ପାଟଣାଗଡ଼ ୭/୭ (ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକରେ ସମିତି ସଭ୍ୟସଭ୍ୟା ଓ ଏନଏସି ରେ କାଉନସିଲର ମାନଙ୍କ ଆନ୍ଦୋଳନ ଆଜି ଦଶ ଦିନରେ ପହଞ୍ଚିଛି । ଏହି ଆନ୍ଦୋଳନ ଧିରେ ଧିରେ ଉଗ୍ରରୂପ ନେଉଛି । ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ସମିତି ସଭ୍ୟସଭ୍ୟାମାନେ ସୋମବାର ବ୍ଳକ କାର୍ଯ୍ୟାଳୟକୁ ସମ୍ପୁର୍ଣ୍ଣ ଭାବେ ବନ୍ଦକରି ଲଗାଣ ବର୍ଷାସତ୍ୟବି ହାତରେ ଛତାଧରି ଆନ୍ଦୋଳନକାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ଯାରିରଖିଥିଲେ। ଅପରପକ୍ଷରେ ଆଜିକୁ ଦଶ ଦିନ ହେଲା ସରକାରୀ କାର୍ଯ୍ୟ ବ୍ଳକ ଓ ଏନଏସିରେ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇପଡିଥିବାରୁ ଲୋକଙ୍କ କୌଣସି କାମ ହୋଇ ପାରୁନାହିଁ । ଯାହାଫଳରେ ବିଭିନ୍ନ କାମପାଇଁ ବ୍ଳକ ଓ ଏନଏସି କୁ ଆସୁଥିବା ମହିଳା ଓ ପୁରୁଷମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏହି ଧାରଣାରେ ବ୍ଳକ ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀଙ୍କ ସମେତ ସମିତି ସଭ୍ୟସଂଘ ସଭାପତି ଗୋବିନ୍ଦ ମେହେର, ଫଟାମୁଣ୍ଡା ସମିତି ସଭ୍ୟ ଜୟନ୍ତ କୁମ୍ଭାରଙ୍କ ସମେତ ଅନ୍ୟ ସମିତି ସଭ୍ୟସଭ୍ୟାମାନେ ଧାରଣାରେ ବସିଥିଲେ। ସେହିପରି ଏନଏସି କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଜାରି ରହିଥିବାବେଳେ ଅଧ୍ୟକ୍ଷା ମାନସୀ ବିଶାଳଙ୍କ ସମେତ ଅନ୍ୟ ସମସ୍ତ କାଉନସିଲର ଧାରଣାରେ ବସିଛନ୍ତି।
ପ୍ରକାଶ ଥାଉକି,ଗତ ୮ ମାସ ହେଲା ବ୍ଳକ ଓ ଏନଏସି ଅଞ୍ଚଳରେ ସମସ୍ତ ପ୍ରକାର ଉନ୍ନୟନମୂଳକ କାମ ଠପ ହୋଇଯାଇଛି। ଏନେଇ ସମିତି ସଭ୍ୟସଭ୍ୟା ଓ କାଉନସିଲର ମାନେ ବିଡ଼ିଓ, ଏନଏସିଇଓ, ଉପଜିଲାପାଳ, ପରିଶେଷରେ ଜିଲାପାଳଙ୍କୁ ମଧ୍ୟ ଅଭିଯୋଗ କରି ନିରାଶ ହେବାପରେ ଆନ୍ଦୋଳନକୁ ଓହ୍ଲାଇ ଥିଲେ ।


