ପେଟ୍ରୋଲ, ଡିଜେଲ ଅଭାବ: ଲୋକଙ୍କ ଲମ୍ବା ଧାଡ଼ି

ନବରଙ୍ଗପୁର,୬।୫(ସଦାଶିବ ପ୍ରହରାଜ): ପେଟ୍ରୋଲ ଓ ଡିଜେଲ ଆଧୁନିକ ଜୀବନର ମୂଳ ଶକ୍ତିସ୍ରୋତ। ଏହାର ଅଭାବ କେବଳ ଯାତାୟାତକୁ ନୁହେଁ, ଚାଷୀ, ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଦୈନିକ ଜୀବନକୁ ଗଭୀର ପ୍ରଭାବିତ କରେ। ବର୍ତ୍ତମାନ ସମୟରେ ଏହି ଇନ୍ଧନର ଅଭାବ ଏକ ଗୁରୁତର ସମସ୍ୟା ଭାବେ ଦେଖାଦେଇଛି। ନବରଙ୍ଗପୁର ସହର ଓ ପାଖରେ ରହିଛି ୭ଟି ପେଟ୍ରୋଲ ପମ୍ପ । ବୁଧବାର ଗୋଟିଏ ପେଟ୍ରୋଲ ପମ୍ପରେ ହିଁ ତେଲ ରହିଛି । ଏ ନେଇ ଲମ୍ବା ଲାଇନରେ ଗାଡ଼ି ମଟର ଲାଗିଛି । ପୋଲିସ ଓ ଯୋଗାଣ ବିଭାଗ ଅଧିକାରୀ ପେଟ୍ରୋଲ ପମ୍ପରେ ଠିଆ ହୋଇ ଭିଡ ନିୟନ୍ତ୍ରଣ କରୁଛନ୍ତି । ଏହି ଭଳି ଦୃଶ୍ୟ ନବରଙ୍ଗପୁର ଗଙ୍ଗା ପେଟ୍ରୋଲ ପମ୍ପରେ ଦେଖା ଦେଇଛି । ଏବେ କେଉଁଠି ଡିଜେଲ ନାହିଁ ତ ଆଉ କେଉଁଠି ପେଟ୍ରୋଲ ନାହିଁ । ଉକ୍ତ ୭ଟି ପେଟ୍ରୋଲ ପମ୍ପରେ ୩୩ ହଜାର ୩୭୧ ଲିଟର ଡିଜେଲ ରହିଛି । ୨୯ ହଜାର ୩୩୯ ଲିଟର ରହିଛି। ଅନ୍ୟପକ୍ଷରେ ପେଟ୍ରୋଲ ଟାଙ୍କି ମାନଙ୍କରେ ଅନ୍ୟୁନ ୨ ହଜାର ଲିଟର ପେଟ୍ରୋଲ ଓ ଡିଜେଲ ରହିବ । କିନ୍ତୁ ପମ୍ପ ଉଠାଇବା ନାହିଁ । ଏହିଭଳି ୬ଟି ପେଟ୍ରୋଲ ପମ୍ପ ରହିଥିବା ବେଳେ ଗୋଟିଏ ପେଟ୍ରୋଲ ପମ୍ପରେ ୧୦ ହଜାର ଲିଟର ପେଟ୍ରୋଲ ଓ ୮ ହଜାର ଲିଟର ଡିଜେଲ ରହିଥିଲେ ମଧ୍ୟ ମେଶିିନ ଓ ମଟର ଖରାପ ଦର୍ଶାଇ ତେଲ ଦେଉ ନ ଥିବା ଅଭିଯୋଗ ରହିଛି । ତେବେ ବୁଧବାର ସୁଦ୍ଧା ନବରଙ୍ଗପୁରର ୫ ଟି ପେଟ୍ରୋଲ ପମ୍ପକୁ ୪୧ ହଜାର ୭ଶହ ଲିଟର ପେଟ୍ରୋଲ ଓ ୨୩ ହଜାର ୮ଶହ ଲିଟର ଡିଜେଲ ଆସିବା ବୋଲି ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଗାୟତ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ଚାଷୀମାନଙ୍କ ଅବସ୍ଥାକୁ ନଜରକୁ ଆଣିଲେ, ଡିଜେଲ ତାଙ୍କ ପାଇଁ ଅତ୍ୟାବଶ୍ୟକ। ଟ୍ରାକ୍ଟର, ପମ୍ପସେଟ ଓ ଅନ୍ୟାନ୍ୟ କୃଷି ଯନ୍ତ୍ର ପୂରାପୂରି ଡିଜେଲ ଉପରେ ନିର୍ଭର କରେ। ଡିଜେଲ ଅଭାବ ଯୋଗୁ ଚାଷ କାମ ବାଧାପ୍ରାପ୍ତ ହେଉଛି । ବ୍ୟବସାୟୀଙ୍କ ଉପରେ ମଧ୍ୟ ଏହାର ଗୁରୁତର ପ୍ରଭାବ ପଡୁଛି । ପଣ୍ୟ ଓ ସାମଗ୍ରୀ ପରିବହନ ପାଇଁ ଟ୍ରକ ଓ ଅନ୍ୟାନ୍ୟ ଯାନବାହନ ଡିଜେଲ ଉପରେ ନିର୍ଭରଶୀଳ। ଇନ୍ଧନ ଅଭାବରେ ସାମଗ୍ରୀ ଯାତାୟାତ ବିଳମ୍ବ ହେଉଛି । ପେଟ୍ରୋଲ ଓ ଡିଜେଲ ଅଭାବବଜାର ଅର୍ଥନୀତିକୁ ମନ୍ଦା କରିଦିଏ। ସାଧାରଣ ଲୋକମାନେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଯାତାୟାତ ବ୍ୟବସ୍ଥା ଅସ୍ଥିର ହେବାରେ ଲାଗିଛି । ଏନେଇ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ପଟ୍ଟନାୟକ କହିଛନ୍ତିଯେ, ମଟର ସାଇକେଲକୁ ୧ ଶହ ଟଙ୍କାର ପେଟ୍ରୋଲ ଓ ୪ ଚକିଆ ଯାନକୁ ୫ ଲିଟର ପର୍ଯ୍ୟନ୍ତ ଡିଜେଲ, ପେଟ୍ରୋଲ ଦେବାକୁ କୁହାଯାଇଛି । ବୁଧବାର ସୁଦ୍ଧା ଡିଜେଲ ଓ ପେଟ୍ରୋଲ ପହଞ୍ଚିଯିବ ବୋଲି କହିଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ଝାଡ଼ଖଣ୍ଡ ବିଧାନସଭା ଘେରାଓ ପୂର୍ବରୁ ରାଞ୍ଚିରେ କଡ଼ା ହେଲା ସୁରକ୍ଷା ବ୍ୟବସ୍ଥା

ରାଞ୍ଚି,୧୦।୮: ଛାତ୍ରଙ୍କ ପ୍ରତିବାଦ ଏବଂ ବିଧାନସଭା ଘେରାଉ ଡାକରା ପରେ, ବିଧାନସଭାକୁ ଯାଉଥିବା ରାସ୍ତାରେ ସୁରକ୍ଷା ବଳୟ ସ୍ଥାପନ କରାଯାଇଛି, ଯାହା ଫଳରେ ବିକ୍ଷୋଭକାରୀମାନେ ସେହି ସ୍ଥାନରେ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କାର୍‌-ମୋଟରସାଇକେଲ ମୁହାଁମୁହିଁ, ୨ ଭାଇ ଗୁରୁତର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଜ କାର୍‌ରେ ନେଇ…

ପଟାଙ୍ଗି,୧୦ା୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଗିର୍ଲିଗୁଡ଼ା ଛକ ନିକଟରେ ମାରୁତି କାର୍‌ ସହ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ କାର୍‌ରେ…

ଢେପାଗୁଡ଼ାରେ ପୁଣି ଭୂସ୍ଖଳନ, ୪ ପରିବାର ଅନ୍ୟତ୍ର ସ୍ଥାନାନ୍ତର

ରାଇକିଆ,୧୦ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଇନ୍ଦ୍ରଗଡ ପଞ୍ଚାୟତର ଢେପାଗୁଡ଼ା ଗ୍ରାମରେ ପୁଣି ଭୂସ୍ଖଳନ ହୋଇଛି। ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି। ଗାଁକୁ…

ପୁଣି ଖୋଲିଲା ହୀରାକୁଦର ୪ ଗେଟ

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରବିବାର ପୁଣି ଥରେ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିବା ଆରମ୍ଭ କରିଛି।…

ବରଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଗତ କିଛିଦିନ ତଳେ ବରଗଡ଼ ସହରସ୍ଥିତ କୋର୍ଟ ସମ୍ମୁଖ ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri