ଛାଡ଼ୁନି ପାଣି, ବଢୁଛି କଷ୍ଟ

ଭୋଗରାଇ, ୩ା୭ (ପ୍ରଦୀପ ଦାସ): ସୁବର୍ଣ୍ଣରେଖା ଉପରମୁଣ୍ଡରେ ବର୍ଷା କମିଥିବା ବେଳେ ଗାଲୁଡ଼ିହି ଜଳାଧାରରୁ ସମସ୍ତ ଗେଟ ବନ୍ଦ ହୋଇଥିବା ସିଡବ୍ଲ୍ୟୁସି ସୂଚନା ଦେଇଛନ୍ତି। ସୁବର୍ଣ୍ଣରେଖା ରାଜଘାଟ ଗେଜ୍‌ଠାରେ ବନ୍ୟାଜଳ ଧୀରେ ଧୀରେ ହ୍ରାସ ପାଇ ସତର୍କ ସୂଚନା ୯.୪୫ମିଟର ତଳେ ପ୍ରବାହିତ ହେଉଛି। ୩୦ ଗଁାରେ ବନ୍ୟାପାଣି ଛାଡ଼ିନି। ମନୁନଗର ଗାଁର ୨ ଶହ ପରିବାର ସହ ଗବଗାଁ ଏବେ ବି ବାହ୍ୟଜଗତରୁ ବିଚ୍ଛିନ୍ନ ରହିଛି। ବନ୍ୟାପ୍ଲାବିତ ଗାଁଗୁଡିକରେ ଅଦ୍ୟାବଧି ଲୋକେ ମାଟିଘର ଓ ଭଙ୍ଗାଘର ଛାଡି ପିଲାଛୁଆ ନେଇ ଅନ୍ୟ ଘରେ ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଗାଁଗୁଡିକରେ ନଳକୂପ ବୁଡିଯାଇଛି। ଏବେବି ତଳିଆ ଗାଁ ରାସ୍ତାଗୁଡିକରେ ବନ୍ୟାପାଣି ରାସ୍ତା ଉପରେ ଆଣ୍ଠୁଏରୁ ଅଣ୍ଟାଯାଏ ସ୍ରୋତ ଛୁଟୁଛି।
ବନ୍ୟା ଘେରରେ ଥିବା ବିପନ୍ନଙ୍କୁ ୯ଟି ସୁରକ୍ଷିତ ବାତ୍ୟାଶ୍ରୟସ୍ଥଳୀ ଓ ପ୍ରାଥମିକ ସ୍କୁଲରେ ଅଦ୍ୟାବଧି ୯୧୯ଜଣଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। କଚୁଆଡି ପଞ୍ଚାୟତର ବନ୍ୟାଞ୍ଚଳ ଗାଁଗୁଡିକରେ ସମସ୍ତ ବିପନ୍ନଙ୍କୁ ୩ ଓଳି ଖାଦ୍ୟ ଓ ରିଲିଫ ସାମଗ୍ରୀ ଯୋଗାଇ ଦେବାକୁ ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ମହାନ୍ତି ସରକାରଠାରେ ଦାବି ରଖିଛନ୍ତି। ବନ୍ୟା ବିପନ୍ନଙ୍କଠାରେ ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ଜିଲାପରିଷଦ ସଦସ୍ୟା କବିତା ମହାନ୍ତି, ଦମୟନ୍ତୀ ସାହୁ, ରାଜକିଶୋର ଜେନା, କଂଗ୍ରେସ ନେତା ସତ୍ୟଶିବ ଦାସ, ସୁଦର୍ଶନ ଦାସ, ସନ୍ତୋଷ କୁମାର ଜେନା, ମମତା ସାହୁ, ମୀନାରାଣୀ ସୁର, ରାଜେନ୍ଦ୍ର ପଣ୍ଡା, ଭାଜପା ନେତା ଆଶିଷ କୁମାର ପାତ୍ର, ରାଧାକାନ୍ତ ପ୍ରଧାନ, ଅମଳେନ୍ଦୁ ଦାସ, ସତ୍ୟବ୍ରତ ଜେନା, ନୀଳକଣ୍ଠ ଘୋଷ, ପରମାନନ୍ଦ ପରିଡା ପ୍ରମୁଖ ବନ୍ୟାଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି। ଅପରପକ୍ଷରେ ସେଚ ବିଭାଗର ଏସ୍‌ଡିଓ ପ୍ରିୟବ୍ରତ ସିଂ, ସହକାରୀ ଯନ୍ତ୍ରୀ ବସନ୍ତ କୁମାର ବେହେରା, ଡାକ୍ତର ସିଂ, ପ୍ରମଥ କୁମାର ଦେ, କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ସିଓଲଙ୍କ ସହ ଜଳସମ୍ପଦ ବିଭାଗର ଅଧିକାରୀମାନେ ଦୁର୍ବଳ ନଦୀବନ୍ଧ ଉପରେ ଅଦ୍ୟାବଧି ୨୪ ଘଣ୍ଟିଆ ନଜରଦାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri