ରିପୋର୍ଟରଙ୍କୁ ନୂଆ ଚାକରି ଖୋଜିବାକୁ କାହିଁକି କହିଲେ ଟ୍ରମ୍ପ? ଜାଣନ୍ତୁ ଏହା ପଛର ବଡ଼ କାରଣ

ଓ୍ବାଶିଂଟନ,୪।୯: ରୁଷିଆ ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଗିଗଲେ। ଏହା ପରେ ସେ ପ୍ରଶ୍ନ ପଚାରୁଥିବା ସାମ୍ବାଦିକଙ୍କୁ ନୂଆ ଚାକିରି ଖୋଜିବାକୁ କହିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ପୋଲାଣ୍ଡର ରାଷ୍ଟ୍ରପତି କାରୋଲ ନାୱରୋକିଙ୍କ ସହ ସାକ୍ଷାତ କରିବା ପରେ ସେଠାରେ ଉପସ୍ଥିତ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ। ଏହି ସମୟରେ, ପୋଲାଣ୍ଡ ଗଣମାଧ୍ୟମର ଜଣେ ସାମ୍ବାଦିକ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ରୁଷିଆ ବିଷୟରେ ଏକ ପ୍ରଶ୍ନ ପଚାରିଲେ। ଯାହା ପରେ ଟ୍ରମ୍ପ ରାଗିଗଲେ ଏବଂ ସେ ସାମ୍ବାଦିକଙ୍କ ସହ ଯୁକ୍ତିତର୍କ କଲେ।
ପୋଲାଣ୍ଡ ଗଣମାଧ୍ୟମର ସାମ୍ବାଦିକ ଆମେରିକା ରାଷ୍ଟ୍ରପତିଙ୍କୁ ପଚାରିଲେ ଯେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରଠାରୁ ସେ ଏପର୍ଯ୍ୟନ୍ତ ରୁଷିଆ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାଁନ୍ତି। ସେ ପଚାରିଲେ, ‘ଆପଣ ଅନେକ ଥର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି, କିନ୍ତୁ ଆପଣ ଆମେରିକା ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରଠାରୁ, ଆପଣ ପୁଟିନ ଏବଂ ରୁଷିଆ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାଁନ୍ତି?’ ଏହି ପ୍ରଶ୍ନର ଉତ୍ତର ଦେଇ ଡୋନାଲ୍ଡ ଟ୍ରମ୍ପ କହିଥିଲେ, ‘ଆପଣ କିପରି ଜାଣିଲେ ଯେ ମୁଁ ରୁଷିଆ ଏବଂ ଭ୍ଲାଦିମିର ପୁଟିନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ମୋର ନୀତି ଯୋଗୁ ରୁଷିଆ କୋଟି କୋଟି ଡଲାର କ୍ଷତି ସହିଛି।’
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ସାମ୍ବାଦିକଙ୍କୁ ପଚାରିଲେ, ଆପଣ କିଏ? ଏହା ଉପରେ ସାମ୍ବାଦିକ ଜଣକ କହିଲେ ଯେ ମୁଁ ପୋଲାଣ୍ଡ ଗଣମାଧ୍ୟମର ଜଣେ ସାମ୍ବାଦିକ। ଏହା ପରେ ଡୋନାଲ୍ଡ ଟ୍ରମ୍ପ କହିଥିଲେ, ‘ତୁମେ କିପରି ଜାଣିଲ ଯେ ମୁଁ ରୁଷିଆ ଏବଂ ପୁଟିନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ, ମୁଁ ଭାରତ ଉପରେ ଦ୍ୱିତୀୟ କଟକଣା ଲାଗୁ କରିଛି, ଯାହା ଚାଇନା ବ୍ୟତୀତ ରୁଷିଆରୁ ସର୍ବାଧିକ ଅଶୋଧିତ ତେଲ ଆମଦାନୀ କରୁଥିବା ଦେଶ। ଭାରତ ଉପରେ କଟକଣା ଯୋଗୁ ରୁଷିଆ କୋଟି କୋଟି ଡଲାରର କ୍ଷତି ସହିଛି।’
ଟ୍ରମ୍ପ କହିଥିଲେ, ‘ମୁଁ ଭାରତ ଉପରେ ପ୍ରାରମ୍ଭିକ କଟକଣା ଲାଗୁ କରିବା ସମୟରେ ହିଁ ରୁଷିଆ ଏତେ କ୍ଷତି ସହିଛି, ମୁଁ ଏପର୍ଯ୍ୟନ୍ତ ପର୍ଯ୍ୟାୟ-୨ ଏବଂ ପର୍ଯ୍ୟାୟ-୩ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ତେବେ ତୁମେ କ’ଣ ଏବେ ବି ଭାବୁଛ ଯେ ମୁଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଯଦି ତୁମେ ଭାବୁଛି ଯେ ମୁଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ, ତେବେ ତୁମକୁ ଏକ ନୂଆ ଚାକିରି ଖୋଜିବା ଉଚିତ।’


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri