ଦିନକୁ କେତୋଟି ଅଲମଣ୍ଡ ଖାଇବା ଠିକ୍‌? ଅଧିକ ଖାଇଲେ ଶରୀରରେ ଦେଖାଯାଏ ୫ ସମସ୍ୟା, ଜାଣନ୍ତୁ…

ଡ୍ରାଏଫ୍ରୁଟ୍ସର ସେବନ ସର୍ବଦା ସ୍ବାସ୍ଥ୍ୟ ପାଇଁ ଲାଭକାରୀ। ସେଥିରୁ ଗୋଟିଏ ହେଲା ଅଲମଣ୍ଡ(ବାଦାମ)। ଏହାକୁ ଖାଇବା ଦ୍ୱାରା ଅନେକ ରୋଗରୁ ପ୍ରତିରୋଧକ ଶକ୍ତି ନିର୍ମିତ ହୋଇଥାଏ। ଏଥିରେ ଭିଟାମିନ ଇ, ଭିଟାମିନ ବି, ଆଇରନ୍‌, ପୋଟାସିୟମ, ଜିଙ୍କ,ମ୍ୟାଗ୍ନେିସିୟମ, କପର, ଫୋଲେଟ ଭଳି ତତ୍ତ୍ୱ ରହିଛି। ଏହାଛଡ଼ା ଏଥିରେ ଥିବା ଫ୍ୟାଟ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଶରୀର ପାଇଁ ଲାଭକାରୀ। ହେଲେ ସବୁକିଛିର ସଠିକ୍‌ ଏବଂ ସୀମିତ ମାତ୍ରା ଖାଇବା ଆବଶ୍ୟକ। ବାଦାମ ଖାଇବା ସ୍ବାସ୍ଥ୍ୟକର, ତାର ଅର୍ଥ ଯେତେ ଇଚ୍ଛା ସେତେ ଖାଇବା ଠିକ୍‌ ନୁହେଁ। ଯଦି ଭୁଲ ସମୟରେ ଏବଂ ଅଧିକ ମାତ୍ରାରେ ଏହାକୁ ଖିଆଯାଏ ତେବେ ଲାଭ ବଦଳରେ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଆସନ୍ତୁ ସବିଶେଷ ଜାଣିବା:

ଦିନକୁ କେତେ ଅଲମଣ୍ଡ ଖାଇବେ?
ବିଶେଷଜ୍ଞଙ୍କ ମତରେ ବୟସ୍କମାନେ ଦିନକୁ ୨୩ ଅଲମଣ୍ଡ ଖାଇପାରିବେ, ଯାହାକି ୩୦ ଗ୍ରାମ ହେବ। ଏତିକି ମାତ୍ରା ଶରୀର ପାଇଁ ଭଲ। ହେଲେ ଏହାଠାରୁ ଅଧିକ ଖାଇବା ଦ୍ୱାରା ଶରୀରରେ କ୍ୟାଲୋରୀ ମାତ୍ରା ଅଧିକ ହୋଇପାରେ ଏବଂ ଫ୍ୟାଟ୍‌ ବଢ଼ିପାରେ।

ହଜମ ଜନିତ ଅସୁବିଧା:
ଅଲମଣ୍ଡ ଅଧିକ ସେବନ କରିବା ପରେ ପର୍ଯ୍ୟାପ୍ତ ପାଣି ପିଅନ୍ତୁ, ନଚେତ ହଜମ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇପାରେ। ସେଥିରେ ପେଟ ଫୁଲିବା, ଗ୍ୟାସ, ପେଟ ବ୍ୟଥା, କୋଷ୍ଠକାଠିନ୍ୟ ଭଳି ସମସ୍ୟା ରହିଛି।

ଓଜନ ବଢ଼ିବା:
ଅଲମଣ୍ଡ ହୃଦୟ ପାଇଁ ଭଲ। ହେଲେ ଆବଶ୍ୟକତାଠାରୁ ଅଧିକ ଖାଇଲେ ଅଧିକ କ୍ୟାଲୋରୀ ଦେହକୁ ଯାଏ। ଯାହାକି ଓଜନ ବଢ଼ାଇଥାଏ।

ରକ୍ତ ଜମାଟ ବାନ୍ଧିବାରେ ଅସୁବିଧା:
ଅଲମଣ୍ଡରେ ଭିଟାମିନ ଇ ଭରପୂର ମାତ୍ରାରେ ରହିଥାଏ। ଏହାର ଅଧିକ ସେବନ ମୁଣ୍ଡବିନ୍ଧା, ରକ୍ତଜମାଟ ଭଳି ଲକ୍ଷଣ ଦେଖାଇଥାଏ। ଫଳରେ ରକ୍ତ ବୋହିଯିବାର ଭୟ ଥାଏ।

ପେଟ ବ୍ୟଥା:
ଅଧିକ ଅଲମଣ୍ଡ ସେବନ ଦ୍ୱାରା ପେଟରେ ବ୍ୟଥା ହୋଇଥାଏ। ଏଥିସହ ଗ୍ୟାସ, ବ୍ଲୋଟିଂ ଭଳି ସମସ୍ୟା ଉପୁଜିପାରେ।

ଆଲର୍ଜି:

ଅଲମଣ୍ଡ ସେବନ ତ୍ୱଚା ପାଇଁ ଲାଭକାରୀ ଯେତିକି ଖରାପ ମଧ୍ୟ ସେତିକି। ଏହାକୁ ଅଧିକ ସେବନ କରିବା ଦ୍ୱାରା କିଛି ଲୋକଙ୍କୁ ଆଲର୍ଜି ହୋଇପାରେ। ଫଳରେ ତ୍ୱଚା କୁଣ୍ଡାଇ ହେବା, ରାସେସ୍‌, ଫଳିଯିବା ଭଳି ସମସ୍ୟା ଉପୁଜିପାରେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri