କେସିଙ୍ଗା,୧ା୭(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଜବାହର ଉଚ୍ଚ ବିଦ୍ୟାପୀଠ (ଖ) ପରିଚାଳନା କମିଟି ସଭାପତି ସ୍ବର୍ଗତ ବିରଞ୍ଚି ସାହୁ(୬୯)ଙ୍କ ସ୍ମୃତିଚାରଣ ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ସାହୁଙ୍କ ବାସଭବନରେ ଅନୁଷ୍ଠିତ ସଭାରେ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଜିଲା ସଭାପତି ନୀଳମଣି ସାହୁ ସଭାପତିତ୍ୱ କରିଥିଲେ। ଏଥିରେ ଜବାହର ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ଅଭୟ କୁମାର ଦେବତା ଯୋଗଦେଇ ସ୍ବର୍ଗତ ସାହୁଙ୍କ ଆଦର୍ଶ ଜୀବନୀ ଉପରେ ଆଲୋକପାତ କରିଥିଲେ। ସାହୁ ସମାଜର ବହୁ କର୍ମକର୍ତ୍ତା ତାଙ୍କ ସ୍ମୃତିଚାରଣ କରି ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ସଭାରେ ସାହୁ ସମାଜର ଜିଲା ସାଧାରଣ ସମ୍ପାଦକ ନବୀନ କିଶୋର ସାହୁ, ଜିଲା କାର୍ଯ୍ୟକାରୀ ସଭାପତି ଯୁବରାଜ ସାହୁ, ନେଗି କୋଦଣ୍ଡ ସାହୁ, ବାଲସି ମଣ୍ଡଳ ସଭାପତି ମନୋହର ସାହୁ, ସମ୍ପାଦକ ଅଶ୍ୱନି କୁମାର ସାହୁ, ବାଲସି ଗ୍ରାମ୍ୟ କମିଟି ସଭାପତି ଋ଼ଷି ସାହୁ, ଏମ୍.ରାମପୁର ବ୍ଲକ ସଭାପତି ତୁମେଶ୍ୱର ସାହୁ ପ୍ରମୁଖ ଯୋଗଦେଇଥିଲେ।


