ଯୌତୁକ ପାଇଁ ଶାରୀ ସ୍ତ୍ରୀକୁ ଶାରୀରିକ ନିର୍ଯାତନା, ଜୀବନରୁ ମାରିଦେବାକୁ ପ୍ରଚେଷ୍ଟା: ଆସିଲା ବଡ଼ ରାୟ

ମୋରଡ଼ା,୧୭ା୯(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ମଙ୍ଗଳବାର ଏକ ଯୌତୁକ ନିର୍ଯାତନା ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ଶ୍ରୁତି ପଟ୍ଟନାୟକ ଏହାର ବିଚାର କରି ଦୋଷୀ ସ୍ବାମୀଙ୍କୁ ୧ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ୧୦ହଜାର ଟଙ୍କାର ଜରିମାନା ଓ ଅନାଦାୟେ ଅଧିକ ୪ମାସ ଜେଲଦଣ୍ଡ  ଏବଂ ପୀଡ଼ିତାଙ୍କୁ ୪୦ହଜାର ଟଙ୍କା ଦେବାକୁ ଆଦେଶ ଦେଇଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ମୋରଡ଼ା ଥାନା ଅଧୀନ ଝିଙ୍କିରିଆ ଗ୍ରାମର ଦୀପକ କୁମାର ବେହେରା ୧୯୯୮ରେ ଶକୁନ୍ତଳା ବେହେରାଙ୍କୁ ବିବାହ କରିଥିଲେ। ବାହାଘର ସମୟରେ କନ୍ୟା ଘର ପକ୍ଷରୁ ନଗଦ ୧୦ହଜାର ଟଙ୍କା,ସୁନା, ରୁପା ଗହଣା ଏବଂ ଅନ୍ୟ ଘରକରଣା ସାମଗ୍ରୀ  ଯୌତୁକ ଆକାରରେ ଦିଆଯାଇଥିଲା। ତେବେ ବାହାଘରର କିଛି ଦିନ ପରେ ବାପଘରୁ ଅଧିକ ଟଙ୍କା ଆଣିବା ପାଇଁ ଦୀପକ ଶକୁନ୍ତଳାଙ୍କୁ ଶାରୀରିକ ନିର୍ଯାତନା ଦେବା ସହିତ ଅନେକ ଥର ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ। ଦୀପକ ଶକୁନ୍ତଳାଙ୍କୁ ତାଙ୍କ ବାପ ଘରେ ଛାଡ଼ିବା ସହିତ ଟଙ୍କା ମାଗୁଥିଲେ। ଶକୁନ୍ତଳାଙ୍କ ବାପା ମଧ୍ୟ ଅନେକ ଥର ଦୀପକଙ୍କୁ ଟଙ୍କା ଦେଇଛନ୍ତି। ତେବେ ୨୦୦୫ ଅଗଷ୍ଟ ୧୦ରେ ବାପା, ଭାଇ ଆସି ଶକୁନ୍ତଳାଙ୍କୁ ତାଙ୍କ ଘରକୁ ନେଇଯାଇଥିଲେ। ଏହାର ୨୦ ଦିନ ପରେ ସ୍ଥାନୀୟ ସରପଞ୍ଚ, ବରିଷ୍ଠ ଲୋକଙ୍କ ଉପସ୍ଥିତିରେ ଉକ୍ତ ଘଟଣାର ସ୍ଥାୟୀ ସମାଧାନ ନିମନ୍ତେ ବୁଝାମଣା ହୋଇଥିଲା l ତେବେ ଏହାର କିଛି ଦିନ ପରେ ଦୀପକ ପୁଣି ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏଥିରେ ଅତିଷ୍ଠ ହୋଇ ଶକୁନ୍ତଳା ଥାନାର ଦ୍ୱାରସ୍ଥ ହୋଇଥିଲେ। ଏପିପି ସମ୍ବିତ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri