହିତଙ୍କ ସୁରକ୍ଷାରେ ବଡ଼ ତ୍ରୁଟି, ଟିମଙ୍କ ସହ ବୁଲିଲେ ଅପରାଧି!

ରାୟପୁର,୫।୧୨: ରାୟପୁରରେ ଖେଳାଯାଇଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ସମୟରେ ଖେଳାଳିଙ୍କ ସୁରକ୍ଷାରେ ବଡ଼ ଅବହେଳାର ପର୍ଦ୍ଦାଫାସ ହୋଇଛି। ଏହି...

ୟୁକ୍ରେନ ସହିତ ଶେଷ ହେବ ଯୁଦ୍ଧ: ମୋଦିଙ୍କ ସହ ବୈଠକରେ ବଡ଼ ସଙ୍କେତ ଦେଲେ ପୁଟିନ, କହିଲେ…

ନୂଆଦିଲ୍ଲୀ,୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ସାକ୍ଷାତ ହୋଇଛି। ବୈଠକ ସମୟରେ ଏକ ପ୍ରମୁଖ ଭୂରାଜନୈତିକ...

ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ

ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri