ଟାଙ୍କିରେ ମିଳୁନି ପେଟ୍ରୋଲ-ଡିଜେଲ, ଚଢ଼ା ଦରରେ ଉପଭୋକ୍ତା କିଣି …

ଦାରିଙ୍ଗବାଡ଼ି,୬ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଏବେ ପେଟ୍ରୋଲ ଓ ଡିଜେଲର ଘୋର ସଙ୍କଟ ଦେଖାଯାଇଛି। ଉକ୍ତ ବ୍ଲକର ୨୫ଟି ପଞ୍ଚାୟତ ପାଇଁ ମାତ୍ର ୨ଟି ଟାଙ୍କି ରହିଥିବାବେଳେ ଗୁରୁବାର ୨ଟି ଯାକ ପେଟ୍ରୋଲ ଟାଙ୍କିରେ ତାଲା ଝୁଲୁଛି। ଫଳରେ ଉପଭୋକ୍ତାମାନେ ବହୁତ ହଇରାଣ ଭୋଗୁଛନ୍ତି। ଜରୁରୀକାଳିନ ପରିସ୍ଥିତିରେ ବାଇକ୍‌ ଓ ଅନ୍ୟ ଗାଡ଼ିମାଲିକମାନେ ବଜାରରୁ ଖୋଲା ପେଟ୍ରୋଲ ଓ ଡିଜେଲ ଚଢ଼ାଦରରେ କିଣି ହଇରାଣ ଓ ଆର୍ଥିକ ଅନଟନର ଶିକାର ହେଉଛନ୍ତି। କଳାବଜାରୀଙ୍କ ଦୋରାତ୍ମ୍ୟ ବୃଦ୍ଧି ପାଇଛି। ଉକ୍ତ ବ୍ଲକର ଭୌଗୋଳିକ ସ୍ଥିତି ଦେଖିଲେ ଚାରିଆଡ଼େ ପାହାଡ଼, ଘାଟି ଜଙ୍ଗଲିଆ ରାସ୍ତା ହୋଇଥିବା ବେଳେ ସବୁ ଗାଁକୁ ବସ୍‌ ଚଳାଚଳ କରୁନାହିଁ। ଫଳରେ ଲୋକମାନେ ଅଟୋ, ବାଇକ ଉପରେ ନିର୍ଭର କରୁଥିବା ବେଳେ ଏବେ ଇଞ୍ଜିନ ଚାଲିବାକୁ ଇନ୍ଧନ ନାହିଁ। ଫଳରେ ବହୁତ ସମସ୍ୟା ଦେଖାଯାଇଛି।

ସେହିପରି ଚାଷୀମାନେ ମଧ୍ୟ ନିଜ ଓ୍ବାଟର ପମ୍ପ୍‌ ଚଲାଇବା ପାଇଁ ଡିଜେଲ ଓ ପେଟ୍ରୋଲ ନ ଥିବାରୁ ଚାଷକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଏହାକୁ ନେଇ ଅସନ୍ତୋଷ ଦେଖାଯାଇଛି। ଗୋଟିଏ ପେଟ୍ରୋଲ ଟାଙ୍କିର ମାଲିକ ସ୍ବାଧୀନ କୁମାର ସାହୁ ପ୍ରତିକ୍ରିୟାରେ କହିଛନ୍ତି, ତାଙ୍କର ପେଟ୍ରୋଲ ଟ୍ୟାଙ୍କର ଲୋଡ୍‌ ସରିଛି ଓ ଦାରିଙ୍ଗବାଡ଼ି ଅଭିମୁଖେ ଯାତ୍ରା କରୁଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋଡ଼ ବନ୍ଧା ହୋଇ ଘରେ ପଡୁଛି ପୁଅ, ଅର୍ଥ ଅଭାବରୁ ଚିକିିତ୍ସା ପାଇଁ ମା-ବାପା…

କୁଜଙ୍ଗ,୬ା୫(ମନୋଜ ପ୍ରଧାନ): ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତ ବାରାକଣା ଗ୍ରାମର ସୁରେଶ ଚନ୍ଦ୍ର ପାଣି (୪୫) ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିଲେ। ପରିବାର…

ଆକ୍ସନ ମୋଡରେ ଶାହା; ୯ରେ ବଙ୍ଗଳାରେ ଶପଥ ଗ୍ରହଣ ସମାରୋହ, ୮ରେ ନିଷ୍ପତ୍ତି ହେବ ମୁଖ୍ୟମନ୍ତ୍ରୀଙ୍କ ନାମ!

କୋଲକାତା,୬ା୫: ପଶ୍ଚିମବଙ୍ଗରେ ଭାଜପାର ଐତିହାସିକ ବିଜୟ ପରେ, ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଏବେ ଜୋରଦାର ହୋଇଛି । ରାଜ୍ୟର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ଏବଂ…

‘ପାଠ ପଢ଼ି ମାର୍କ ଆଣିବା ଚିନ୍ତାରୁ ବାହାରି ଗବେଷଣା କରିବା ଜରୁରୀ’

ଭଞ୍ଜନଗର,୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଇଲୋକ୍ଟ୍ରୋନିକ୍ସ ବିଭାଗ ପକ୍ଷରୁ ବୁଧବାର ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିସହ ଯୁକ୍ତ…

ଶେଷ ହେବ ଯୁଦ୍ଧ! ଇରାନ-ଆମେରିକା ମଧ୍ୟରେ ଚୁକ୍ତିନାମା, ଏହି 3 ଟି ପ୍ରସଙ୍ଗରେ ସହମତି…

ଓ୍ବାଶିଂଟନ,୬ା୫: ଇରାନ ଏବଂ ଆମେରିକା ମଧ୍ୟରେ ଶତ୍ରୁତା ବନ୍ଦ କରିବା ନେଇ ଏକ ସହମତି ହୋଇଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦୁଇ ରାଷ୍ଟ୍ର ମଧ୍ୟରେ…

ସ୍ବାସ୍ଥ୍ୟ ପାଇଁ ବିପଦ ସାଜିଛି ସାର-ଔଷଧ, ଜୈବିକ ସାର ପ୍ରୟୋଗ କରି…

ଭଞ୍ଜନଗର,୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କଲ୍ୟାଣ ମଣ୍ଡପରେ ବୁଧବାର ଅନନ୍ୟା ଜୈବିକ ପନିପରିବା ଓ ବିହନ ମେଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ଓଡ଼ିଶା ଚାଖିବ ଭିଏତନାମ ଡୁରିଆନ, ଦୁଇ ଦେଶ ମଧ୍ୟରେ ୧୦ ଚୁକ୍ତିନାମା

ନୂଆଦିଲ୍ଲ,୬ା୫: ଭାରତ ଏବଂ ଭିଏତନାମ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବାକୁ ଯାଉଛି । ରାଷ୍ଟ୍ରପତି ଟୋ ଲାମଙ୍କ ଭାରତ ଗସ୍ତ ପରେ – ତାଙ୍କ ନିର୍ବାଚନର…

ତାମିଲନାଡ଼ୁରେ ସରକାର ଗଢ଼ିବେ ଥଲାପତି ବିଜୟ, ରାଜ୍ୟପାଳଙ୍କୁ ଭେଟିଲେ TVK ମୁଖ୍ୟ

ଚେନ୍ନାଇ,୬।୫:  ବୁଧବାର ଦିନ ତାମିଲନାଡୁ ରାଜନୀତିରେ ଏକ ବଡ଼ ମୋଡ଼ ଦେଖିବାକୁ ମିଳିଛି । ସୁପରଷ୍ଟାର ଥଲାପତି ବିଜୟଙ୍କ ଦଳ ଟିଭିକେକୁ ସରକାର ଗଠନ ପାଇଁ ଭାରତୀୟ…

ମହୁ ସଂଗ୍ରହ କରିବାକୁ ଯାଇ ପଥରଖୋଲରେ ଫସିଗଲେ ନାବାଳକ, ପଥରସନ୍ଧିରେ ମୁଣ୍ଡ ପଶି…

ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ଫସିଯାଇଛନ୍ତି ଜଣେ ନାବାଳକ। ବାଉଁଶଗାଡ଼ିଆ ସ୍ଥିତ ଜଙ୍ଗଲରେ ମହୁ ସଂଗ୍ରହବେଳେ ଫସିଯାଇଛନ୍ତି। ପଥରସନ୍ଧିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri