ରିଷିଡା,୮।୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଶରତଚନ୍ଦ୍ର ଦଣ୍ଡସେନାଙ୍କ ମଙ୍ଗଳବାର ନିଜ ବାସଭବନରେ ପରଲୋକ ହୋଇଛି। ସେ କିଛିଦିନ ହେବ ଅସୁସ୍ଥତା ଯୋଗୁ ଶଯ୍ୟାଶାୟୀ ଥିଲେ। ସେ ୧୯୬୭ ମସିହା ଜାନୁଆରୀ ୫ରେ ଜନ୍ମଗ୍ରହଣ କରିଥିଲେ।
୧୯୮୩ରେ ସେ ଭାରତୀୟ ସେନାରେ ଭର୍ତ୍ତୀ ହୋଇଥିଲେ। ୧୯୯୯ କାରଗିଲ ଯୁଦ୍ଧ ସମୟରେ ସେ ଯୁଦ୍ଧ ଟ୍ୟାଙ୍କ ଚାଳକ ଥିଲେ। ୨୦୦୩ରେ ସେ ଅବସର ଗ୍ରହଣ କରିଥିଲେ । ତେବେ ଶରତଚନ୍ଦ୍ରଙ୍କ ମୃତ୍ୟୁଶର୍ଯ୍ୟା ନିକଟରେ ପରିବାର ସଦସ୍ୟଙ୍କ ସମେତ ବନ୍ଧୁ ପରିଜନ ଉପସ୍ଥିତ ଥିଲେ। ବଡ଼ ପୁଅ ମନୁ ଦଣ୍ଡ ସେନା ଓ ସାନ ପୁଅ ବବଲୁ ଦଣ୍ଡସେନା ମୁଖାଗ୍ନି ଦେଇଥିଲେ। ତାଙ୍କର ମୃତ୍ୟୁଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସାନ୍ତନା ଦେଇଥିଲେ।


