ଆସିଲା ଚାଞ୍ଚଲ୍ୟକର ରିପୋର୍ଟ: ଓଡ଼ିଶାର ୬୦% ମନ୍ତ୍ରୀଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୫ା୯(ପି.ଟି.):ଦେଶର ୪୭% ମନ୍ତ୍ରୀ ସେମାନଙ୍କ ନାମରେ ଆପରାଧିକ ମାମଲା ରହିଥିବା ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ନାମରେ ହତ୍ୟା, ଅପହରଣ, ମହିଳା ବିରୋଧୀ ଅପରାଧ ଭଳି ଗମ୍ଭୀର ମାମଲା ରହିଥିବା ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌)ର ବିଶ୍ଳେଷଣରୁ ଜଣାପଡ଼ିଛି। ଓଡ଼ିଶା ସମେତ ୧୧ଟି ରାଜ୍ୟ ବିଧାନସଭାର ୬୦%ରୁ ଊର୍ଦ୍ଧ୍ୱ ମନ୍ତ୍ରୀଙ୍କ ନାମରେ ଆପରାଧିକ ମାମଲା ରହିଛି। ଜାତୀୟ ସ୍ତରର ହାରକୁ ଦେଖିଲେ ଓଡ଼ିଶାରେ ଅଧିକ ମନ୍ତ୍ରୀଙ୍କ ନାମରେ ଆପରାଧିକ ମାମଲା ଥିବା ଜଣାପଡ଼ିଛି। ଅଧିକ ଆପରାଧିକ ମାମଲା ଥିବା ଅନ୍ୟ ରାଜ୍ୟଗୁଡ଼ିକ ହେଲେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ବିହାର, ମହାରାଷ୍ଟ୍ର, କର୍ନାଟକ, ପଞ୍ଜାବ, ତେଲଙ୍ଗାନା, ହିମାଚଳପ୍ରଦେଶ, ଦିଲ୍ଲୀ ଏବଂ ପଣ୍ଡିଚେରୀ। ଅନ୍ୟପକ୍ଷରେ ହରିୟାଣା, ଜମ୍ମୁ-କଶ୍ମୀର, ନାଗାଲାଣ୍ଡ ଏବଂ ଉତ୍ତରାଖଣ୍ଡର କୌଣସି ମନ୍ତ୍ରୀଙ୍କ ନାମରେ ଆପରାଧିକ ମାମଲା ନ ଥିବା ରିପୋର୍ଟରୁ ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଗମ୍ଭୀର ଆପରାଧିକ ମାମଲାରେ ଗିରଫ ହୋଇ ୩୦ ଦିନ ଜେଲରେ ରହିଲେ ସେମାନେ ନିଜ ପଦରୁ ଇସ୍ତଫା ଦେବେ ନଚେତ୍‌ ସେମାନଙ୍କୁ ବହିଷ୍କାର କରାଯିବ। କେନ୍ଦ୍ର ସରକାର ପାର୍ଲାମେଣ୍ଟର ଗତ ମୌସୁମୀ ଅଧିବେଶନରେ ଏନେଇ ୩ଟି ବିଲ୍‌ ଆଣିଥିବାବେଳେ ଏଡିଆର୍‌ ପକ୍ଷରୁ ଏଭଳି ରିପୋର୍ଟ ଗୁରୁତ୍ୱ ବହନ କରୁଛି। ୨୭ ରାଜ୍ୟ, ୩ କେନ୍ଦ୍ରଶାସିତ ଅଞ୍ଚଳର ୬୪୩ ମନ୍ତ୍ରୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀମାନଙ୍କ ସତ୍ୟପାଠକୁ ଏଡିଆର୍‌ ଅନୁଧ୍ୟାନ କରିବା ପରେ ୩୦୨ ଜଣ ବା ମୋଟ ମନ୍ତ୍ରୀ ସଂଖ୍ୟାର ୪୭ ପ୍ରତିଶତଙ୍କ ନାମରେ ଆପରାଧିକ ମାମଲା ଥିବା ଜଣାପଡ଼ିଥିଲା। ସେମାନଙ୍କ ମଧ୍ୟରୁ ୧୭୪ ଜଣଙ୍କ ନାମରେ ଗମ୍ଭୀର ଆପରାଧିକ ମାମଲା ରହିଛି।
ଭାଜପାର ମୋଟ ୩୩୬ ମନ୍ତ୍ରୀଙ୍କ ମଧ୍ୟରୁ ୧୩୬ ଜଣ ବା ୪୦%ଙ୍କ ନାମରେ ଆପରାଧିକ ମାମଲା ଏବଂ ୮୮ ଜଣ (୨୬%)ଙ୍କ ନାଁରେ ଗମ୍ଭୀର ମାମଲା ରହିଥିବା ସେମାନେ ଘୋଷଣା କରିଛନ୍ତି। ସେହିପରି ୪ ରାଜ୍ୟରେ କ୍ଷମତାରେ ଥିବା କଂଗ୍ରେସର ମୋଟ ୪୫ ମନ୍ତ୍ରୀ (୭୪%)ଙ୍କ ନାମରେ ଆପରାଧିକ ମାମଲା ଏବଂ ୧୮ ଜଣ (୩୦%)ଙ୍କ ନାଁରେ ଗମ୍ଭୀର ଆପରାଧିକ ମାମଲା ରହିଛି। ଡିଏମ୍‌କେର ୩୧ ମନ୍ତ୍ରୀଙ୍କ ମଧ୍ୟରୁ ୨୭ ଜଣ (୮୭%)ଙ୍କ ନାମରେ ଆପରାଧିକ ମାମଲା ଏବଂ ୧୪ ଜଣ (୪୫%)ଙ୍କ ନାଁରେ ଗମ୍ଭୀର ମାମଲା ରହିଛି। ଟିଏମ୍‌ସିର ୪୦ ମନ୍ତ୍ରୀଙ୍କ ମଧ୍ୟରୁ ୧୪ ଜଣ (୩୩%)ଙ୍କ ନାମରେ ଆପରାଧିକ ମାମଲା ଏବଂ ୮ ଜଣ (୨୦%)ଙ୍କ ନାମରେ ଗମ୍ଭୀର ମାମଲା ରହିଛି। ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି)ର ୨୩ ମନ୍ତ୍ରୀଙ୍କ ମଧ୍ୟରୁ ୨୨ ଜଣ (୯୬%)ଙ୍କ ନାମରେ ଆପରାଧିକ ମାମଲା ଏବଂ ୧୩ ଜଣ (୫୭%)ଙ୍କ ନାମରେ ଗମ୍ଭୀର ମାମଲା ରହିଛି। ଆପ୍‌ର ୧୬ ମନ୍ତ୍ରୀଙ୍କ ମଧ୍ୟରୁ ୧୧ (୬୯%)ଙ୍କ ନାଁରେ ଆପରାଧିକ ମାମଲା ଏବଂ ୫ ଜଣ (୩୧%)ଙ୍କ ନାମରେ ଗମ୍ଭୀର ମାମଲା ରହିଛି। ଜାତୀୟ ସ୍ତରରେ ୭୨ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରୁ ୨୯ ଜଣ (୪୦%)ଙ୍କ ନାମରେ ଆପରାଧିକ ମାମଲା ଥିବା ସେମାନେ ସତ୍ୟପାଠରେ ଦର୍ଶାଇଛନ୍ତି।
ରିପୋର୍ଟ ଅନୁଯାୟୀ, ୬୪୩ ମନ୍ତ୍ରୀଙ୍କ ମୋଟ ସମ୍ପତ୍ତିି ପରିମାଣ ୨୩,୯୨୯ କୋଟି ଟଙ୍କା ହୋଇଥିବାବେଳେ ହାରାହାରି ସମ୍ପତ୍ତି ୩୭.୨୧ କୋଟି ଟଙ୍କା। ୩୦ ବିଧାନସଭା ମଧ୍ୟରୁ ୧୧ଟିରେ ବିଲିୟନେୟାର (୧୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତ୍ତି ଥିବା) ମନ୍ତ୍ରୀ ରହିଛନ୍ତି। କର୍ନାଟକରେ ସର୍ବାଧିକ ୮ ବିଲିୟନେୟାର ମନ୍ତ୍ରୀ ଥିବାବେଳେ ଆନ୍ଧ୍ରପ୍ରଦେଶରେ ୬ ଏବଂ ମହାରାଷ୍ଟ୍ରରେ ୪ ଜଣ ବିଲିୟନେୟାର ମନ୍ତ୍ରୀ ରହିଛନ୍ତି। ଅରୁଣାଚଳପ୍ରଦେଶ, ଦିଲ୍ଲୀ, ହରିୟାଣା ଓ ତେଲଙ୍ଗାନାରେ ୨ ଜଣ ଲେଖାଏ, ଗୁଜରାଟ, ହିମାଚଳପ୍ରଦେଶ, ମଧ୍ୟପ୍ରଦେଶ ଓ ପଞ୍ଜାବରେ ଜଣେ ଲେଖାଏ ବିଲିୟନେୟାର ମନ୍ତ୍ରୀ ହୋଇଥିବାବେଳେ କେନ୍ଦ୍ରରେ ୬ ଜଣ (୮%) ବିଲିୟନେୟାର ମନ୍ତ୍ରୀ ଅଛନ୍ତି। ଦଳ ଅନୁଯାୟୀ ଦେଖିଲେ ଭାଜପାରୁ ସର୍ବାଧିକ ୧୪ ଜଣ (୪%), କଂଗ୍ରେସରୁ ୧୧ଜଣ (୧୮%) ଏବଂ ଟିଡିପିରୁ ୬ ଜଣ (୨୬%) ମନ୍ତ୍ରୀ ବିଲିୟନେୟାର। କେନ୍ଦ୍ରରେ ମନ୍ତ୍ରୀ ଥିବା ଟିଡିପିର ଡ. ଚନ୍ଦ୍ରଶେଖର ପେମାସାନି ସବୁଠୁ ଧନୀ। ତାଙ୍କ ସମ୍ପତ୍ତି ପରିମାଣ ୫,୭୦୫ କୋଟି ଟଙ୍କା ବୋଲି ସେ ସତ୍ୟପାଠରେ ଦର୍ଶାଇଛନ୍ତି। ତାଙ୍କ ପଛକୁ ୧,୪୧୩ କୋଟି ଟଙ୍କାର ସମ୍ପତ୍ତି ସହ କର୍ନାଟକ କଂଗ୍ରେସ ନେତା ତଥା ମନ୍ତ୍ରୀ ଡି.କେ. ଶିବକୁମାର ଦ୍ୱିତୀୟ ସ୍ଥାନରେ ଥିବାବେଳେ ୯୩୧ କୋଟି ଟଙ୍କାର ସମ୍ପତ୍ତି ସହ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ତ୍ରିପୁରା ଇଣ୍ଡିଜେନିଅସ୍‌ ପିପୁଲ୍ସ ଫ୍ରଣ୍ଟରୁ ମନ୍ତ୍ରୀ ଥିବା ଶୁକ୍ଳାଚରଣ ନୋଏଟିଆଙ୍କ ସମ୍ପତ୍ତି ମାତ୍ର ୨ ଲକ୍ଷ ଟଙ୍କା ହୋଇଥିବାବେଳେ ପଶ୍ଚିମବଙ୍ଗ ମନ୍ତ୍ରୀ ବୀରବାହ ହାଁସଦାଙ୍କ ସମ୍ପତ୍ତି ୩ ଲକ୍ଷ ଟଙ୍କାରୁ ସାମାନ୍ୟ ଅଧିକ। ମନ୍ତ୍ରୀମାନେ ୨୦୨୦ରୁ ୨୦୨୫ ମଧ୍ୟରେ ଦାଖଲ କରିଥିବା ସତ୍ୟପାଠରୁ ଆପରାଧିକ ମାମଲାର ସ୍ଥିତି ରିପୋର୍ଟରେ ପ୍ରକାଶ ପାଇଥିବାବେଳେ ବର୍ତ୍ତମାନ ସ୍ଥିତିରେ ପରିବର୍ତ୍ତନ ହୋଇଥାଇପାରେ ବୋଲି ଏଡିଆର୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ନେତାନ୍ୟାହୁଙ୍କ ବଡ଼ ବୟାନ, କହିଲେ ରାଜନୀତି ଛାଡ଼ିବି ନାହିଁ

ଜେରୁଜେଲମ,୮।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ସେ ଏହି ମାସ ଶେଷରେ ଗାଜା ଶାନ୍ତି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଉପରେ ଆମେରିକା ରାଷ୍ଟ୍ରପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri