ରାଜ୍ୟରେ ସରିଯିବ ତେଲ! ପେଟ୍ରୋଲ ଡିଲ୍‌ର ସଂଘର ସାଂଘାତିକ ବୟାନ

ଭୁବନେଶ୍ୱର, ୧୦।୭: ରାଜ୍ୟରେ ଚାଲିଥିବା ଓଡ଼ିଶା ଡ୍ରାଇଭର ମହାସଙ୍ଘର ଅର୍ନିଦ୍ଦିଷ୍ଟକାଳୀନ ଧର୍ମଘଟ ଯୋଗୁଁ ପେଟ୍ରୋଲ ଓ ଡିଜେଲ ସଙ୍କଟର ଆଶଙ୍କା ଦେଖାଯାଇଛି। ତେବେ, ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ଏକ ବିବୃତିରେ ସୂଚନା ଦେଇଛନ୍ତି ଯେ, ଏହି ସଙ୍କଟ ଏବେ ଅଧିକରୁ ଅଧିକ ଘନେଇଲାଣି।

ଲାଠଙ୍କ କହିବା ଅନୁସାରେ, ଗତକାଲିଠାରୁ ତୈଳ ପରିବହନ ପୁଣି ଆରମ୍ଭ ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟକୁ ପ୍ରାୟ ୧୫୦ରୁ ୨୫୦ ପେଟ୍ରୋଲ ଓ ଡିଜେଲ ଟ୍ୟାଙ୍କର ଆସି ପହଞ୍ଚିଛି। ଫଳରେ, ପେଟ୍ରୋଲ ପମ୍ପଗୁଡ଼ିକରେ ତୈଳ ସରିଯିବାର ଆଶଙ୍କା ଏବେ ନାହିଁ। ସେ ଆହୁରି କହିଛନ୍ତି ଯେ, ଏବେକା ସ୍ଥିତିରେ ତେଲର ଅଭାବ ପରିଲକ୍ଷିତ ହୋଇନାହିଁ। ହେଲେ ଆଜି ସୁଦ୍ଧା ଅଧିକ ତେଲ ନ ଆସିଲେ ସଂକଟ ଦେଖାଦେଇପାରେ। କାଲି ସଂଧ୍ୟା ସୁଦ୍ଧା ପେଟ୍ରୋଲ ପମ୍ପଗୁଡ଼ିକରୁ ତେଲ କମିଯିବ। ତେଣୁ କାଲିଠୁ ରାଜ୍ୟରେ ତେଲ ସଂକଟ ଉପୁଜିପାରେ।

ସଞ୍ଜୟ ଲାଠ ରାଜ୍ୟବାସୀଙ୍କୁ ଅଯଥା ଆତଙ୍କିତ ନ ହେବାକୁ ଓ ଆବଶ୍ୟକଠାରୁ ଅଧିକ ତୈଳ କିଣି ଭିଡ଼ ନ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଏବେ ତୈଳ ପରିବହନ ସ୍ବାଭାବିକ ହେଉଛି। ଆମେ ସମସ୍ତ ପେଟ୍ରୋଲ ପମ୍ପରେ ନିୟମିତ ତୈଳ ଯୋଗାଣ ନିଶ୍ଚିତ କରୁଛୁ। ତେଣୁ, ଲୋକମାନେ ଆତଙ୍କିତ ହୋଇ ଅଯଥା ତୈଳ କିଣିବା ଠାରୁ ବିରତ ରହିବା ଉଚିତ।

ପାରାଦୀପରେ ଡ୍ରାଇଭର ମହାସଙ୍ଘର ଧର୍ମଘଟ ଯୋଗୁଁ ତୈଳ ଓ ଏଲପିଜି ପରିବହନରେ ବାଧା ସୃଷ୍ଟି ହୋଇଥିଲା, ଯାହା ରାଜ୍ୟର ବିଭିନ୍ନ ଅଞ୍ଚଳରେ ତୈଳ ଯୋଗାଣକୁ ପ୍ରଭାବିତ କରିଥିଲା। ତେବେ, ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଲାଠ ସ୍ପଷ୍ଟ କରିଛନ୍ତି। ଏହା ସହିତ, ପେଟ୍ରୋଲିୟମ ଡିଲର ସଂଘ ସରକାର ଓ ଡ୍ରାଇଭର ମହାସଙ୍ଘ ମଧ୍ୟରେ ଆଲୋଚନା ଜାରି ରହିଛି ବୋଲି ଜଣାପଡ଼ିଛି, ଯାହା ଆଗାମୀ ଦିନରେ ଏହି ସଙ୍କଟକୁ ସମ୍ପୂର୍ଣ୍ଣ ଭାବେ ନିରାକରଣ କରିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ସ୍ଥିର ରହିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୦.୯୨ ଟଙ୍କା ଓ ଡିଜେଲର ମୂଲ୍ୟ ୯୨.୫୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri