ବିକଶିତ ଗାଁ ବିକଶିତ ଓଡ଼ିଶା କାମ ସ୍ଥାନାନ୍ତରିତ ନେଇ ଟଣାଓଟରା: ଗୋଟିଏ କାମ ପାଇଁ ଲାଗିଛି ୨ଗୋଟି ଫଳକ

ଲାଞ୍ଜିଗଡ଼,୨୭।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହିଲି ପଞ୍ଚାୟତର ପତରପଡ଼ାଠାରେ ବିକଶିତ ଗାଁ ବିକଶିତ ଓଡ଼ିଶା କାମ ସ୍ଥାନାନ୍ତରିତ ନେଇ ଟଣାଓଟରା ହେଉଥିବା ବେଳେ ଗୋଟିଏ କାମ ପାଇଁ ୨ଗୋଟି ଫଳକ ଲାଗିଥିବା ଅଭିଯୋଗ।  ପ୍ରତ୍ୟେକ ଗାଁରେ ସରକାରଙ୍କ ମୌଳିକ ସୁବିଧା ସୁଯୋଗ ପହଞ୍ଚିବ। ସରକାରୀ ଯୋଜନାରୁ କେହି ମଧ୍ୟ ବଞ୍ଚିତ ରହିବେ ନାହିଁ। ଗାଁରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି ଭଳି ରହିଥିବା ସମସ୍ୟା ଦୂର କରିବା ପାଇଁ ବିକଶିତ ଗାଁ, ବିକଶିତ ଓଡ଼ିଶାର ଅନୁଦାନ ପ୍ରତ୍ୟେକ ପଞ୍ଚାୟତକୁ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ବ୍ଲକରେ ମଧ୍ୟ ବିକଶିତ ଗାଁ ବିକଶିତ ଓଡ଼ିଶାର ତିନି କୋଟିରୁ ଉର୍ଦ୍ଧ ଟଙ୍କା ଅନୁଦାନ ଆସିଛି। ଏହି ଅନୁଦାନ ରାଶି ବ୍ଲକର ବିଭିନ୍ନ ପ୍ରକଳ୍ପ ପାଇଁ କମ ପଡୁଥିବା ବେଳେ ପ୍ରତ୍ୟେକ ପଞ୍ଚାୟତର ଅତି ଆବଶ୍ୟକ କାମ କରିବା ପାଇଁ ଭାଗ ବଣ୍ଟା ହୋଇଛି। ହେଲେ ଏହି ଅନୁଦାନ ଆସିବା ପୂର୍ବରୁ ବ୍ଲକର ପଞ୍ଚାୟତ ମାନଙ୍କରେ ସରପଞ୍ଚ, ସମିତି ସଭ୍ୟ, ୱାଡ଼ମେମ୍ବର ଓ ପଞ୍ଚାୟତବାସୀଙ୍କ ଉପସ୍ଥିତିରେ ପଲ୍ଲୀସଭା ଓ ଗ୍ରାମସଭା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ରଖାଯାଇଥିଲା। ଇତି ମଧ୍ୟରେ ସରକାର ବଦଳି ଯାଇଛି। ହେଲେ ଯେଉଁ ପ୍ରକଳ୍ପ ପାଇଁ ଅନୁଦାନ ରଖାଯାଇଥିଲା ତାହା ନକରି ସେହି ପ୍ରକଳ୍ପକୁ ଅନ୍ୟ ଗାଁକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲାଞ୍ଜିଗଡ ବ୍ଳକ ଲାଖବାହିଲି ପଞ୍ଚାୟତର ପତରପଡ଼ାଠାରେ। ପୂର୍ବରୁ ବ୍ଳକ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ପତରପଡ଼ା କଲବଟ ପାଇ ଚାରିଲକ୍ଷ ଟଙ୍କା ଆସି ଥିବା ବେଳେ କାମ ଆରମ୍ଭ ପୂର୍ବରୁ ଉକ୍ତ ସ୍ଥାନରେ ସୂଚନା ଫଳକ ଲାଗିଛି। କିନ୍ତୁ କାମ କରିବା ବିଳମ୍ବ ଓ ଦଳ ଗତ ରାଜନୀତି ଯୋଗୁଁ ସେହି ସ୍ଥାନରେ କାମ ନହୋଇ ଗାଁ ଠାରୁ ୨୦୦ ଶହ ମିଟର ଦୂରରେ ଥିବା ଲାଖବାହାଳି-ବାରଗୁଡା ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କଡକୁ କାମ ସ୍ଥାନାନ୍ତରିତ କରାଯାଇ ସେଠାରେ ମଧ୍ୟ ଅନ୍ୟ ଏକ ସମାନ ସୂଚନା ଫଳକ ଲାଗିଛି। ହେଲେ ପତରପ କଲବଟ ନଥିବା ଯୋଗୁଁ ଛାତ୍ରୀଛାତ୍ରଙ୍କୁ ସ୍କୁଲ ଯିବା ଓ ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବାରେ ବହୁତ ଅସୁବିଧା ହେଉଛି । ଲୋକେ କାଠ ପକାଇ ବର୍ଷ ବର୍ଷ ଧରି ବିପଦ ସଂକେତ ଭାବେ ଯାତାୟାତ କରୁଥିବା ବେଳେ ସେହି ସ୍ଥାନରେ ହିଁ କଲଭଟ ନିହାତି ଆବଶ୍ୟକ ରହିଥିବା ବେଳେ ସେହି କାମକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ପତରପଡାବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଯେଉଁ ସ୍ଥାନରେ କାମ ଆବଶ୍ୟକ ଅଛି ସେହି ସ୍ଥାନରେ କରାଯାଉ ବୋଲି ଲାଖବାହିଲି ପୂର୍ବତନ ସରପଞ୍ଚ ରାମତୁ ମାଝୀ ପ୍ରକାଶ କରିଛନ୍ତି। ଏନେଇ ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ରଙ୍କୁ ପଚାରିବାରୁ ପଞ୍ଚାୟତ ଦାୟିତ୍ୟରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବି ଓ ଘଟଣାର ତଦନ୍ତ କରିବି ବୋଲି ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri