କୋଣାର୍କ,୧୦।୫: ପୁରୀ ଜିଲା କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ରବିବାର ଏକ ଅଘଟଣ ଘଟିଛି। ସମୁଦ୍ରରେ ବୁଡ଼ି ୩ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ଜଣ ଯୁବକ ଭୁବନେଶ୍ବରର ହୋଇଥିବା ବେଳେ ଅନ୍ୟ ଜଣେ କଟକ ପାହାଳ ଅଞ୍ଚଳର ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ମୁତାବକ, ଗାଧୋଉଥିବା ବେଳେ ଚନ୍ଦ୍ରଭାଗା ଇକୋରିଟ୍ରିଟ ନିକଟରେ ବୁଡ଼ିଯାଇ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଦୂରରେ ବୁଡ଼ି ଅନ୍ୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
ଏନେଇ ବେଳାଭୂଭିରେ ଶୋକର ଛାୟା ଖେଳି ଯାଇଛି। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।


