ନେତା-କର୍ମୀଙ୍କ ସହ କଂଗ୍ରେସ ପର୍ଯ୍ୟବେକ୍ଷକଙ୍କ ଆଲୋଚନା, ସଭାପତି ଚୟନ ନେଇ ଚାଲିଛି କସରତ

ଛତ୍ରପୁର,୫ା୯(ଦିଲ୍ଲୀପ ସାମଲ): କଂଗ୍ରେସ ପକ୍ଷରୁ ଗଞ୍ଜାମ ଜିଲା (ପୂର୍ବ) ସଭାପତି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ସଙ୍ଗଠନ ସୃଜନ ଅଭିଯାନ ମାଧ୍ୟମରେ ଦଳର ବରିଷ୍ଠ ନେତୃବୃନ୍ଦ ତୃଣମୂଳସ୍ତରରେ ଥିବା ନେତୃମଣ୍ଡଳୀ ଓ କର୍ମୀଙ୍କଠାରୁ ତଥ୍ୟ ସଂଗ୍ରହ କରି ସଭାପତି ଚୟନ ଦିଗରେ ପଦକ୍ଷେପ ନେବେ। ଶୁକ୍ରବାର ଛତ୍ରପୁରସ୍ଥିତ ଲିସା ଗ୍ୟାଲେକ୍ସିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏଆଇସିସିର ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ରାମଲାଲ ଝାଟ ଯୋଗଦେଇ ଯେଉଁମାନେ ବ୍ୟକ୍ତିଗତ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସମସ୍ତଙ୍କୁ ସାଙ୍ଗରେ ନେଇ ଦଳ ପାଇଁ କାମ କରୁଥିବା ବ୍ୟକ୍ତିଙ୍କ ଏକ ତାଲିକା ଏଆଇସିସିକୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଓଡ଼ିଶା ରାଜ୍ୟର ଗଞ୍ଜାମ ଜିଲା ହେଉଛି ସବୁଠୁ ବଡ଼ ଜିଲା। ଏଠି ବହୁଦିନ ଧରି କଂଗ୍ରେସ ଦୁର୍ବଳତା ରହିଛି । ଅନ୍ୟ ରାଜନୈତିକ ଦଳର ପ୍ରତିହାର ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଦେଶରେ କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା ବଢ଼ିବାରେ ଲାଗିଛି। ରାହୁଲଗାନ୍ଧୀଙ୍କ କ୍ରେଜ୍‌ ବଢୁଥିବା ବେଳେ ଯେଉଁପ୍ରକାର ପଦଯାତ୍ରା ମାଧ୍ୟମରେ ଦେଶର ବିଭିନ୍ନ କୋଣରେ ଜନସମ୍ପର୍କ ମାଧ୍ୟମରେ ଦେଶବାସୀଙ୍କୁ ଭାଜପା ସରକାରଙ୍କ ଜନବିରୋଧୀ ବିଷୟକୁ ନେଇ ସଚେତନତା କରୁଛନ୍ତି। ଏଣୁ ଆଗାମୀ ଦିନରେ କଂଗ୍ରେସକୁ ତୃଣମୂଳସ୍ତରରେ ସଂଗଠନକୁ କିପରି ସୁଦୃଢ଼ କରାଯାଇପାରିବ ସେଥିପ୍ରତି ସେ ବରିଷ୍ଠ, ଯୁବବର୍ଗର ହେଉ କିମ୍ବା ମହିଳା ହୁଅନ୍ତି ସେଭଳି ବ୍ୟକ୍ତିଙ୍କୁ ଏହି ତାଲିକାରେ ସ୍ଥାନ ମିଳିବା ଆବଶ୍ୟକ ରହିଛି। ଏହାପରେ ଏଆଇସିସି ସଭାପତି ନାମ ଘୋଷଣ କରିବେ। ଆଗାମୀ ୭ ଦିନ ଧରି ପୂର୍ବ ଗଞ୍ଜାମର ବିଭିନ୍ନ ବ୍ଲକ ସେ ଗସ୍ତ କରିବେ ବୋଲି ସୂଚନା ମିଳିଛି। ଛତ୍ରପୁର ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାଗିରଥୀ ବେହେରା ଛତ୍ରପୁର ନିର୍ବାଚନମଣ୍ଡଳୀର ଦଳର ସଂଗଠନ ସ୍ଥିତି ନେଇ ଆଲୋଚନା କରିଥିଲେ। ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ହିଞ୍ଜିଳି ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଶମ୍ବୁନାଥ ପାଣିଗ୍ରାହୀ, ଓଡ଼ିଶା ପ୍ରଦେଶ କଂଗ୍ରେସର ପର୍ଯ୍ୟବେକ୍ଷକ ତଥା ପୂର୍ବତନ ବିଧାୟକ ଜାକବ ପ୍ରଧାନ ଓ ବିଜାନ ନାୟକ, ବରିଷ୍ଠ ନେତା ଗଣପତି ବାରିକ, ପୂର୍ବତନ ସରପଞ୍ଚ ଡି.ରାମସ୍ବାମୀ ରେଡ୍ଡୀ ଓ ଟି.କ୍ରିଷ୍ଣାରେଡ୍ଡୀ, ପିସିସି ସଭ୍ୟ ଚକ୍ରପାଣି ପଲାଇ, ରାଜ୍ୟ କଂଗ୍ରେସ ଛାତ୍ର ସାଧାରଣ ସମ୍ପାଦକ ମହେଶ କୁମାର ଗୌଡ଼, ଛତ୍ରପୁର ନଗର ସଭାପତି କାଳିଆ ରାଉଳ, କାଳୁଚରଣ ତ୍ରିପାଠୀ, ମହିଳା ନେତ୍ରୀ କୁନି ନାୟକଙ୍କ ସମେତ ବହୁନେତା ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri