Posted inଜାତୀୟ

ତାମିଲନାଡୁରେ ଭାଙ୍ଗିଲା କଂଗ୍ରେସ-ଡିଏମକେ ମେଣ୍ଟ, ନୂତନ ସରକାର ଗଠନ ପାଇଁ ବିଜୟଙ୍କ ସହ ହାତ ମିଳାଇଲେ ରାହୁଲ

ଚେନ୍ନାଇ,୬।୫: ତାମିଲନାଡୁରେ ନୂତନ ସରକାର ଗଠନ ପାଇଁ ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇ କଂଗ୍ରେସ ବୁଧବାର ରାଜ୍ୟରେ ଡିଏମକେ ସହିତ ଦୀର୍ଘକାଳୀନ ମେଣ୍ଟ ଭାଙ୍ଗି ଦେଇଛି। କଂଗ୍ରେସ କହିଛି ଟିଭିକେ ସହିତ ଏହାର ମେଣ୍ଟ “କେବଳ ଏହି ସରକାର ଗଠନ ପାଇଁ ନୁହେଁ, ବରଂ ସ୍ଥାନୀୟ ସଂସ୍ଥା ସଂଗଠନ, ଲୋକସଭା ଏବଂ ରାଜ୍ୟସଭା ପାଇଁ ଭବିଷ୍ୟତରେ ନିର୍ବାଚନ ପାଇଁ ମଧ୍ୟ।”

ତାମିଲନାଡୁରେ କଂଗ୍ରେସ ଏବଂ ଡିଏମକେ ମଧ୍ୟରେ ମେଣ୍ଟ ଶେଷ ହୋଇଛି। ଏହି ଖବର ଆମଠାରୁ ନୁହେଁ, ବରଂ କଂଗ୍ରେସ ଦଳର ଏକ ଏକ୍ସ-ପୋଷ୍ଟରୁ ପ୍ରକାଶ ପାଇଛି। ଏହି ରାଜନୈତିକ ପରିବର୍ତ୍ତନ ମଧ୍ୟରେ, ଟିଭିକେ ମୁଖ୍ୟ ବିଜୟଙ୍କ ପାଇଁ ସରକାର ଗଠନ କରିବାର ପଥ ବହୁତ ସହଜ ହୋଇଯାଇଛି। ଟିଭିକେ ଅଧ୍ୟକ୍ଷ ବିଜୟ ଆନୁଷ୍ଠାନିକ ଭାବରେ କଂଗ୍ରେସର ସମର୍ଥନ ମାଗିଥିଲେ, ଯାହା ପରେ ତାମିଲନାଡୁ କଂଗ୍ରେସ କମିଟି ଏବଂ କଂଗ୍ରେସ ବିଧାୟକ ଦଳ (ସିଏଲପି) ରାଜ୍ୟରେ ସରକାର ଗଠନ ପାଇଁ ଟିଭିକେକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଥିଲେ। କଂଗ୍ରେସ ତାର ବିବୃତ୍ତିରେ କହିଛି ଯେ ତାମିଲନାଡୁର ଲୋକମାନେ, ବିଶେଷକରି ଯୁବପିଢ଼ି, ଏକ ଧର୍ମନିରପେକ୍ଷ, ପ୍ରଗତିଶୀଳ ଏବଂ କଲ୍ୟାଣକାରୀ ସରକାରଙ୍କ ସପକ୍ଷରେ ସ୍ପଷ୍ଟ ଜନାଦେଶ ଦେଇଛନ୍ତି।

କଂଗ୍ରେସ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଏହାର ସମର୍ଥନ ସମ୍ପୂର୍ଣ୍ଣ ନିଃସର୍ତ୍ତ ରହିବ ନାହିଁ। ଦଳ କହିଛି ଯେ ଟିଭିକେ ଭାରତୀୟ ସମ୍ବିଧାନର ମୂଲ୍ୟବୋଧରେ ବିଶ୍ୱାସ କରୁନଥିବା କୌଣସି ସାମ୍ପ୍ରଦାୟିକ ଶକ୍ତିକୁ ମେଣ୍ଟରେ ସାମିଲ କରିବ ନାହିଁ। ଏହି ସର୍ତ୍ତ କଂଗ୍ରେସର ବିଚାରଧାରା ଏବଂ ଏହାର ଧର୍ମନିରପେକ୍ଷ ପ୍ରତିଛବିକୁ ଦୃଷ୍ଟିରେ ରଖି ରଖାଯାଇଛି। ଏହି ନୂତନ ରାଜନୈତିକ ସମୀକରଣ ଅନୁଯାୟୀ, କଂଗ୍ରେସ ଏବଂ ଟିଭିକେ ତାମିଲନାଡୁରେ ଏକ ସ୍ଥିର ଏବଂ ଲୋକାଭିମୁଖୀ ସରକାର ପ୍ରଦାନ କରିବା ପାଇଁ ଏକାଠି କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ମେଣ୍ଟର ଉଦ୍ଦେଶ୍ୟ କେବଳ ସରକାର ଗଠନ କରିବା ନୁହେଁ ବରଂ ଭବିଷ୍ୟତରେ ସ୍ଥାନୀୟ ସଂସ୍ଥା ନିମର୍ବାଚନ, ଲୋକସଭା ଏବଂ ରାଜ୍ୟ ସଭା ନିର୍ବାଚନ ଏକାଠି ଲଢ଼ିବା ମଧ୍ୟ।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri