Posted inଖେଳ

‘ଭଲ ହେବ ଯଦି ୨୦୨୭ ବିଶ୍ୱକପ ଖେଳିବାକୁ ସୁଯୋଗ ମିଳିବ’, ଭାବପ୍ରବଣ ହେଲେ ରୋହିତ, ଅଧିନାୟକ ପଦରୁ ହଟାଯିବା ପରେ ଭାଇରାଲ ହେଲା…

ନୂଆଦିଲ୍ଲୀ,୭।୧୦: ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଭାରତୀୟ ଚୟନକର୍ତ୍ତାମାନେ ରୋହିତ ଶର୍ମାଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇ ଏକ ସାହସିକ ପଦକ୍ଷେପ ନେଇଛନ୍ତି। ଶୁଭମନ ଗିଲଙ୍କୁ ୫୦ ଓଭର ଫର୍ମାଟର ଦାୟିତ୍ୱ ଦିଆଯାଇଥିବାରୁ ଏହି ପଦକ୍ଷେପ କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଛି। ଏହି ନିଷ୍ପତ୍ତିରେ ଲୋକମାନେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି କାରଣ କିଛି ମାସ ପୂର୍ବରୁ ଭାରତ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ତାଙ୍କୁ ଫାଇନାଲରେ ପ୍ଲେୟାର ଅଫ ଦ ମ୍ୟାଚ ଭାବରେ ବିବେଚିତ କରାଯାଇଥିଲା। ଦଳ ଚୟନ ପରେ, ରୋହିତ ଶର୍ମାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହୋଇଛ। ଯେଉଁଥିରେ ସେ ୨୦୨୭ ଦିନିକିଆ ବିଶ୍ୱକପରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ରୋହିତ ଶର୍ମା ଆଇସିସି ୨୦୨୪ ଟି୨୦ ବିଶ୍ୱକପ ଜିତିବା ପରେ ଏହି ଫର୍ମାଟରୁ ଅବସର ନେଇଥିଲେ। ଇଂଲଣ୍ଡ ଗସ୍ତ ପୂର୍ବରୁ ସେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ଏବେ, ସେ କେବଳ ଦିନିକିଆରେ ସକ୍ରିୟ ଅଛନ୍ତି ଏବଂ ୨୦୨୭ ବିଶ୍ୱକପ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ରିପୋର୍ଟ ଅନୁଯାୟୀ ଟୁର୍ନାମେଣ୍ଟରେ ତାଙ୍କର ଅଂଶଗ୍ରହଣ ସନ୍ଦେହଜନକ ହୋଇପଡ଼ିଛି। ଭାରତରେ ଚମତ୍କାର ପ୍ରଦର୍ଶନ ସହିତ ୨୦୨୩ ଦିନିକିଆ ବିଶ୍ୱକପର ଫାଇନାଲରେ ପହଞ୍ଚିଥିବା ଭାରତୀୟ ଦଳ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ଅଧିନାୟକ ଭାବରେ ରୋହିତ ଶର୍ମାଙ୍କ ସ୍ବପ୍ନ ଥିଲା Iଏବେ, ତାହା ପୂରଣ ହେବ ନାହିଁ।

କିଛି ମାସ ପୂର୍ବେ, କ୍ରିକେଟ ଏକ ପଡକାଷ୍ଟ ସମୟରେ, ରୋହିତ ପ୍ରଶଂସକମାନଙ୍କ ସହ ତାଙ୍କର ହୃଦୟସ୍ପର୍ଶୀ ଭାବନା ବାଣ୍ଟିଥିଲେ। ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ୨୦୨୩ର “ଅସମାପ୍ତ କାର୍ଯ୍ୟ” ସମାପ୍ତ କରିବା ପାଇଁ ୨୦୨୭ ବିଶ୍ୱକପରେ ଖେଳିବାକୁ ଏବଂ ଭାରତର ଅଧିନାୟକ ହେବାକୁ ଚାହାଁନ୍ତି କି, ସେ ଉତ୍ତର ଦେବା ସମୟରେ ଭାବପ୍ରବଣ ହୋଇଯାଇଥିଲେ। ରୋହିତ ଶର୍ମା କହିଥିଲେ, “ହଁ, ଏହା ନିଶ୍ଚିତ ଭାବରେ ମୋ ମନରେ ଅଛି… ଯଦି ୨୦୨୩ ରେ ଯାହା ପୂରଣ ହୋଇପାରିଲା ନାହିଁ, ତେବେ ମୁଁ ତାହା ପୂରଣ କରିପାରିବା ଭଲ ହେବ।”

Dharitri – Odisha’s No.1 Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri