ଜିଏସଟି ସଂସ୍କାର ପରେ କ୍ଷୀର ମୂଲ୍ୟ କମିଲା; ଉପଭୋକ୍ତାଙ୍କୁ ମିଳିବ ଲାଭ

ନୂଆଦିଲ୍ଲୀ,୧୬।୯: ଜିଏସଟି ୨.୦ ସଂସ୍କାର ପରେ ମଦର ଡେରୀ ତା’ର ଦୁଗ୍ଧ ଓ ଖାଦ୍ୟ ଉତ୍ପାଦର ମୂଲ୍ୟ ହ୍ରାସ କରିଛି। ଏହି ନୂଆ ମୂଲ୍ୟ ୨୨ ସେପ୍ଟେମ୍ବରରୁ ଲାଗୁ ହେବ। ସରକାରଙ୍କ ଜିଏସଟି ହ୍ରାସ ଓ ଅତ୍ୟାବଶ୍ୟକ ଜିନିଷ ଉପରୁ ଟିକସ ଉଠାଇବା ନିଷ୍ପତ୍ତି ପରେ ମଦର ଡେରୀର ସମସ୍ତ ଉତ୍ପାଦ ଏବେ ଶୂନ୍ୟ କିମ୍ବା ୫% ଟିକସ ବର୍ଗରେ ଅଛି।

ପନୀର, ମାଖନ, ଚିଜ, ଘିଅ, ମିଲ୍କସେକ ଓ ଆଇସକ୍ରିମର ମୂଲ୍ୟ ହ୍ରାସ ପାଇଛି। ଉଦାହରଣ ସ୍ୱରୂପ, ୫୦୦ ଗ୍ରାମ ମାଖନର ମୂଲ୍ୟ ୩୦୫ ଟଙ୍କାରୁ ୨୮୫ ଟଙ୍କାକୁ ଓ ବଟରସ୍କଚ କୋନ ଆଇସକ୍ରିମ ୩୫ ଟଙ୍କାରୁ ୩୦ ଟଙ୍କାକୁ ହ୍ରାସ ପାଇଛି। ତେବେ, ନିୟମିତ ପାଉଚ କ୍ଷୀର ମୂଲ୍ୟ ଅପରିବର୍ତ୍ତିତ ରହିବ, କାରଣ ଏହା ପୂର୍ବରୁ ଜିଏସଟି ମୁକ୍ତ।

କେବଳ ୟୁଏଚଟି କ୍ଷୀର ମୂଲ୍ୟ ହ୍ରାସ ପାଇଛି; ଏକ ଲିଟର ଟୋନ୍‌ଡ ଟେଟ୍ରା ପ୍ୟାକ କିର ୭୭ ଟଙ୍କାରୁ ୭୫ ଟଙ୍କାକୁ ହ୍ରାସ ପାଇଛି। ମଦର ଡେୟାରୀର ମ୍ୟାନେଜିଂ ଡାଇରେକ୍ଟର ମନୀଷ ବାନ୍ଦଲିଶ କହିଛନ୍ତି, “ଆମେ ଟିକସ ଲାଭର ୧୦୦% ଗ୍ରାହକଙ୍କୁ ହସ୍ତାନ୍ତର କରୁଛୁ।” ଅନ୍ୟ ଏଫଏମସିଜି କମ୍ପାନୀମାନେ ମଦର ଡେୟାରୀର ପଦାଙ୍କ ଅନୁସରଣ କରିବେ କି ନାହିଁ, ତାହା ଦେଖିବାକୁ ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri