Posted inଜାତୀୟ

କୋଲ୍ଡ ଡ୍ରିଙ୍କ୍ସ ପିଇ ବେହୋସ, ୫ ଦିନ ପରେ ଚେତାଫେରିବାରୁ ପ୍ରାଇଭେଟ୍‌ ପାର୍ଟ ଗାଏବ୍‌: ଲୋମଟାଙ୍କୁରା ଘଟଣା ଜାଣିଲେ…

ରାମପୁର,୩।୭: ଉତ୍ତର ପ୍ରଦେଶର ରାମପୁରରେ ଜଣେ ଟ୍ରାନ୍ସଜେଣ୍ଡର ବିବାହିତ ପୁରୁଷଙ୍କୁ ଲିଙ୍ଗ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି। ବିବାହିତ ପୁରୁଷ ଜଣଙ୍କ କହିଛନ୍ତି, ମୋତେ କୋଲ୍ଡ ଡ୍ରିଙ୍କ୍ସ ଦେଇ ବେହୋସ କରାଯାଇଥିଲା। ତା’ପରେ ମୋର ଗୁପ୍ତାଙ୍ଗ କାଟି ଦିଆଯାଇଥିଲା। ମୁଁ ୫ ଦିନ ପର୍ଯ୍ୟନ୍ତ ଚେତାଶୂନ୍ୟ ରହିଲି। ଚେତା ଫେରିବାପରେ ମୁଁ ହସ୍ପିଟାଲରେ ଥିଲିି। ଏବେ ମୋର ଲିଙ୍ଗ ପରିବର୍ତ୍ତନ ହୋଇଛି।

ଯୁବକଙ୍କ ଅନୁଯାୟୀ, ସେ ଏକ ନୃତ୍ୟ କାର୍ଯ୍ୟକ୍ରମ ପାଇଁ ବଦାୟୁଁ ଯାଉଥିଲେ। ରାସ୍ତାରେ ସେ ଲାଭିନା ଟ୍ରାନ୍ସଜେଣ୍ଡର ଏବଂ ତାଙ୍କ ବନ୍ଧୁ ବିକାଶଙ୍କୁ ଭେଟିଲେ। ଲାଭିନା ତାଙ୍କୁ ତାଙ୍କ ଘରକୁ ନେଇଗଲେ, ଯେଉଁଠାରେ ତାଙ୍କୁ କୋଲ୍ଡ ଡ୍ରିଙ୍କ୍ସ ଦିଆଯାଇଥିଲା, ଯାହା ପରେ ସେ ଚେତାଶୂନ୍ୟ ହୋଇଗଲେ। ଯୁବକ ଜଣକ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଛି। ପୀଡିତାଙ୍କ ସ୍ତ୍ରୀ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ଦାୟର କରିଛନ୍ତି।

ସ୍ତ୍ରୀ କହିଛନ୍ତି, ତାଙ୍କ ସ୍ବାମୀ ଜଣେ ହାସ୍ୟ ଅଭିନେତା ଏବଂ ନୃତ୍ୟ କଳାକାର ଏବଂ ପାର୍ଟିରେ ଲାଭିନାଙ୍କ ସହିତ କାମ କରନ୍ତି। ଲାଭିନା ଏବଂ ବିକାଶ ନାମକ ବ୍ୟକ୍ତିମାନେ ମୋ ସ୍ବାମୀଙ୍କୁ ପ୍ରଲୋଭିତ କରି ଲାଭିନାଙ୍କ ଘରକୁ ନେଇଗଲେ। ସେଠାରେ ଲାଭିନା ମୋ ସ୍ବାମୀଙ୍କ କୋଲ୍ଡ ଡ୍ରିଙ୍କ୍ସରେ ନିଶା ମିଶାଇ ପିଇବାକୁ ବାଧ୍ୟ କଲେ। ଅଚେତ ଅବସ୍ଥାରେ ଲାଭିନା ଏବଂ ବିକାଶ ମୋ ସ୍ବାମୀଙ୍କ ଉପରେ ଜୋରଜବରଦସ୍ତି ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରିଥିଲେ।

ସ୍ତ୍ରୀ କହିଛନ୍ତି, ତାଙ୍କ ସ୍ବାମୀ ୫ ଦିନ ପରେ ଚେତା ଫେରିପାଇଲେ ଏବଂ ସେ ଫୋନ କରି ସମଗ୍ର ଘଟଣା ବିଷୟରେ ଜଣାଇଥିଲେ। ଡାକ୍ତରମାନେ କହିଥିଲେ ଯେ, ଯୁବକଙ୍କ ଲିଙ୍ଗ ପରିବର୍ତ୍ତନ ମାମଲା ସାମ୍ନାକୁ ଆସିଛି ଏବଂ କିଛି ରିପୋର୍ଟ ମଗାଯାଇଛି। ଆସିବା ପରେ ଜଣାପଡିବ।

ପୋଲିସ କହିଛନ୍ତି, ବର୍ତ୍ତମାନ ପୀଡିତାଙ୍କ ଡାକ୍ତରୀମାଇନା ପରେ ଜିଲା ହସ୍ପିଟାଲକୁ ପଠାଯାଇଛି। ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୋଲିସ ଲାଭିନା ଟ୍ରାନ୍ସଜେଣ୍ଡର ଏବଂ ବିକାଶଙ୍କୁ ହେପାଜତରେ ନେଇଛି। ମାମଲାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri