ଟ୍ରେଞ୍ଚ ଖୋଳିବା ପରେ ଧାରଣା ପ୍ରତ୍ୟାହୃତ, ନିୟମିତ ଚଢ଼ାଉ ସହ ଚୋରା ଚାଲାଣକୁ…

ହାଟଡିହୀ,୧୮l୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅମ୍ବୋ ପଞ୍ଚାୟତ କରଗୋଳା ବୈତରଣୀ ନଦୀ ବାଲି ଘାଟରୁ ବେଆଇନ ବାଲି ପରିବହନ ପ୍ରସଙ୍ଗକୁ ନେଇ ସ୍ଥାନୀୟ ବାସିନ୍ଦା ଦୁଇ ଦିନ ହେବ ଆନନ୍ଦପୁର ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ l ଶନିବାର ପ୍ରଶାସନ ପଦକ୍ଷେପ ନେବା ଆରମ୍ଭ କରିଛି । ଜିଲା ଖଣି ଅଧିକାରୀ ତାରିଣୀ ସିଂ,ହାଟଡିହୀ ତହସିଲଦାର ଶିବବ୍ରତ ତ୍ରିପାଠୀ, ଆନନ୍ଦପୁର ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରା, ନନ୍ଦିପଦା ଥାନା ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର ଏବଂ ଏନଫୋର୍ସମେଣ୍ଟ ଟିମ୍‌ ଏବଂ ଅନ୍ୟ କର୍ମଚାରୀ ମାନେ ବାଲିଘାଟକୁ ଯାଇଥିଲେ। ଏଥିସହ ବାଲିଘାଟକୁ ଯାଇଥିବା ରାସ୍ତାରେ ଟ୍ରେଞ୍ଚ ଖୋଲାଯାଇଛି। ତେବେ ବାଲିଘାଟକୁ ଏକ ନୂତନ ରାସ୍ତା ନିର୍ମାଣ ହୋଇଥିବା, ଗଛ କଟାଯାଇଥିବା,ନଦୀ ଭିତରେ ଏକ ବନ୍ଧ ନିର୍ମାଣ କରାଯାଇ ନଦୀ ଜଳ ସ୍ରୋତର ଗତିପଥକୁ ପରିବର୍ତ୍ତନ କରାଯାଇଥିବା ଅଧିକାରୀ ମାନେ ଦେଖିବାକୁ ପାଇଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ତହସିଲଦାର ଏବଂ ଖଣି ବିଭାଗ କର୍ମଚାରୀ ମାନେ ପ୍ରଥମେ ପୂର୍ବରୁ ଟ୍ରେଞ୍ଚ ଖୋଳିବାକୁ ଯାଇଥିବା ବେଳେ ବାଲି ମାଫିଆଙ୍କଠାରୁ ହତ୍ୟା ଧମକ ପାଇ ନିରାଶ ହୋଇ ଫେରିଥିଲେ । ତେବେ ଏହି ହତ୍ୟା ଧମକ ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ଠାବ କରାଯାଇ ପାରିନି । ଏଥିସହ ବାଲିଘାଟକୁ ରାସ୍ତା ନିର୍ମଣ  କରିଥିବା, ଗଛ କାଟିଥିବା, ନଦୀ ଭିତରେ ବନ୍ଧ ନିର୍ମାଣ କରି ଜଳ ସ୍ରୋତର ଗତି ପଥ ପରିବର୍ତ୍ତନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇନି । ଆନନ୍ଦପୁର ଉପଜିଲାପାଳ ନୀଳ ମାଧବ ସୁନା କହିଛନ୍ତି ଅପରାହ୍ନ ପ୍ରାୟ ୨ଟା ସମୟରେ ଧାରଣା ପ୍ରତ୍ୟାହୃତ ହୋଇଛି। ପରିବର୍ତ୍ତନ କରାଯାଇଥିବା ନଦୀର ଗତିପଥକୁ ବାସ୍ତବିକ ଅବସ୍ଥାକୁ ଫେରାଇ ଅଣାଯିବ। ନିୟମିତ ଭାବେ ଚଢ଼ାଉ ଜାରି ରହିବ । ବାଲି ଚୋରା ଚାଲାଣକୁ କଦାପି ପ୍ରଶୟ ଦିଆଯିବନି।

Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri