ଉପଡାକଘରେ ପଶିଲା ପାଣି, ଭାସିଲା ଟଙ୍କା

ବାଲେଶ୍ୱର, ୪।୯(ବାଞ୍ଛାନିଧି ଦେ): ଲଘୁଚାପ ଜନିତ ଅବିଶ୍ରାନ୍ତ ବର୍ଷା ଫଳରେ ବାଲେଶ୍ୱର ସହର ବେହାଲ୍‌ ହୋଇପଡ଼ିଛି। ଦୁଇଦିନ ଧରି ସହରର ବିଭିନ୍ନ ରାସ୍ତା ଓ ଛକଗୁଡ଼ିକରେ ବର୍ଷା ଜଳ ଜମି ରହିବା ଫଳରେ ଯାତାୟାତ ପ୍ରଭାବିତ ହୋଇଛି। ନୂଆସାହି ଛକଠାରେ ଥିବା ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ସଂଲଗ୍ନ ସହଦେବଖୁଣ୍ଟା ଉପଡାକଘର ଭିତରକୁ ବର୍ଷା ଜଳ ପଶି ଦୟନୀୟ ସ୍ଥିତି ଦେଖାଦେଇଛି। ଡାକଘର ଆଲମିରାରେ ପାଣି ପଶିବା ଫଳରେ ସେଠାରେ ଥିବା ଟଙ୍କା ସବୁ ଓଦା ହୋଇଯାଇଥିଲା। କମ୍ପ୍ୟୁଟର, ପ୍ରିଣ୍ଟର ମେସିନ୍‌, ପାସବୁକ୍‌, ରେକର୍ଡପତ୍ର, ଫାଇଲ୍‌ ସବୁ ଓଦା ହୋଇ ନଷ୍ଟ ହୋଇଥିଲା। ଏପରିକି ଡାକ ଘର ପରିସରରେ ଜମି ରହିଥିବା ବର୍ଷା ପାଣିରେ ମାଛ ଖେଳୁଥିବା ଦେଖିବାକୁ ମିଳିଥିଲା। ବୁଧବାର ଜଣେ ଜମାକାରୀ ୧ଲକ୍ଷ ଟଙ୍କା ଉଠାଇବା ପାଇଁ ଏହି ଉପଡାକଘରକୁ ଯାଇଥିଲେ। ଟଙ୍କା ଥିବା ଆଲମିରା ଖୋଲିବା ବେଳକୁ ସେଥିରେ ମଙ୍ଗଳବାର ରାତିରେ ପାଣି ପଶି ସବୁ ଓଦା ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଅଧିକାରୀ ଓ କର୍ମଚାରୀମାନେ ସଙ୍ଗେ ସଙ୍ଗେ ଓଦା ହୋଇଥିବା ସମସ୍ତ ସାମଗ୍ରୀ ଓ ଟଙ୍କାକୁ ଶୁଖାଇଥିଲେ। ଆବଶ୍ୟକତା ଦୃଷ୍ଟିରୁ ଉକ୍ତ ଜମାକାରୀ ଜଣକ ବାଧ୍ୟ ହୋଇ ଓଦା ଟଙ୍କାକୁ ନେଇଥିବା ଜଣାପଡ଼ିଛି।

ସୂଚନା ଯେ, ମଙ୍ଗଳବାର ଜିଲାରେ ୬୦୫ମି.ମି. ବର୍ଷା ହୋଇଥିବା ବେଳେ ସହରରେ ୧୨୮ମି.ମି. ବର୍ଷା ରେକର୍ଡ ହୋଇଥିଲା। ବୁଧବାର ଜିଲାରେ ୩୬୬ମି.ମି. ବର୍ଷା ହୋଇଥିବା ବେଳେ ସହରରେ ୩୫ମି.ମି. ବର୍ଷା ରେକର୍ଡ ହୋଇଛି। ସହରର ତଳିଆ ଅଞ୍ଚଳ ଜଳମଗ୍ନ ରହିଛି। ବହୁ ଦୋକାନ ଓ ଘର ଭିତରକୁ ବର୍ଷା ପାଣି ପଶି ଆସବାବପତ୍ର ଭାସୁଥିବାର ପରିଲକ୍ଷିତ ହୋଇଥିଲା। ଏପରିକି ଉକ୍ତ ଛକରେ ଦୋକାନଗୁଡ଼ିକ ବନ୍ଦ ରହିଥିଲା। ଜଳ ନିଷ୍କାସନ ବ୍ୟବସ୍ଥା ଦିଗରେ ଗୁରୁତ୍ୱ ଦେବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସହରବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri