ଅଢ଼େଇ ବର୍ଷ ହେଲା କାମ ବନ୍ଦ

ସୋନପୁର,୨୪।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁନି। ଦଶନ୍ଧି ବିତି ଯାଉଥିଲେ ମଧ୍ୟ ପ୍ରକଳ୍ପ କାମ ଅସମ୍ପୂର୍ଣ୍ଣ ରହୁଛି। ସୁବର୍ଣ୍ଣପୁର ସହରକୁ ମହାନଦୀ ଓ ତେଲନଦୀର ବନ୍ୟା ଦାଉରୁ ରକ୍ଷା ପାଇଁ ରିଂରୋଡର ପରିକଳ୍ପନା କରାଯାଇଥିଲା। ୨୦୧୧ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଦୀର୍ଘ ୧୪ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇନି। ପୂର୍ତ୍ତ ଓ ଜଳସମ୍ପଦ ବିଭାଗର ଟଣାଓଟରା ମଧ୍ୟରେ ସହରବାସୀଙ୍କ ବହୁ ପ୍ରତୀକ୍ଷିତ ରିଂ ରୋଡ ନିର୍ମାଣ ଏବେ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌ ନିର୍ମାଣ ପାଇଁ ଟେଣ୍ଡର ପାଇଥିବା ଠିକାସଂସ୍ଥା ଏଆରଏସଏସ ଇନ୍‌ଫ୍ରାଷ୍ଟ୍ରକଚର ପ୍ରୋଜେକ୍ଟସ୍‌ ଲିମିଟେଡ୍‌ କାମ ବନ୍ଦ କରି ଦେଇଛି। ୨୦୨୨ରେ ଏହି ବ୍ରିଜ୍‌ କାମ ସମ୍ପୂର୍ଣ୍ଣ ହେବା କଥା। କିନ୍ତୁ ଏ ପର୍ଯ୍ୟନ୍ତ ମାତ୍ର ୧୦ ପ୍ରତିଶତ ସରିଛି। ଅନ୍ୟପକ୍ଷେ ଗତ ଅଢେଇ ବର୍ଷ ହେଲା ବ୍ରିଜ୍‌ କାମ ବନ୍ଦ ରହିଛି। ପ୍ରକଳ୍ପ କେବେ ସମ୍ପୂର୍ଣ୍ଣ ହେବ ଓ ସହରବାସୀ ରିଂ ରୋଡର ସେବା ପାଇବେ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ଟ୍ରାଫିକ୍‌ ସମସ୍ୟା ତଥା ସହରବାସୀଙ୍କୁ ବନ୍ୟାଦାଉରୁ ରକ୍ଷା ପାଇଁ ପ୍ରଥମେ ଜଳସମ୍ପଦ ବିଭାଗ ପକ୍ଷରୁ ମାଟିବନ୍ଧ ନିର୍ମାଣ ହୋଇଥିଲା। ତେବେ ରିଂରୋଡର ମିସିଂ ଲିଙ୍କ୍‌ ପୋର୍ଟାଲ ବ୍ରିଜ୍‌ର ଡିଜାଇନିଂ ହୋଇ ନ ପାରିବା କାରଣରୁ ଜଳସମ୍ପଦ ବିଭାଗ ପକ୍ଷରୁ ଏହି କାମ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଥିଲା। ପୂର୍ତ୍ତ ବିଭାଗ ରିଂ ରୋଡର ମହାନଦୀ ବ୍ରିଜ୍‌ରୁ ୧୫୦୦ମିଟର ମାଟିବନ୍ଧ ରାସ୍ତା ଓ ତେଳନଦୀ ବ୍ରିଜ୍‌ରୁ ବଡବଜାର ପର୍ଯ୍ୟନ୍ତ ୨୪୦୦ମିଟର ରାସ୍ତା ପିଚୁ କରିବା ସହିତ ରିଟେନିଂ ଓ୍ବାଲ୍‌ ଓ ୨ଟି ବଡ ପୋଲ ନିର୍ମାଣ କରିଛି। ତେବେ ଗୁରୁତ୍ୱପର୍ଣ୍ଣ ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌ କୁମ୍ଭାରପଡାରୁ ଦଶମତିଘାଟ ୧୧୫୦ମିଟର ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନି। ଏଥିପାଇଁ ସାଢେ ୬ ବର୍ଷ ପୂର୍ବରୁ ପୂର୍ତ୍ତ ବିଭାଗ ପକ୍ଷରୁ ୫୬ କୋଟି ୯ ଲକ୍ଷ ୮୩ ହଜାର ଟଙ୍କାର ଟେଣ୍ଡର ହୋଇଥିଲା। ଏହି ଅର୍ଥ ସେତେବେଳେ ଜଳସମ୍ପଦ ବିଭାଗ ପ୍ରଦାନ କରିଥିଲା। ଏଥିରେ ୪୫ଟି ପିଅର ଓ ୨ଟି ଆବଡମେଣ୍ଟ ନିର୍ମାଣ ଯୋଜନା ଥିଲା। କିନ୍ତୁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ପଅର ପଏଣ୍ଟ ପାଇଁ ଡ୍ରଇଂ ଓ ଡିଜାଇନିଂ ଦେବାରେ ବିଳମ୍ବ କଲେ। ଠିକାସଂସ୍ଥାର ଅବହେଳା ପାଇଁ ଅଳ୍ପ କେତୋଟି ପିଅର ନିର୍ମାଣ ହୋଇ ପାରିଥିଲା। କିନ୍ତୁ କ୍ଷତି ହୋଇଥିବା ଦର୍ଶାଇ ଠିକା ସଂସ୍ଥା ଏହି କାମ ଛାଡି ପଳାଇଲା। ପରେ ପୂର୍ତ୍ତ ବିଭାଗ ବାକି କାମ ପାଇଁ ୮୧କୋଟି ୧୫ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରିଛି। ସୁବର୍ଣ୍ଣପୁର ଅଧୀକ୍ଷଣ ଯନ୍ତ୍ରୀଙ୍କ ପକ୍ଷରୁ ଏହାର ଟେଣ୍ଡର ପାଇଁ ଭୁବନେଶ୍ୱର ସ୍ଥିତ ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିକଟକୁ ପଠାଯାଇଛି। ତେବେ ଜଳସମ୍ପଦ ବିଭାଗ ଏହି କାମ ପାଇଁ ସେତେବେଳେ ୫୬କୋଟି ପ୍ରଦାନ କରିଥିଲା। ଏବେ କାମ ବିଳମ୍ବ ପାଇଁ ଅଧିକ ୨୫କୋଟି ଜଳସମ୍ପଦ ବିଭାଗ ପ୍ରଦାନ କରିବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିକଟରେ ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ପ୍ରଶାସନିକ ଅନୁମୋଦନ ସହ ଆବଶ୍ୟକ ଅର୍ଥ ଯୋଗାଇ ଦେଲେ ପୂର୍ତ୍ତ ବିଭାଗ ଟେଣ୍ଡର ଆହ୍ବାନ କରିବ ବୋଲି ଏଥିରେ ଉଲ୍ଲେଖ ରହିଛି। ତେବେ ଜଳସମ୍ପଦ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ। ଫଳରେ ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌ କାମ ଅନିଶ୍ଚିତତାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri