ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା: ଜଣାଇଲେ…

ନୂଆପଡ଼ା,୨୨।୯(ମକାରୁ ବେମାଲ): ନୂଆପଡା ଜିଲ୍ଲା ଦିନିକିଆ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ବିଜ୍ଞାପିତ ଅଞ୍ଚଳ ପରିଷଦ, ଖରିଆର ରୋଡ଼ର ଅଧ୍ୟକ୍ଷା ଡ. ସୋନିଆ ଜୈନ ତାଙ୍କ ବାସଗୃହ ରେ ସ୍ବାଗତ କରି ପରିଷଦର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଧ୍ୟକ୍ଷା ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ନଗର ବିକାଶ ପାଇଁ ୬୫ କୋଟି ଟଙ୍କା ଅନୁଦାନ ଏବଂ ୨୨ଟି ପ୍ରମୁଖ ପ୍ରକଳ୍ପ ପ୍ରସ୍ତାବ ରଖିଥିଲେ। ସେଥିରେ ବିଶେଷ ଭାବେ ଜୋଙ୍କ ନଦୀରେ ଚେକ୍‌ ଡ୍ୟାମ୍‌ ନିର୍ମାଣ, ଏନ୍‌ଏସିକୁ ମ୍ୟୁନିସିପାଲିଟିର ମାନ୍ୟତା, ବାଇପାସ ରୋଡ, +୨ କଲେଜ ସ୍ଥାପନ, ଚୌପାଟି ନିର୍ମାଣ, ସହରର ଦୁଇ ପାର୍ଶ୍ୱରେ ଭବ୍ୟ ସ୍ବାଗତ ଦ୍ବାର, ବାସହରାମାନଙ୍କ ପାଇଁ ଶେଲ୍ଟର୍‌ ହୋମ, ଗୋଶାଳା ନିର୍ମାଣ, ନୂଆ ସର୍ବ ସୁବିଧାଯୁକ୍ତ ଖେଳପଡ଼ିଆ, ୫୦୦ କ୍ଷମତା ବିଶିଷ୍ଟ ଅଡିଟୋରିୟମ୍‌ , ୨୦ ମି. ଉଚ୍ଚ ରାଷ୍ଟ୍ରୀୟ ପତାକା, ସ୍ମାର୍ଟ ପାର୍କ, ସ୍ବାଗତ ଦ୍ବାର, ମୋଡେଲ ବଜାର୍‌ ଓ ମିନି କୋଲ୍ଡ ଷ୍ଟୋରେଜ, ଏନ୍‌ଏସି କର୍ମଚାରୀଙ୍କ ପାଇଁ ବାସଗୃହ,ଜୋଙ୍କ ଶାନ୍ତି ଉଦ୍ୟାନର ପୁନରୁଦ୍ଧାର,କୁରୁମୁଣ୍ଡା ଷ୍ଟାଡିୟମ ଉନ୍ନତି,ନୂଆ ପବ୍ଲିକ ଲାଇବ୍ରେରି, ସହର ସୌନ୍ଦର୍ଯ୍ୟକରଣ, ପୁରୁଣା ଏନ୍‌ଏସି କାର୍ଯ୍ୟାଳୟରେ ନୂଆ ମାର୍କେଟ କମ୍ପ୍ଲେକ୍ସ, ସମସ୍ତ ୧୯ଟି ୱାର୍ଡରେ ରାସ୍ତା ଓ ନାଳୀ ନିର୍ମାଣ, ୩ ଟି ପୋଖରୀର ସ୍ମାର୍ଟ ବିକାଶ, ମିନି ଷ୍ଟାଡିୟମ ଉନ୍ନତି, ଏନଏସି ପରିସରରେ ଗେଷ୍ଟ ହାଉସ୍‌, ହାଇଡ୍ରୋଲିକ୍‌ ଖନନ ମେଶିନ, ବିଭିନ୍ନ ୱାର୍ଡରେ ନୂଆ ସ୍କୁଲ ଭବନ, ଯୁବକମାନଙ୍କ ପାଇଁ ସ୍କିଲ ଡେଭେଲପମେଣ୍ଟ ସେଣ୍ଟର୍‌, ନୂତନ ଆମ୍ବୁଲାନ୍ସ, ହାଇଡ୍ରୋଲିକ ଚାପଯୁକ୍ତ ଅଳିଆଗାଡ଼ି, ଯନ୍ତ୍ରଚାଳିତ ସଫେଇ ମେଶିନ ଯୋଗାଣ ପାଇଁ ଦାବି କରିଛନ୍ତି। ବର୍ତ୍ତମାନ ସହରରେ ଚାଲୁଥିବା ପ୍ରମୁଖ କାମ ଅଟଳ ବସ୍‌ଷ୍ଟାଣ୍ଡ ୨୭ କୋଟି, ଟର୍ଫ କ୍ରିକେଟ ଗ୍ରାଉଣ୍ଡ ୧.୧୭ କୋଟି, ସ୍ବିମିଙ୍ଗପୁଲ୍‌ ୫୪ ଲକ୍ଷ (ଟେଣ୍ଡର୍‌ ପ୍ରକ୍ରିୟାରେ), ନୂଆ ପରିଷଦ ଭବନ ୩ କୋଟି (ଶୀଘ୍ର ଟେଣ୍ଡର୍‌ ହେବ)ଇତ୍ୟାଦି ପ୍ରକଳ୍ପ ରହିଛି। ଆଗାମୀ ଦିନରେ ଖରିଆର ରୋଡ ସମଗ୍ର ଓଡ଼ିଶାରେ ଏକ ଅଗ୍ରଣୀ ସହର ଭାବେ ପରିଚିତ ହେବ ବୋଲି ଡ. ଜୈନ ମତ ଦେଇ ମୁଖ୍ୟମନ୍ତ୍ରୀ ତଥା ନଗରବାସୀଙ୍କ ଆଶୀର୍ବାଦ ଓ ସହଯୋଗ କାମନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ, ୧ା୧୨: ୟୁନେସ୍କୋର ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି ସ୍ଥାନ ପାଇଛି। ୟୁନେସ୍କୋ ରିପ୍ରେଜେଣ୍ଟିଭ ଲିଷ୍ଟ୍‌ ଅଫ୍‌ ଦ ଇନ୍‌ଟାଞ୍ଜିବଲ କଲ୍‌ଚ୍ୟୁରାଲ ହେରିଟେଜ୍‌ ଅଫ୍‌...

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri